Browsing category

ମହାନଗର

ଏଟିଏମ୍‌ରୁ ବାହାରିବ ଚାଉଳ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ରାଜ୍ୟରେ ନୂଆ ସରକାର ଆସିବ ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି।କଣ୍ଟ୍ରୋଲଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ାହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳିବ୍ୟବସ୍ଥା କରିବାକୁ ଯାଉଛନ୍ତି। ସେହିପରି ନିର୍ବାଚନସମୟରେ ଘୋଷଣା ଅନୁସାରେ ଚଳିତ ଖରିଫଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]

ଉଦଯାପିତ ହେଲା ମକଡ୍ରିଲ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୨୦।୬(ଏସଏସନିଉଜ) ଭୁବନେଶ୍ୱରବ୍ଲକରେ ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆୟୋଜିତ ମକଡ୍ରିଲ ପ୍ରଶିକ୍ଷଣ ଶିବିର ବୁଧବାର ଦିନ ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଠିତ ଏହି ଶିବିରର ଉଦଯାପନି ଉତ୍ସବରେ ଏଡିଏମ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ, ବିଭିର୍ନ୍ନ ସ୍ତରରୁ ଆସିଥିବା ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ନେଇ ବୁଝାଇଥିଲେ।ଏଥିରେ ଭୁବନେଶ୍ୱରତହସିଲଦାର ଓ ବିଡ଼ିଓ ସାଗର ପାଳ ଉପସ୍ଥିତ ଥିଲେ। ମକଡ୍ରିଲ ଓ ଟେବୁଲଟପ ଏକ୍ସରସାଇଜ ନିମନ୍ତେ ଯୋଗଦେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ବିଡ଼ିଓ ପ୍ରଶଂସା କରିଥିଲେ ।(ସଚ୍ଚିଦାନନ୍ଦ […]

ତ୍ରିଲୋଚନମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ

ଭୁବନେଶ୍ୱର,୧୮ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। କିଛିମାସ ମଧ୍ୟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ।ବିଶେଷ କରି ନିର୍ବାଚନ ସମୟରେ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିରପେକ୍ଷ ହୋଇ କାମ କରି ପ୍ରଶଂସିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ […]

ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଯାଇଛି । ଏହିସମୟରେ ଡ୍ରେନ ପାଣି ସୁଅରେ ଭାସିଗଲା ୮ ବର୍ଷୀୟ ନାବାଳକ । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ସୂଚନାମିଳିଛି । ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ଖୋଜୁଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ସନ୍ଧ୍ୟା ହୋଇ ଆସୁଥିବାରୁ ନାବାଳକକୁ ଉଦ୍ଧାର କରିବା ଓଡ୍ରାଫ ଟିମ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଭୁବନେଶ୍ୱରରେ ପ୍ରବଳ […]

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।କିଛିଦିନ ତଳେ ଓଡ଼ିଶା ଆସିଥିଲେ, ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲାା

କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଦାୟିତ୍ଵ ଗ୍ରହଣପରେ ଆଜି ପ୍ରଥମଥରପାଇଁ କଟକ ଗସ୍ତକରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି।କଟକର ଓଡ଼ିଆ ବଜାରଠାରେ ନେତାଜୀ ଜନ୍ମପୀଠ ପରିଦର୍ଶନକରି ସେ ନେତାଜୀ ସୁବାସଚନ୍ଦ୍ରବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ […]

ବଦଳିଲା ସ୍କୁଲ ଛୁଟି ନିଷ୍ପତି

ଭୁବନେଶ୍ୱର ,୧୭ା୬(ଏସଏସନିଉଜ) ପାଣିପାଗବିଭାଗ ସୂଚନାକୁ ଭିତ୍ତିକରି ସ୍କୁଲଖୋଲିବା ନିଷ୍ପତ୍ତି ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳମାନେ ନିଜନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ପ୍ରଥମ ରୁ ଦ୍ଵାଦଶଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତନ କରିବେ ।ଏହି ନିର୍ଦେଶ ଆଗାମୀ ୨୦.୬.୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।

ମାଟିରେ ମିଶିଲା ଜଗନଙ୍କ ବାସଭବନ!

ଭୁବନେଶ୍ୱର,୧୭।୬(ଏସଏସନିଉଜ)ମାଟିରେ ମିଶିଯାଇଛି ଜଗନଙ୍କ ବାସଭବନ।ବୁଲଡୋଜର ବୁଲିଛି ଓ ଘର ମଧ୍ୟ ଭାଙ୍ଗି ତାଡ଼ି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବାସଭବନରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ଘର ନିର୍ମାଣକୁ ନେଇ ଗ୍ରେଟର ହାଇଦ୍ରାବାଦ ମୁନସିପାଲ କର୍ପୋରେସନ ବା ଜିଏଚଏମସି ଜଗନଙ୍କ ଘରକୁ ଭାଙ୍ଗି ଧୂଳିସାତ କରିଛି। ଯାହାକୁ ନେଇ ଆନ୍ଧ୍ର ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬ (ଏସଏସନିଉଜ) ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ିଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମନ୍ତ୍ରୀଙ୍କୁ ଭେଟିଲେ ଅବକାରୀ ଅଧିକାରୀସଂଘ

ଭୁବନେଶ୍ୱର,୧୭।୬(ଏସଏସନିଉଜ)ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ମଧ୍ୟ […]