ରାଷ୍ଟ୍ରଦୂତଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୨ା୭(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକଦିନିକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେଏଥିରେ ରାଜ୍ୟର ୧୧ଟି ଜିଲ୍ଲାର ୪୧ଟି ସ୍କୁଲରୁ ନୂତନ ଭାବରେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତମାନେ ଯୋଗଦେଇଥିଲେ।ସ୍କୁଲ ଛାତ୍ରଛାତ୍ରୀମାନେ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା.ଗୁରୁତ୍ଵ ଓ ସମୋନଙ୍କ ଦାୟିତ୍ୱ ଉପରେ ଭଲଭାବରେ ବୁଝିବା ଲକ୍ଷରେ ୨୦୨୩ ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୬ ଡିସେମ୍ବର, ୨୦୨୫ରେ ଚିଡ଼ିଆଖାନା ରାଷ୍ଟ୍ରଦୂତ ଚୟନ ପରୀକ୍ଷା ପରେ ୧୧୦ ରାଷ୍ଟ୍ରଦୂତଙ୍କୁ ମନୋନୀତ କରାଯାଇ […]