Browsing category

ମହାନଗର

ଭୁବନେଶ୍ୱରରେ ରାତି ୧୨ଯାଏଁ ମେଲୋଡ଼ି

ଭୁବନେଶ୍ୱର,୫।୧୦(ଏସଏସନିଉଜ)ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ଧରାପୃଷ୍ଟ।ବିଭିର୍ଣ ସ୍ଥାନରେ ମାଙ୍କ ପୂଜାପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତିପର୍ବ।ଆଜି ଭୁବନେଶ୍ୱରରେ ଥିବା ପୂଜାମଣ୍ଡପର କର୍ମକର୍ତା ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ପୂଜା କମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ।ଏଥର ଭୁବନେଶ୍ୱର ପୂଜାରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି।ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡ଼ି।ଦୁର୍ଗାପୂଜା , ଭସାଣି […]

ନକଲି ସୁନାଦେଇ ନେଇଗଲେ ଦେଢଲକ୍ଷ

ଭୁବନେଶ୍ବର,୫ା୧୦(ଏସଏସନିଉଜ) ଲକ୍ଷ୍ମୀସାଗରସ୍ଥିତ ଏକ ଘରୋଇ ଫାଇନାନ୍‌ସ କାର୍ଯ୍ୟାଳୟକୁ ଜଣେ ସୁନା ବନ୍ଧକ ରଖିବାକୁ ଆସି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।କିଛିସୁନା ଅନ୍ୟ ଏକ ଫାଇନାନ୍‌ସଅଫିସ୍‌ରେ ବନ୍ଧକରଖି ଋଣକରିଛି ଏବଂ ଉକ୍ତଋଣକୁ କ୍ଲୋଜ୍ କରିବାକୁ ଚାହୁଛି।ଏହି ଆଲୋଚନାଭିତରେ ସେ ନିଜର ପରିଚୟପତ୍ର ଓ ଅନ୍ୟ ଫାଇନାନ୍‌ସକମ୍ପାନିରେ କରିଥିବା ଋଣ କାଗଜପତ୍ର ଦେଖାଇଥିଲା।ଏହାପରେ ବନ୍ଧକଅଧିକାରୀ ତାସହିତ ଅନ୍ୟ ଫାଇନାନ୍‌ସକାର୍ଯ୍ୟାଳୟକୁ ଯାଇ ଋଣ ଟଙ୍କା ପରିଶୋଧ କରିବାସହ ବନ୍ଧକସୁନା ଧରିଫେରିଥିଲେ।ଅଧିକାରୀଜଣଙ୍କ କାର୍ଯ୍ୟାଳୟରେ କାଗଜପତ୍ର ପ୍ରସ୍ତୁତ କରିବାସମୟରେ ଉକ୍ତବ୍ୟକ୍ତିଙ୍କୁ […]

ବିବାହ କରିବେ ତିର୍ତ୍ତୋଲବିଧାୟକ

ଭୁବନେଶ୍ୱର,୫ା୧୦(ଏସଏସନିଉଜ) ବିବାହ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସୋମାଲିକା ବଦଳରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ  କାର୍ଯ୍ୟାଳୟରେ କରିଛନ୍ତି ଆବେଦନା ୨୧ ତାରିଖରେ ବିବାହ ପାଇଁ ଆବେଦନ କରିଛନ୍ତି । ସୋମାଲିକାଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବିଜୟ ।ପର୍ବରୁ ବାନ୍ଧବୀ ସୋମାଲିକାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ।ବିଜୟଶଙ୍କର-ସୋମାଲିକା ମାମଲା କୋର୍ଟରେ ବିଚାରାଧୀନ ରହିଛି ।

ଘର ଉପରକୁ ବୋମାମାଡ଼

ବାଲିପାଟଣା,୫ା୧୦(ଏସଏସନିଉଜ) ବନମାଳୀପୁର ଫାଣ୍ଡିଅଧୀନ ଖଇରିପୁରଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ଭଗବାନ ଓଝାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।ବୋମାମାଡ଼ରେ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି।ବୁଧବାର ବିଳମ୍ଭିତରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଭୟଭିତ ହୋଇଯିବାସହ ଘର ସାରା ଧୂଆଁମୟ ହୋଇଯାଇଥିଲା ।ତେବେ କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା ଜଣାପଡ଼ି ନାହିଁ।

୪ମାସ ପରେ ପୁଣି ଉଛେଦ ଆରମ୍ଭ

ବାରଙ୍ଗ,୪।୧୦(ଏସଏସନିଉଜ) କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୁଧବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କୁହ୍ନେଇପଡ଼ା ଠାରୁ ମୁଣ୍ଡମୁହାଣ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ରାୟ ୧୪ରୁ ଉର୍ଦ୍ଧ ଦୋକାନ ଘର ଏବଂ ଜବରଦଖଲ ଅଞ୍ଚଳକୁ ଉଚ୍ଛେଦ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହୋଇଛି। ଦୀର୍ଘ ୪ମାସର ଵ୍ୟଵଧାନପରେ ସିଡିଏ ପକ୍ଷରୁ ଉଛେଦ ପକ୍ରିୟା ଆରମ୍ଭ […]

ନବୀନ କହିଲେ ଶ୍ରଦ୍ଧା କିଏ…..

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ.ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ ବୋଲି କହିଲେ ମୁଖ୍ୟମନ୍ତ୍ରୀ.ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲୋ ମୋ ଫିଜିକାଲ ଫିଟ୍‌ନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ବୋଲି ନବୀନ କହିଛନ୍ତି ।ଅନ୍ୟପଟେ ଶ୍ରଦ୍ଧା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତବ୍ୟ.ରଖିଛନ୍ତି ।ସେକହିଛନ୍ତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ […]

ଖୋଲିବ ୟୁନିଟ୍‌-୧ହାଟ

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ବୁଧବାରଠାରୁ ‌ଖୋଲିବାକୁ ଯାଉଛି । ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।ବିଏମସି ସହ ଆଲୋଚନା ପରେ ଏବଂ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ହାଟ ବ୍ୟବସାୟୀ ସଂଘପକ୍ଷରୁ କୁହାଯାଇଛି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।  

ଧଳାଜହର ଓ ମଦ ବେପାରୀ ଗିରଫ

ବାରଙ୍ଗ,୩।୧୦(ଏସଏସନିଉଜ)ଧଳାଜହର ଓ ଦେଶୀମଦ ବିକ୍ରି କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଦୁଇ ବେପାରୀଙ୍କୁ ଗିରଫ୍ କରି ମଙ୍ଗଳବାରଦିନ କୋର୍ଟଚାଲଣ କରିଛି। ଏହି ଥାନା ଅନ୍ତର୍ଗତ ଗଣ୍ଡରପୁର-ପ୍ରତାପନଗରୀ ଘେରିବନ୍ଧ ରାସ୍ତା କଡରେ ଧଳାଜହର ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନଥାନା ପୋଲିସ ଅଚାନକ ଚଢ଼ାଉ କରିଗଣ୍ଡରପୁର ଗ୍ରାମର ରାଜକିଶୋର ସାହୁ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।ଗିରଫ ବେଳେ ପୁଲିସ ତା ପାଖରୁ ୧୨ଗ୍ରାମରୁ ଉର୍ଦ୍ଧ୍ବ ଓଜନର ଧଳାଜହର ଜବତ କରିବା […]

ଲାଗି ରହିଛି ବର୍ଷା

ଭୁବନେଶ୍ୱର,୩।୧୦(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ୧୨ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଏହି ଜିଲ୍ଲାଗୁଡିକ ହେଲା ବରଗଡ଼ , ସୁବର୍ଣ୍ଣପୁର , ବଲାଙ୍ଗିର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ସମ୍ବଲପୁର , ଅନୁଗୁଳ , ଦେବଗଡ଼ , ମୟୂରଭଞ୍ଜ , କେନ୍ଦୁଝର , ଢେଙ୍କାନାଳ , ଯାଜପୁର ଜିଲ୍ଲା। ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା […]

ପ୍ରାଣହରାଇଲେ ଅଷ୍ଟମଶ୍ରେଣୀ ଛାତ୍ର

ଭୁବନନେଶ୍ବର,୨ା୧୦(ଏସଏସନିଉଜ) ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡ଼ି ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନଙ୍କର ମୃତ୍ୟୁ ହୋଇଛି। ବଳିଆ ବାବା ଆଶ୍ରମରେ ରହି ଓମ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଆଜି ସ୍କୁଲନଯାଇ ୩ଜଣ ସାଙ୍ଗଙ୍କ ସହ ମିଶି ଓମ ଗାଧୋଇବା ପାଇଁ ନୀଳକଣ୍ଠେଶ୍ବର ମନ୍ଦିରକୁ ଯାଇଥିଲେ।ସେଠାରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନଙ୍କସହ ସ୍କୁଲ ନଯାଇ ପୋଖରୀରେ ଗାଧୋଇବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିଲ।