Browsing category

ମହାନଗର

ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିବ ପାର୍ବଣ ଭିଡ଼

ଭୁବନେଶ୍ବର, ୨/୧୦(ଏସଏସନିୟୁଜ) ପାର୍ବଣରେ ଭିଡ଼ ବଢିଲେ ସଂକ୍ରମଣ ବଢିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି ପୂର୍ବ ଗାଇଡଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋକଣ୍ଟେନମେଣ୍ଟ କରାଯିବ। ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ। ଲୋକମାନେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ମହାପାତ୍ର ।

ଏଲପିଜି ଗ୍ୟାସ ବୋଝେଇ ଟ୍ରକ୍ ରେ ନିଆଁ

ସୁନ୍ଦରଗଡ଼,୨/୧୯(ଏସଏସନିୟୁଜ) ଝାରସୁଗୁଡ଼ାରୁ ରାଉରକେଲାକୁ ଯାଉଥିବା ଏଲପିଜି ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବାବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ନିଆଁ ଲାଗିବା ଯୋଗୁଁ ଏଲପିଜି ଗ୍ୟାସ ବୋଝେଇ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା।ତେବେ ଚାଳକ ଓ ହେଲ୍ପର ସୁରକ୍ଷିତ ବର୍ତିଯାଇଥିବାର ଜଣାପଡିଛି ।

ଧରାପଡିଲେ ଷ୍ଟାର୍ ପିଣ୍ଟୁ,ଜବତହେଲା ୭୪ ଗ୍ରାମ୍ ବ୍ରାଉନ୍‌ସୁଗାର

ଭୁବନେଶ୍ୱର,୨/୧୦(ଏସଏସନିୟୁଜ) ଭଲନାଁଥିଲା ।ଗରାଖ ମଧ୍ୟ ଆଶାଠାରୁ ଅଧିକ ହେଉଥିଲେ ।ପ୍ରାୟସମୟରେ କଲେଜପିଲା,ଇଞିନିୟରିଂ ପିଲାମାନଙ୍କ ଭୀଡ ଲାଗିରହୁଥିଲା । ରୋଲ୍‌, ଚାଉମିନ୍ ଓ ପକୋଡ଼ା ଭଳି ସୁସ୍ବାଦୁ ଫାଷ୍ଟଫୁଡ଼୍ ଖାଦ୍ୟ ଖାଉଥିଲେ ।କିନ୍ତୁ ବାସ୍ତବଚିତ୍ର ଥିଲା ଅଲଗା । ଫାଷ୍ଟଫୁଡ଼୍ ଖାଦ୍ୟ ବାହାନାରେ ଲୁଚାଛପାରେ ଧଳାଜହର ବିକ୍ରି ହେଉଥିଲା ।ଯେଉଥିପାଇଁ କଲେଜପିଲାମାନଙ୍କର ଭିଡ ରହୁଥିବାର ଏୟାର୍‌ଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗି ମୁଖ୍ୟ ରାସ୍ତାରେ ଏକ ଜଣାଶୁଣା ଫାଷ୍ଟଫୁଡ୍ ଦୋକାନ ବିଷୟରେ ପୋଲିସ ଜାଣିବାପରେ ଚଢଉ କରିଥିଲା ।ଚଢଉ ସମୟରେ […]

ଓସ୍କାର ସିଟିରେ ବୁଲିଲା ଖଣ୍ଡା:- ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର,୨/୧୦୯ଏସଏସନିୟୁଜ) ଓସ୍କାର ସିଟିରେ ବୁଲିଲା ଖଣ୍ଡା: ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।ଅନ୍ୟମାନେ ଦେଖୁଥିଲେ ମଧ୍ୟ ମାରାଣାସ୍ତ ଥିବାରୁ ପାଖକୁ ପଶିନଥିଲେ ।ଏହିଭଳି ଅଘଟଣ ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟିରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି । ବାର୍‌ରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଏହି ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିବା ମଣ୍ଟୁ ବେହେରାନାମକ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି । ପ୍ରକାସ ଯେ, କଳ୍ପନା ରୋଡ୍‌ସ୍ଥିତ ଏକ ବାର୍‌କୁ ଆକ୍ରମଣକାରୀ ଦୁର୍ବୃତ୍ତମାନେ ଯାଇଥିବାସହ ମଦନିଶାରେ ଗୀତ ଗାଉଥିବା […]

ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ । ୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ । ୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ । ୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୫-କରୋନା ଲକଡାଉନ୍ […]

ଏବେ ପୁଣି ଚର୍ଚ୍ଚାରେ ରାନୁ

୧. ଶାନ୍ତିସ୍ତୂପରେ ୨୧ଦିନ ଧରି ହେଉଥିଲା ବିଶ୍ବଶାନ୍ତି ମହାଯଜ୍ଞ, ଘିଅ ପରିବର୍ତ୍ତେ ୫ ଶସ୍ୟରେ ଦିଆଯାଉଥିଲା ପୂର୍ଣ୍ଣାହୁତି । ୨. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ୩. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ । ୪. ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ […]

ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ! ଜାରି ହେଲା ଅକ୍ଟୋବର ମାସ ର ମାର୍ଗଦର୍ଶିକା

ଭୁବନେଶ୍ବର :୩୦।୯(ଏସଏସଏନ) ପାର୍ବଣ ପାଇଁ କଟକ ଓ ଭୁବନେଶ୍ବରରେ କଟକଣା କୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ମାସ ପାଇଁ  ମାର୍ଗ‌ଦର୍ଶିକା ଜାରି କରି ଟୁଇନ୍‌ ସିଟିରେ  ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍‌ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ […]

ଚାଲିଛି ପିପିଲି ଉପନିର୍ବାଚନ ପାଇଁ ମତଦାନ

ପୁରୀ,୩୦/୯(ଏସଏସନିୟୁଜ) କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପିପିଲି ଉପନିର୍ବାଚନ । ନିର୍ବାଚନର ରଣାଙ୍ଗନାରେ ୧୦ଜଣ ପାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସାଢ଼େ ୫ଟାରେ ମକ୍‌ପୋଲ୍ ହେବ। ୨୦୧ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। […]

ବ୍ରାଉନସୁଗାର ବିକି ବାପାମା ଓ ପୁଅ ଗିରଫ

ଢେଙ୍କାନାଳ,୩୦/୯(ଏସଏସନିୟୁଜ) ବ୍ରାଉନ୍‌ସୁଗାର କାରବାରରେ: ବାଜିଚୌକ ନିକଟ ହାଉସିଂବୋର୍ଡ ଅଂଚଳରେ ବାପାମା ଓ ପୁଅକୁ ଗିରଫ କରିଛି ଟାଉନ ଥାନା ପୁଲିସ ।ଏହାସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର, ଗୋଟିଏ ଆଲୁମିନିୟମ୍ ଫଏଲ୍ ରୋଲ୍, ଗୋଟେ ଡିଜିଟାଲ୍ ଓଜନ ମେସିନ୍ ମଧ୍ୟ ଜବତ କରିଛି ।ଗତକାଲି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଅର୍ତକିତଭାବେ ଚଢଉ କରି ବାପା, ମାଆ ଓ ପୁଅକୁ ଗିରଫ କରିାବ ସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି ।

ଚୋରୀମାମଲାରେ ଧରାହେଲେ ୩

ଭୁବନେଶ୍ବର,୩୦/୯(ଏସଏସନିୟୁଜ)ଚୋରୀକରି ଧରାପଡିଲେ ତିବିଜଣ ଚୋର ।ସେମାନେ ହେଲ ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ, ମଣ୍ଟୁ ନାୟକ ଓ ସାବନ ନାୟକ।ଏମାନେ ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି କରିଥିଲେ ।ପୋଲିସ ତଦନ୍ତକରିଏହି ତିବିଜଣଙ୍କୁ ଗିରଫ ଗିରଫକରିବାସହ ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି।