Browsing category

ମହାନଗର

କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ

କେନ୍ଦୁଝର,୭।୧୨(ଏସଏସନିଉଜ୍)କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା।ରାଉରକେଲା ଓ କଳିଙ୍ଗ ନଗର ପରି କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ।ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ।କେଉଁଝର ମିନି ଷ୍ଟାଡିୟମଠାରେ ମାତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ,୧୮ ମାସ ତଳର ପରିକଳ୍ପନା ଆଜି ସାକାର ହେବାକୁଯାଉଛି।ତାରିଣୀଙ୍କପୀଠକୁ ଏକ ବିଶ୍ଵ ସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢିଉଠିବ।ମନ୍ଦିରର ଦେହୁରୀମାନଙ୍କ ରହିବାପାଇଁ ଗୃହ ନିର୍ମାଣ […]

ଆଲୋଚନା ବିଫଳ

ଭୁବନେଶ୍ବର,୭।୧୨(ଏସଏସନିଉଜ)ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକଙ୍କ ଆଲୋଚନା ବିଫଳ ହୋଇଛି।କାଲି ଆଲୋଚନା କରିଥିଲେ ଶିକ୍ଷକ ସଂଘର ୧୧ଜଣିଆ ଦଳ।ଆଲୋଚନା ବିଫଳ ପରେ ଜାରି ରହିବ ଆନ୍ଦୋଳନ ବୋଲି କୁହାଯାଇଛି।ଆନ୍ଦୋଳନ ଜାରି ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତି ହୋଇଥିବାର ଜଣାପଡିଛି।

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକ -ଅନୁଭବ

ଟିଟିଲାଗଡ଼,୬।୧୨(ଏସଏସନିଉଜ) ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଅନୁଭବ ମହାନ୍ତି।ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ଆସି ହ୍ୟୁମାନଙ୍କ ମାଙ୍କୁ ଭେଟିଲେ।ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଲେ।ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବି ବୋଲି କହିଛନ୍ତି ଅନୁଭବ ମହାନ୍ତି।

ସାବଧାନ ! ମହାନଦୀରେ ବୁଲୁଛି ବିରାଟ କୁମ୍ଭୀର

ବାରଙ୍ଗ, ୫।୧୨(ଏସଏସନିଉଜ)ମୁଣ୍ଡଳୀ ବ୍ୟାରେଜ ନିକଟସ୍ଥ ମହାନଦୀରେ ଏକ ବିରାଟକୁମ୍ଭୀର ପଠାରେ ଶୋଇଥିବାରଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।ଏହି ଘଟଣା ପ୍ରଚାରିତ ହେବାପରେ ଦେଖଣା ହାରୀଙ୍କ ଭିଡ ଲାଗି ରହିଥିଲା।ଖବର ପାଇ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ଆସି ପହଂଚିଥିଲେ।ପରେ ବନବିଭାଗ କର୍ମଚାରୀମାନେ ଆସି ନଦୀମଧ୍ଯକୁ ପଶି କୁମ୍ଭୀର ପାଖକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ କୁମ୍ଭୀରଟି ନଦୀମଧ୍ଯକୁ ପଳାଇଯାଇଥିଲା।ଏହି ଘଟଣା ପରେ ନଦୀକୂଳିଆ ଗ୍ରାମବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି।

ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଚଳିତ ବର୍ଷ୨୦୨୫-୨୬ ମସିହାର ପ୍ରଥମ ପର୍ଯ୍ୟାୟ ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ,୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ […]

ବିଲଡର ଜମିରେ ସରକାରୀ ଟଙ୍କା ବିନିଯୋଗ ଉଦ୍ୟମ!

କଟକ, ୪।୧୨(ଏସଏସନିଉଜ) କୁହ୍ନେଇଁପଡା ଗ୍ରାମ ପଞ୍ଚାୟତର ଭୁବନପୁର ଗ୍ରାମରେ ଏକ ବିଲଡର ଜମିରେ ସରକାରୀ ଅନୁଦାନରେ କରାଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି। ପ୍ରକାଶଯେ, ବାରଙ୍ଗବ୍ଲକ ପକ୍ଷରୁ ଭୁବନପୁର ଗ୍ରାମର କଚ୍ଚାମୁଖ୍ୟରାସ୍ତାକୁ ପକ୍କା ରାସ୍ତା କରିବା ପାଇ ସରକାରୀ ଅନୁଦାନ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଜମି ବ୍ୟବସାୟୀଙ୍କ କିଛି ବେସରକାରୀ ଜମି ରହୁଥିବାର ଜଣାପଡି ଛି।ଏହି ଜାଗାରେ ପକ୍କା ରାସ୍ତା କରିବା […]

ନନ୍ଦନକାନନକୁ ଆଫ୍ରିକାରୁ ଆସିବ ଚିତା ବାଘ

ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ଭରପୁର ମଜା ଉଠାଇପାରିବେ। ପୂର୍ବରୁ ଭାରତରେ ଚିତା ରହିଥିଲେ। ହେଲେ ଅବାଧ ଶୀକାର ଓ ସମୟକ୍ରମେ ଧୀରେଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଭାରତରୁ ଚିତା ବଂଶ ଲୋପ ପାଇଯାଇଛି। ଭାରତରେ ପୁଣି ଚିତାବଂଶ ବୃଦ୍ଧି ତଥା ଭାରତରେ ଚିତାଙ୍କ ଉପସ୍ଥିତି ଜାହିର କରିବା ପାଇଁ ‘ପ୍ରୋଜେକ୍ଟ […]

ଆଶା ହରାନ୍ତୁ ନାହିଁ…

ଭୁବନେଶ୍ୱର,୩।୧୨(ଏସଏସନିଉଜ)ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ।ଭୁବନେଶ୍ୱର SOA ଅଡିଟୋରିଅମ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ […]

ତ୍ରିଷ୍ଣା ଆକ୍ଟିଭିଟି ସେଣ୍ଟରର ବାର୍ଷିକଉସବ

ଭୁବନେଶ୍ୱର,୨।୧୨(ଏସଏସନିଉଜ୍)କାନନ ବିହାରସ୍ଥିତ କେଳୁଚରଣ କେନ୍ଦ୍ରର ପ୍ରକ୍ଷା ଳୟରେ ମଙ୍ଗଳବାର ଦିନ ତ୍ରିଷ୍ଣା ଆକ୍ଟି ଭିଟି ସେଣ୍ଟର୍ ର ବାର୍ଷିକଉସବ ଅନୁଷ୍ଟିତ ହୋଇ ଯାଇଛି।ତ୍ରିଷ୍ଣା ଆକ୍ଭିଭିଟି ସେଣ୍ଟର୍ ର ଅଧ୍ୟକ୍ଷା ତନୁଜା ରାୟଙ୍କ ସଭାପତୀତ୍ଵରେ ଅନୁଷ୍ଟିତସଭାରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମାନସ୍ମିତା ଖୁଣ୍ଟିଆ,ସିନେ କଳାକାର ସଂଙ୍କର୍ଷଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ।ପୂର୍ବରୁ […]

ଅଲେଖ ମହିମା ଆଶ୍ରମରେ ଏକାଠି ହେଲେ ମହିମାଧର୍ମି ଭକ୍ତ

ଭୁବନେଶ୍ଵର,୨।୧୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମମୁଣ୍ଡରେ ଥିବା ଅଲେଖ ମହିମା ଆଶ୍ରମ ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ରବିବାର ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଅଖଣ୍ଡବତି ଓ ଝାଡବତି ପ୍ରଜ୍ବଳନ ଏବଂ ବ୍ରହ୍ମଧ୍ଵନି ସ୍ଥାପନ କରାଯାଇଥିଲା। ଏହାପରେ ଅହୋରାତ୍ର ଭଜନ ସମାରୋହ ହୋଇଥିଲା ।ମୁଷମ୍ବର ବାବା, ଜୟରାମ ବାବା, ଗଙ୍ଗାଧର ବାବା ,ଲୋକନାଥ ବାବାଙ୍କ ସହ ସାଧୁ ବୈରାଗୀମାନେ ଯୋଗଦେଇ ଜଗତ କଲ୍ୟାଣ ପାଇଁ ସମବେତ ପ୍ରାର୍ଥନା ଓ ଭଜନ ସମାରୋହରେ ସାମିଲ ହୋଇଥିଲେ।ଏଥିରେ ଆଖପାଖ ଅଂଚଳର ବହୁ […]