Browsing category

ମହାନଗର

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ

ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା […]

ଅଯୋଗ୍ୟ କାର୍ଡ ଫେରାନ୍ତୁ:- କୃଷ୍ଣ ପାତ୍ର

ଭୁବନେଶ୍ଵର,୨।୩(ଏସଏସନିୟୂଜ)ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀ ଅପିଲ୍‌ କରିଛନ୍ତି।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ।ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ।କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି।ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି।୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ।ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ […]

ମାର୍ଚ୍ଚରୁ ମେ କଲବଲରେ କଟିବ…

ଭୁବନେଶ୍ୱର,୧।୩(ଏସଏସନିୟୁଜ୍)ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତଖରାରେ ଶିଝିବେ ରାଜ୍ୟବାସୀ।ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ସମସ୍ତଙ୍କଚିନ୍ତା ବଢ଼ିଯାଇଛି।

ବେଆଇନ ବାଲିଘାଟରେ ପୋଲିସର ରାତି ଅଧିଆ ଚଢାଉ

ବାରଙ୍ଗ, ୨୮।୨(ଏସଏସନିୟୁଜ୍) ରାଜଧାନୀ ଉପକଣ୍ଠକଲ୍ୟାଣପୁର ବେଆଇନ ବାଲିଘାଟରୁ ମାଫିଆମାନେଦିନରାତି ବାଲି ଉଠାଉଛନ୍ତି।ଲଘୁଖଣିଜ ବିଭାଗର ଅଧିକାରୀ ମାନଙ୍କ ନିରବତା ଏହି ମାଫିଆ ମାନଙ୍କୁ ଅଧିକ ସକ୍ରିୟ କରିବାରେ ସହାୟକ ସାଜୁଛି।ମାଫିଆମାନେ ଦିନରାତି ଏକକରି ମନଇଚ୍ଛା ବାଲି ଉଠାଇବାରୁ ପଟିଆବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି।ଗୁରୁବାର ବିଳମ୍ବିତ ରାତିରେନନ୍ଦନକାନନ ଥାନା ପୋଲିସବେଆଇନ କଲ୍ୟାଣପୁର ବାଲିଘାଟ ଉପରେ ଚଢାଉ କରି ୩ମାଫିଆ,୪ଡ୍ରାଇଭରଙ୍କ ସମେତ ୭ଜଣଙ୍କୁ ଗିରଫ କରିବା ସହ ଗୋଟିଏ ହାଈୱା,ଗୋଟିଏ ଟିପର,ଦୁଇଟି ଯେଶିବି ମେସିନ,ଦୁଇଟି କାର ଜବତ କରିଛି। […]

ରେଳଧାରଣା ନେଉଛି ଜୀବନ

ବାରଙ୍ଗ, ୨୮।୨ (ଏସଏସନିୟୂଜ୍) ଶୁକ୍ରବାର ରାତି ୯ଟା ପାଖାପାଖି ଗଦେଇକୁଦ ଗ୍ରାମ ସାରଙ୍ଗେଇ ମନ୍ଦିର ନିକଟରେଳଧାରଣାରେ ଟ୍ରେନରେ କଟି ଜଣେ ଅଜଣା ଯୁବକର ମୃତ୍ୟୁ ଘଟିଛି। ଏହି ସମୟରେ ନିକଟସ୍ଥ ଗ୍ରାମର କିଛି ବ୍ୟକ୍ତି ଶୌଚ ହେବା ପାଇଁ ରେଳ ଧାରଣା ଅତିକ୍ରାନ୍ତ କରି ଯାଉଥିବାବେଳେ ରେଳଧାରଣାରେ ମୃତଦେହ ପଡ଼ିଥ‌ିବା ଦେଖି ରେଳବାଇ ଥାନାକୁ ଖବର ଦେଇଥିଲେ।ରେଲାଧରାନା କଡ଼ରେଏକ ଓଡି ୦୨ ସିପି ୪୧୨୦ ସ୍କୁଟି ଗାଡ଼ି ରହିଥିବାର ଦେଖିବାକୁ ମିଳିଛି।ଉକ୍ତ ଗାଡିଟି ମୃତ୍ୟୁବରଣ କରିଥିବା ଯୁବକର […]

ଆଇପିଏସ ସ୍ତରରେ ଅଦଳବଦଳ

  ଭୁବନେଶ୍ବର,୨୮।୨(ଏସଏସନିୟୂଜ) ଆଇପିଏସ ସ୍ଥରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।୨୬ଜଣ ଆଇପିଏସଙ୍କର ବଦଳି ହୋଇଛି।କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି, ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସ୍ଟିଏଫ ଡିଜିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗୀରଏସପି ଥିବା ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି , କଟକ ଛାପାଖାନା ଓ ମୁଦ୍ରଣ ନିର୍ଦ୍ଦଶେକ ଥିବା ଏସ୍ଏମ୍ ନରଭାଣେଙ୍କୁ ଓଏଚ୍ଆରସି ସ୍ପେଶାଲ ଡିଜି , ଓଏସ୍ଆରଟିସି ସିଏମ୍ଡି ଭାବେ କାର୍ଯ୍ୟରତ ଦୀପ୍ତେଶ କୁମାର […]

ବାରଙ୍ଗ ପଞ୍ଚାୟତ ସମିତି ବୈଠକ

ବାରଙ୍ଗ, ୨୭ା୨(ଏସଏସନିୟୂଜ) ଗୁରୁବାର ଦିନ ୧୧ଟା ସମୟରେ ବାରଙ୍ଗ ବ୍ଲକ ସଭାଗୃହରେ ଅଷ୍ଟମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା।ବ୍ଲକଅଧ୍ୟକ୍ଷା ସାବିତ୍ରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ସ୍ୱାଗତ ଦାସ ଅତିଥି ପରିଚୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।ବିକଶିତ ଓଡିଶା ଗଠନ କିପରି ବିକଶିତ ହୋଇପାରବ ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଗତ ଫେବୃଆରୀ ୧୪ ତାରଖରେ ଗ୍ରାମସଭାରେ ସିକୃତି ପାଇଥିବା ପ୍ରକଳ୍ପଗୁଡ଼ିକୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ କରାଯାଇଥିଲା । […]

ବ୍ୟବସ୍ଥିତ ଢଙ୍ଗରେ ଓମଫେଡ୍ କୁ ସଶକ୍ତ କରାଯିବ-ମନ୍ତ୍ରୀ

ବାରଙ୍ଗ, ୨୭।୨(ଏସଏସନିୟୂଜ) ସିସିଟିଭି ନଜରରେ ରହିଲା ଓମଫେଡର ବାରଙ୍ଗ ବ୍ଲକ ଅରିଲୋସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କେନ୍ଦ୍ର । ଓମଫେଡର ଏହି ପ୍ଲାଣ୍ଟରେ ଗୁରୁବାରଠାରୁ ସିସିଟିଭି କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ମତ୍ସ୍ୟ, ପଶୁସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଛନ୍ତି । ଏହାସହ ଓମଫେଡ ପକ୍ଷରୁ କମ୍ପାନୀର ମୁଖ୍ୟ ଦ୍ବାରରେ ଏକ ଖୁଚୁରା ବିକ୍ରୟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯାଇଛି।ଏହି ପ୍ଲାଣ୍ଟ ପରିସରରେ ପ୍ରାଥମିକ […]

ଆଉ-ନାହାନ୍ତି-ଉତ୍ତମ

ଭୁବନେଶ୍ୱର,୨୮।୨(ଏସଏସନିୟୂଜ)ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ଦୁନିଆରେ ନାହାନ୍ତି। ଦିଲ୍ଲୀରେ ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିବା ଉତ୍ତମ ମହାନ୍ତି ଦଣ୍ଡା ବାଳୁଙ୍ଗା ରୂପେ ପରିଚିତ।ଅଭିମାନ’ ଫିଲ୍ମ ଜରିଆରେ ଓଡିଆ ସିନେମା ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ ରେ ଏକ ନୂଆ ଟ୍ରେଣ୍ଡ […]

ଲିଙ୍ଗରାଜ ମନ୍ଦିରରେ ଅଘଟଣ

ଭୁବନେଶ୍ୱର,୨୬।୨(ଏସଏସନିୟୂଜ)ଲିଙ୍ଗରାଜ ମନ୍ଦିରରେ ଅଘଟଣ ଘଟିଛି।ମହାଦୀପ ଉଠିବା ବେଳେ ଖସିପଡ଼ିଛନ୍ତି ସେବାୟତ।ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଏପରି ଅଘଟଣ ଘଟିଛି।ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡି ସେବାୟତ ଆହତ ହୋଇଥିବାର ଜଣାପଡିଛି।