Browsing category

ଅପରାଧ

ନନ୍ଦନକାନନରୁ ନିଖୋଜ ହେଲେ ପୁରୀରୁ ମିଳିଲେ ଜୟଶ୍ରୀ

ବାରଙ୍ଗ,୩ା୩(ଏସଏସନିଉଜ) ଗତ ଗୁରୁବାରଦିନ ନନ୍ଦନକାନନ ବୁଲିବାକୁଆସି ନିଖୋଜହୋଇଯାଇଥିବା ୭୦ବର୍ଷର ବୃଦ୍ଧା ଜୟଶ୍ରୀଦେବୀଙ୍କୁ ପରିବାରଲୋକେ ପୁରୀରୁ ଫେରିପାଇଛନ୍ତି।ଜାମ୍ମୁଇ(ବିହାର) ଜିଲ୍ଲାର ଝାଝା ଥାନା ଅନ୍ତର୍ଗତ ଝାଝା ଗ୍ରାମର ଜୟଶ୍ରୀଦେବୀ ନିଜ ପରିବାର ସହି ନନ୍ଦନକାନନ ବୁଲିଆସିଥିଲେ।ଗୁରୁବାର ଅପରାହ୍ନ ୪ଟାରେ ଟିକଟକରି ପ୍ରାଣୀଉଦ୍ୟାନଭିତରକୁ ପ୍ରବେଶକରିଥିଲେ।ପରିସରରେ ବୁଲିବାସମୟରେ ଜୟଶ୍ରୀ ନିଖୋଜହୋଇଯାଇଥିଲେ।ଏନେଇ ପରିବାରଲୋକେ ନନ୍ଦନକାନନ ମୁଖ୍ୟଫାଟକରେ ଦାୟିତ୍ବରେଥିବା କର୍ମଚାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଇନଥିଲେ।ପରେ ଘଟଣା ସମ୍ପର୍କରେ ପୁଅ ରାଜଶର୍ମା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ।ସିସିଟିଭି ଫୁଟେଜରୁ ପ୍ରସ୍ଥାନ ସମୟରଦୃଶ୍ୟ […]

୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ

ଭୁବନେଶ୍ୱର,୩ା୩(ଏସଏସନିଉଜ)କୋରାପୁଟରେ ୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ ହୋଇଛି ।ଏହିସ୍ଥାନଟି ହେଉଛି କୋରାପୁଟଜିଲ୍ଲା କୁନ୍ଦୁରାବ୍ଲକର ଗୋରାହାଣ୍ଡିରେଥିବା ଏକ ପୁରାତନ ବିଷ୍ଣୁମନ୍ଦିର।ଏହିମନ୍ଦିରକୁ ନଳ ବଂଶର ରାଜାମାନେ ପ୍ରତିଷ୍ଠା କରିବାର ଅନୁମାନ କରାଯାଉଛି।

ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସର ଛାନଭିନ୍

ଭୁବନେଶ୍ୱର,୩ା୩(ଏସଏସନିଉଜ)ଭିସୁଟ୍ ପୂର୍ବତନଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସର ଛାନଭିନ୍ ଆରମ୍ଭ କରିଛି। ଚିନ୍ମୟୀଙ୍କ ଭୁବନେଶ୍ୱର ବିଜେବିନଗର ଭଡାଘରେ ବୁର୍ଲାପୋଲିସ ପହଂଚି ତନାଘନା ଜାରି କରିଛି ।ଚିନ୍ମୟୀଙ୍କଘରୁ ବ୍ୟାଗ, ଲାପଟପ୍‌, କିଛି କାଗଜପତ୍ର କରିଛିଜବତ ।ଭିସୁଟଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏଯାଏ କିଛି ଜଣାପଡିନଥିବାବେଳେ ଏପଟେ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ।  

ଜଳିଗଲା କବାଡ଼ିଗୋଦାମ

ଖୋର୍ଦ୍ଧା, ୩ା୩(ଏସଏସନିଉଜ) ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ିଗୋଦାମରେ ଅଗ୍ନିକାଣ୍ଡ ଘଟିଛି ।ନିଆଁଲାଗି କବାଡ଼ିଗୋଦାମରେ ଥିବା ବହୁସାମଗ୍ରୀ ଜଳିଯାଇଛି ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ନିଆଁକୁ ଆୟତ କରିବାପାଇଁ ଖବରପାଇ ଦମକଳବାହିନୀ ପହଁଚି ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ।  

ଭିଜିଲାନ୍ସ ଜାଲରେ ଖଣିବିଭାଗ ଉପନିର୍ଦ୍ଦେଶକ ଓ ଜଳସେଚନ ବିଭାଗ ଯନ୍ତ୍ରୀ

ଭୁବନେଶ୍ୱର,୩।୩(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି ଖଣିବିଭାଗ ଉପ-ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ।ତାଙ୍କ ବାସଭବନ ସହ କାର୍ଯ୍ୟାଳୟରେ ରେଡ୍ ଚାଲିଥିବାବେଳେ ପୈତୃକଘର ସହ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଚାଲିଛି।ସେହୁଭଳିଭାବେ ଆୟବହିର୍ଭୂତ ସଂପତ୍ତି ଠୁଳଅଭିଯୋଗରେ ଭବାନୀ ପାଟଣା KBK କ୍ଷୁଦ୍ର ଜଳ ସେଚନବିଭାଗର ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି। ଭୁବନେଶ୍ୱରର ୩, ଅନୁଗୋଳର ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ।

କଟକରେ ଏନକାଉଣ୍ଟର!

କଟକ,୨ା୩(ଏସଏସନିଉଜ)ଅନେକ ଦିନର ଵ୍ୟଵଧାନ ପରେ କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଅପରାଧି ଆହତ। ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ଏନକାଉଣ୍ଟର କଲା ସ୍ପେଶାଲସ୍ଵାଡ଼।ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି। ବିଡାନାସି ଭୁଆଶୁଣି ଗଡାରେ ପୋଲିସ ସହ ଗୁଳି ବିନିମୟରେ ଆହତ। ଏସସିବିରେ ଭର୍ତ୍ତି ବନ୍ଧୁକ ଜବତ। କଟକ ଡ଼ିସିପି ପିନାକମିଶ୍ରଙ୍କ ସୂଚନା।

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା

ବାରଙ୍ଗ,୨ା୩(ଏସଏସନିଉଜ) ରାଜଧାନୀଉପକଣ୍ଠ ଚନ୍ଦକାଥାନା ଅଞ୍ଚଳରେ ବୁଧବାରଦିନ ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଘଟଣା ଉପରୁ ପରଦା ଉଠାଇବା ସହ ମୁଖ୍ୟ ଅଭିଯୁକ୍ତ ବାପି କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛନ୍ତି । ପୋଲିସ ସୁଚନାମୁତାବକ ରାଉରକେଲା ବାସନ୍ତୀକଲୋନୀର ଦିପକ କୁମାର ସ୍ୱାଇଁ ଚନ୍ଦକାଥାନାଅନ୍ତର୍ଗତ ତୁଳସୀଦେଇପୁରରେ ଥିବା ସୋଲସୋକ୍ ଫାର୍ମ ହାଉସରେ ବୈଦ୍ୟୁତିକ ସହାୟକଭାବରେ କାର‌୍ୟ୍ୟନ କରୁଥିଲେ । ସେଠାରେ ଏକ ନିର୍ମାଣାଧୀନକୋଠା ଅଛି ଯେଉଁଠାରେ ବାପି ଓରଫ ସୁଭେନ୍ଦୁକୁମାରଦାସ ରହିବାସହ ସେମଧ୍ୟ ଉକ୍ତଫାର୍ମରେ ଲେବର ଭାବରେକାର୍ଯ୍ୟ […]

ବାରଙ୍ଗରୁ ଚୋରିଟ୍ରାକ୍ଟର ନୟାଗଡ଼ରୁ ଜବତ

ବାରଙ୍ଗ,୧।୩(ଏସଏସନିଉଜ) ଆନନ୍ଦ ବଜାରରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ତିନିଦିନ ପରେ ନୟାଗଡ଼ରୁ ଉଦ୍ଧାର କରିଛି ବାରଙ୍ଗଥାନା ପୋଲିସ।ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ପୋଲିସ ବୁଧବାର ଦିନ କୋର୍ଟଚାଳଣ କରିଛି। ସେମାନେ ହେଉଛନ୍ତି ନୟାଗଡ଼ ବୋଡାପଡ଼ା ଗାଁର ପ୍ରଭାତ ଷଣ୍ଢ ଓ ପୁରୁଣା ଘଡୁଆଳ ଗାଁର ଜିତେନ୍ଦ୍ରଭଟ । ପ୍ରକାଶଯେ, ବରଙ୍ଗ ଥାନା ଅଧିନସ୍ତ ଶ୍ରୀବନ୍ତପୁର ଗାଁର ସତ୍ୟବ୍ରତ ବଡ଼ଜେନା ଆନଂଦ ବଜାରରେ ଗୃହ ନିର୍ମାଣ ନିମନ୍ତେ ଏକ ଦୋକାନ କରି ବାଲି ଗୋଡି ଆଦି ଯୋଗାଣ […]

ରାଜଧାନୀରେ ପୁଣି ବାର୍ ଗଣ୍ଡଗୋଳ

ଚନ୍ଦ୍ରଶେଖରପୁର,୨୮ା୨(ଏସଏସନିଉଜ)ଚନ୍ଦ୍ରଶେଖରପୁରରେ ଏକ ବାରକର୍ମଚାରୀଙ୍କୁ ଆକ୍ରମଣ ହୋଇଛି ।ସଙ୍ଗବଦ୍ଧଭାବେ ୧୫ରୁ ୨୦ଦୁର୍ବୃତ୍ତଏହି ଆକ୍ରମଣ କରିଛନ୍ତି ।ଏହି ଆକ୍ରମଣ ଘଟଣାରେ ଜଣେଯୁବକ ଗୁରୁତର ଆହତ ହୋଇଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

ପିଟାପିଟିହୋଇ ସ୍ୱାମୀ-ସ୍ତ୍ରୀ ମୃତ୍ୟୁ

ଖଇରା, ୨୮ା୨(ଏସଏସନିଉଜ) ଦାମ୍ପତ୍ୟ କଳହରୁ ଉଭୟଙ୍କ ମଧ୍ୟରେ ପିଟାପିଟିହୋଇ ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । କଳହଯୋଗୁଁ ସ୍ତ୍ରୀକୁ ବାଡେଇବାପରେ ସ୍ୱାମୀ ବିଷପିଇଦେଇଥିବା ସୂଚନା ମିଳିଛି। ଗୁରୁତରଅବସ୍ଥାରେ ସ୍ତ୍ରୀ ଖଇରାମେଡିକାଲରେ ମୃତ୍ୟୁବରଣ କରିଥିବାବେଳେ ସ୍ୱାମୀ ଭଦ୍ରକ ମେଡିକାଲରେ ମୃତ୍ୟୁବରଣ କରିଛି। ବିଳମ୍ବିତରାତିରେ ଖଇରାଥାନା ତିଳଦାଗାଁରେ ଏହିଭଳି ଏହି ଅଭାବନୀୟ ଘଟଣା ଘଟିଛି ।