Browsing category

ଅପରାଧ

୬ଟି କୋଚିଂସେଣ୍ଟରକୁ ୬ ଲକ୍ଷ ଟଙ୍କା ଜରିମନା

ଆସିକା , ୫/୮(ଏସଏସନିଉଜ) କୋଚିଂ ସେଣ୍ଟର ଗୁଡ଼ିକୁ ୬ ଲକ୍ଷ ଟଙ୍କାର ଜରିମନା ପାଇଁ ନୋଟିସ ଜାରି କରିଛି ଆସିକା ଏନଏସି ।ଅଭିଯୋଗପରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ୬ଟି କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିବା ସହ ୬ ଲକ୍ଷ ଟଙ୍କାର ଜରିମନା ପାଇଁ ନୋଟିସ ଜାରି କରିଛନ୍ତି ।  

ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ

କଳାହାଣ୍ଡି, ୫/୮(ଏସଏସନିଉଜ)ଧର୍ମଗଡ଼ ବିଜୁଏକ୍ସପ୍ରେସ ୱେ ନିକଟରେ ଲେବର ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଏଥିରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୩୬ ଜଣ ଶ୍ରମିକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ୮ ଜଣ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବାର ଜଣାପଡିଛି ।

ଲୁଡ଼ୁ ଖେଳବାରଣକୁ କେନ୍ଦ୍ରକରି ଛୁରାମାଡ

ଭଦ୍ରକ, ୫/୮(ଏସଏସନିଉଜ) କସିଆ ସାମୁଦ୍ରିକ ଥାନା ଅନ୍ତଗତ ବିଦେଇପୁର ମୁନିପାଦରେଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଲୁଡୁଖେଳୁଥିବାବେଳେ ଏହାକୁ କେନ୍ଦ୍ରକରି ଛୁରାମାଡ ହୋଇଛି ।ଏଥିରେ ଦୁଇଜଣ ଅନନ୍ତ ଦାସ ଓ ରଂଗଲା ଦାସ ଗୁରୁତର ହୋଇଥିବାବେଳେ ପୂଜା ଦାସ, ଲିଜା ଦାସ, ରାହୁଲ ଦାସ, ଦିପୁନ ମଳିକ ୪ଜଣ ଆହତ ହୋଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍‌ତ ହେଉଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ରାହୁଲ ଦିପୁନ ଓ ରାଜ ନାମକ ଯୁବକ ମୋବାଇଲରେ ଲୁଡୁ ଖେଳୁଥିବା […]

ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ

ବ୍ରହ୍ମପୁର, ୫/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ପାତ୍ରପୁର ବ୍ଳକ ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ ୮ଟି ସ୍ଥାନରେ ଚଢ଼ାଉ କରୁଛି ।ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସମେତ ତିନିଟି ଗୋଦାମ ସହ ଦୁଇଟା ମାର୍କେଟ କପ୍ଲେକ୍ସ, ଗ୍ୟାସ ଏଜେନ୍ସି, ଗୋଦାମ, ଚାରି ବହୁତଳ […]

୩ଜଣଙ୍କୁ ଗିରଫ କଲା ସିବିଆଇ

ଭୁୁବନେଶ୍ୱର,୫/୮(ଏସଏସନିଉଜ)ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ ମଧ୍ୟ ଗିରଫ ହୋଇଛନ୍ତି ।ଏହାସହ ଠିକାଦାର ସୁମନ୍ତ ରାଉତଙ୍କ ସହ ସିବିଆ ଆଉ ଜଣଙ୍କୁ ଗିରଫ କରିଥିବାନେଇ ସୁଚନା ମଳିଛି ।

ମୋତେ ସ୍ତ୍ରୀର ମାନ୍ୟତା ଦରକାର

ବ୍ରହ୍ମପୁର, ୪/୮(ଏସଏସନିଉଜ)ମୋତେ ସ୍ତ୍ରୀର ମାନ୍ୟତା ଦରକାର । ମୋ ଛୁଆକୁ ତା ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ କେବଳ ମୋର। ତାଙ୍କୁ ଆଉ କାହାର ହେବାକୁ ଦେବିନି। ଦରକାର ପଡ଼ିଲେ ରାତି ରାତି ତାଙ୍କ ଘର ଆଗରେ ବସିବି। ହେଲେ ମୋତେ ସ୍ତ୍ରୀର ପରିଚୟ ନ ମିଳିବା ଯାଏ ଏଠୁ ହଟିବିନି।’ ଦେଢ଼ ବର୍ଷର ଛୁଆକୁ କୋଳରେ ଧରି ନ୍ୟାୟ ପାଇଁ ଗତକାଲି ରାତି […]

ଦୁଷ୍କର୍ମୀକୁ ୧୨ ବର୍ଷ କାରାଦଣ୍ଡ

ବାରିପଦା,୪/୮(ଏସଏସନିଉଜ) ଦୁଷ୍କର୍ମୀକୁ ୧୨ ବର୍ଷ କାରାଦଣ୍ଡ ରାୟ ଶୁଣାଇଲେ ବାରିପଦା ଜିଲ୍ଲା ଦୌରାଜଜ୍। ଏହାସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି । ଅନାଦେୟ କଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପୀଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ୨୦୧୭ରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଗୁରୁଚରଣ ବେହେରା ।

ସଙ୍ଗାତ ସାଜିଲା ପିଶାଚ,ବିଭସ୍‌ଭାବେ ବନ୍ଧୁପତ୍ନୀକୁ କଲା ହତ୍ୟା

ଘଟଗାଁ ,୪/୮(ଏସଏସନିଉଜ) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଣ୍ଡାଟାଙ୍ଗର ଗ୍ରାମରେ ଅତି ବୀଭତ୍ସ ହତ୍ୟାକାଣ୍ଡ ୨୪ ତାରିଖ ରାତିରେ ଘଟିଛି । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ବନ୍ଧୁ ପତ୍ନୀଙ୍କ ଯୌନାଙ୍ଗରେ ଟାଙ୍ଗିଆ ବେଣ୍ଟ ଭର୍ତ୍ତି କରି ହତ୍ୟା କରିଛି ଦୁର୍ବୁତ ଘଟଣାଟି ଘଟିଥିଲା ଏମିତି । ଖାଳିଆଡିହା ଗ୍ରାମର ପୁରୁଷୋତ୍ତମ ନାଏକ ଯିଏକି ମୁଣ୍ଡାଟାଙ୍ଗର ଗ୍ରାମର ବୀର ମୁଣ୍ଡାଙ୍କ ସଙ୍ଗାତ ସେ ତାଙ୍କ ଘରକୁ ଆସିଥିଲେ ।ସଙ୍ଗାତ ଘରକୁ ଆସିଥିବା ଖୁସିରେ ବଜାରକୁ ଯାଇ ଉଭୟ […]

ଗୁଣି ସନ୍ଦେହରେ ପିଟି ମାରିଦେଲେ

ରାୟଗଡ଼ା,୪/୮(ଏସଏସନିଉଜ) ବୁଧବାର ବିଳମ୍ବିତ ରାତି କାଶୀପୁର ବ୍ଲକ ଦୁଡୁକା ବାହଲ ପଞ୍ଚାୟତର ଟିଟିଗୁଡ଼ା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି ।ଗ୍ରାମବାସୀମାନଙ୍କ ଆକ୍ରମଣରେ ଦଇ ମାଝି ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇପୁଅ ଦୁର‌୍ୟ୍ୟ ଓ ଲାଲୁ ସଙ୍କଟାପନ୍ନ ଅବସ୍ଥାରେ ଚିକିସ୍‌ିତ ହେଉଛନ୍ତି । ଗାଁ ଦାଣ୍ଡରେ ମୃତଦେହ ପଡ଼ିଥିବାବେଳେ ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକିଛିଦିନ ହେବ ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବାରୁ […]

କାରରୁ ମିଳିଲା ୩୪୯ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ

କୋରାପୁଟ,୪/୮(ଏସଏସନିଉଜ)କାରରେ ଗଞ୍ଜେଇ ନେଇ ଜୟପୁରରୁ ଛତିଶଗଡ଼କୁ ଚାଲାଣ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ହାବୁଡରେ ପଡିବାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ପୋଲିସ ଏପି ୩୧ ବିଏଚ୍୦୯୯୪ନଂ ଗଞେଇବୋଝେଇ କାରକୁ ଜବତ କରିବା ସହ ସନ୍ଦର ପଡୱା ଓ ଗଜେନ୍ଦ୍ର ଗଡ଼ବାଙ୍କୁ ଗିରଫ କରିଛି ।