Browsing category

ମନୋରଞ୍ଜନ

ଅମରଲଡୁ ବାଂଟିଲେ ଗରୁଡ

ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ ବସି ରଙ୍ଗଣିସାହିସ୍ଥିତ ଲବଣିଖିଆମଣ୍ଡପକୁ ବିଜେ କରିଥିଲେ ।ଗୋପାଳପରିବାରର କୁଳବଧୂମାନେ ଆସି ଠାକୁରଙ୍କୁ ବନ୍ଦାପନା କରିଥିଲେ ।ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର,ଲବଣୀ,ମାଖନ, ଖୁଆପେଡା,ରସାବଳୀ, ଛେନା ଆଦି କ୍ଷୀରଜାତସାମଗ୍ରୀ ସହ ଚୁଡାଘଷା,ଖଇ, ଉଖୁଡା,ଫଳମୁଳ,ତୁଳସୀ,ଚନ୍ଦନ ଆଦି ଭୋଗ ଲଗାଯାଇଥିଲା ।ଠାକୁର ଭୋଗଖାଇସାବାପରେ ଶ୍ରୀକୃଷ୍ନ କାଳନଦୀହ୍ରଦକୁ ପଦ୍ମଫୁଲତୋଳିବାକୁଯାଇଥିଲେ । ତେବେ ଏହିସବୁ ମାନବଙ୍କଦ୍ୱାରା କରାଯାଇଥିଲା ।ପରମ୍ପରା ଅନୁଯାୟୀ ବିଳମ୍ଭିତରାତିରେ ସାକ୍ଷୀଗୋପାଳ ମନ୍ଦିରର କୃଷ୍ନବେଶଧାରୀ ଜଣେ […]

ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଭସାଣି

କଟକ,୧୦ା୯(ଏସଏସନିଉଜ)ଆସୁଛି ପାର୍ବଣ ରୁତୁ ।ପ୍ରସିଦ୍ଧ ଦୁର୍ଗାପୁଜାନିମନ୍ତେ ପ୍ରସ୍ତୁତିପର୍ବରେ ଲାଗିପଡିଲେଣି ଭାଇଚାରାର ସହର କଟକ । ଦୁର୍ଗାପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଯାଇଛି ।ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲୋଏହାସହ ସହରର ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲୋଅକ୍ଟୋବର ୨୪ରେ ଦଶମୀ ଓ ୨୫ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁଯାଉଛି ।  

ଆଜି ପୁଣି ଭାରତ-ପାକ ଲଢ଼େଇ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୪ ଥର ମୁହାଁମୁହିଁ ହେରାଇଥିଲେ ।ଆଜି ବି ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରଖାଯାଇଛି । ଯଦି ବର୍ଷା ହେବ ତେବେ ରିଜର୍ଭ ଡେରେ ମ୍ୟାଚ ହେବ ବୋଲି ଜଣାପଡିଛି ।

ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ

ଜଟଣୀ,୯ା୯(ଏସଏସନିଉଜ)ଜଟଣୀର ପ୍ରସିଦ୍ଧପର୍ବ ଗଣେଶପୁଜାପାଇଁ ଚଳଚଂଚଳ ହେବାକୁଲାଗିଛି ଜଟଣୀ ।ଏଥିନିମନ୍ତେ ଅଗ୍ରୱାଲା ଧର୍ମଶାଳାଠାରେ ଜଟଣୀପୋଲିସ ପକ୍ଷରୁ ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ଭୁବନେଶ୍ୱରଡିସିପିପ୍ରତୀକସିଂ ଯୋଗଦେଇ ଗଣେଶପୁଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନକରିବାପାଇଁ କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ।୨୪ଘଂଟିଆପେଟ୍ରୋଲିଂ,ଟ୍ରାଫିକନିୟନ୍ତ୍ରଣ ପାଇଁ ଦୃଷ୍ଟିଦେବାକୁ କମିଟିମାନଙ୍କପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା ।୧୫ ଓ ୧୬ତାରିଖରେ ଏକକୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀଥାନାରେ ଆବେଦନ କରିବାକୁ କୁହାଯାଇଥିଲା ।ହେବାକୁଥିବା ପୁଜାମଣ୍ଡପ ଓ ତୋରଣପାଇଁ ପୁଜାମଣ୍ଡପକୁ ସେଫଟି ସାଟିଫିକେଟ ଆଣିବାସହ ୨୪ଘଂଟିଆ ଜରୁରୀକାଳିନ […]

ବନ୍ଦହେଲା ମାତାରିଣୀଙ୍କ ଭୋଗନଡ଼ିଆ ନିଲାମ

ଘଟଗାଁ,୮ା୯(ଏସଏସନିଉଜ) ଘଟଗାଁର ଅଧିଷ୍ଠାତ୍ରୀଦେବୀ ମାତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପ୍ରକ୍ରିୟାକୁ ଆଜି ବାତିଲ କରାଯାଇଛି । ମାନସିକ ନଡ଼ିଆକୁ ମାଙ୍କଠାରେ ଭୋଗଲାଗିବା ପରେ ଗୋଦାମରେ ରହିଥାଏ ।ପରବର୍ତିସମୟରେ ମନ୍ଦିର ପରିଚାଳନାକମିଟି ପକ୍ଷରୁ ଏହାକୁ ନିଲାମ ଡକାଯାଇଥାଏ ।ଏବେ ଗୋଦାମରେ ୧୧ଲକ୍ଷ୨୭ହଜାରନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି ।ଗତ ୧ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲାନିଲାମ ହେବ ବୋଲି ନୋଟିସ୍ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ […]

ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିାସ୍ୱାଗତ ସମୟରେ କୋଣାର୍କଚକ୍ରର ମହତ୍ତ୍ୱ ମଧ୍ୟ ବୁଝାଇଛନ୍ତି ।ଆମେରିକା ରାଷ୍ଟ୍ରପତିଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଥିଲେ ମୋଦିା

ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ

ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍ ଚିଡିଆଖାନାରୁ ଆସିଥିବା ନୁଆ ଅତିଥିମାନଙ୍କ ମଧ୍ୟରେ ରହିଛି କୁକଟି ନାମକ୪ବର୍ଷର ଅଣ୍ଡିରା ହୁଲକ ଗିବନ ଓ ୧୩ବର୍ଷର ସାଲବୀନ ନାମକ ମାଈ ହୁଲକ ଗିବନ,୭ବର୍ଷ ବୟସର ହଳେ ଘୁଷୁରିଲାଞ୍ଜ ମାକାକ,୧୧ବର୍ଷର ଦିୱାଲୀ ନାମକ ମାଈ ହିମାଳୟ କଳାଭାଲୁ । ଏହାର ପ୍ରତିବଦଳ ରେ ନନ୍ଦନକାନନ କର୍ତ୍ତୁପକ୍ଷ ଆଗରୁ ଅର୍ଥାତ ଗତ ମାର୍ଚ୍ଚମାସ ୨୭ତାରିଖରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣବାଘ […]

ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକପରୀକ୍ଷା

ଭୁବନେଶ୍ୱର,୭ା୯(ଏସଏସନିଉଜ) ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମଶ୍ରେଣୀ ଷାଣ୍ମାସିକପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦିନ୧୦ଟାରୁ ୧୨ଟା ୩୦ ପ୍ରଥମ ଓ ସାଢ଼େ୧ଟାରୁ ୪ଟା ୨ୟ ସିଟିଂ ପରିକ୍ଷା କରାଯିବ ।୪ରେ ପ୍ରଥମସିଟିଂରେ ଓଡ଼ିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ,୫ରେ ଗଣିତ, ୬ରେ ବିଜ୍ଞାନ, ୭ରେ ସାମାଜିକବିଜ୍ଞାନ , ୭ତାରିଖ ଦ୍ୱିତୀୟସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା କରାଯିବ ବୋଲି ସୁଚନା […]

ଧାର୍ଯ୍ୟହେଲା ନୂଆଁଖାଇ ଲଗ୍ନ

ଭୁବନେଶ୍ୱର,୭ା୯(ଏସଏସନିଉଜ)ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟହୋଇଛି । ସେପ୍ଟେମ୍ବର ୨୦ରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଛି । ସକାଳ୧୦ଟା୨୭ରୁ ୧୦ଟା ୪୨ ମଧ୍ୟରେ ମାସମଲେଶ୍ୱରୀଙ୍କ ନିକଟରେ ନବାନ୍ନଲାଗି ହେବ । ସମ୍ବଲପୁରର ଅଧିଷ୍ଠାତ୍ରୀଦେବୀ ମାସମଲେଇଙ୍କ ନିକଟରେ ପ୍ରଥମ ନୂଆଅନ୍ନ ଲାଗି ହେବା ପରେ ସାଧାରଣ ଲୋକେ ନୂଆ ଖାଇବୋବ୍ରହ୍ମପୁରା ପଣ୍ଡିତମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ।

ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

ବାରଙ୍ଗ,୬ା୯(ଲିଙ୍ଗରାଜରାଉତ)ପ୍ରତ୍ୟକବର୍ଷଭଳି ଚଳିତବର୍ଷ ମେଣ୍ଢାଶାଳଗ୍ରାମର ଦୁଲାଦେବୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ନଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି ।ଆସନ୍ତାକାଲି ନନ୍ଦୋସ୍‌ବ ପାଳନକରାଯାଇ ଅଂଚଳର ଦଶଗୋଟି ଗ୍ରାମର ଚାରିହଜାରେରୁଉର୍ଦ୍ଧ ଶିଶୁମାନଙ୍କୁ ଉସ୍‌ସବକମିଟିତରଫରୁ ପ୍ରସାଦ ବତରଣୀ ବ୍ୟବସ୍ଥା କରାଯାଇଥିବାର କମିଟିପକ୍ଷରୁ କୁହାଯାଇଛି ।ସେହିଭଳିଭାବେ କୁହ୍ନେଇଁପଡା ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରରେ ବୁଧବାରଦିନ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହାସହିତ ଗୁରୁବାର ଦିନ ନନ୍ଦୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ରାତି୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । […]