ଆଜିର ରାଶିଫଳ
୨୦୨୪ମସିହା ଜୁନ୍ ମାସ ୧୩ତାରିଖ ଗୁରୁବାର।ସୁର୍ୟ୍ୟୋଦୟ-ଘ୫/୧୦/୫୮ ,ସୂର୍ୟ୍ୟାସ୍ତ-ଘ୬/୨୨/୦,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ ,ତିଥି-ସପ୍ତମୀ ରାତ୍ରିଘ୯/୩୦ମିପର୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ, ରାତ୍ରିଘ୯/୩୦ମିପରେ ଐଶାନ୍ୟକୋଣର।ଅଗନ୍ତବ୍ୟ ତିଥି,ଶନିସପ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଏବଂ ରାତ୍ରି ଘ୯/୩୦ମିପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୩/୭ମିରୁ ସୂର୍ୟ୍ୟାସ୍ତଘ୬/୨୨ମିପର୍ୟ୍ୟନ୍ତ।(କାଳରାତ୍ରି) ରାତ୍ରିଘ୧୧/୪୯ମି ରୁ ଘ୧/୧୧ମିପର୍ୟ୍ୟନ୍ତ।ଶୁଭବେଳା–(ଅମୃତ) […]