ଆଜିର ରାଶିଫଳ
ଫେବୃଆରୀ ୧୧ ତାରିଖ ୨୦୨୧ ମସିହା(ଗୁରୁବାର),ମାଘମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା,ନକ୍ଷତ୍ର-ଶ୍ରବଣ।,ଚନ୍ଦ୍ର -ମକର ,ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଅମାବାସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଆମିଷ ପାଣିକଖାରୁ ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। […]