ସ୍ୱାମୀଙ୍କ ମଙ୍ଗଳ କାମନା କରି ବ୍ରତ ରଖିଥାନ୍ତି ସଧବା
ଆଜି ସାବିତ୍ରୀ ଅମାବସ୍ୟା। ଓଡିଆ ଘରର ଏହି ପର୍ବକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ। କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ। ଏହା ସମ୍ଭବ ହୋଇଥିଲା […]