Browsing category

ଓଡ଼ିଶା

୩ ମନ୍ଦିରରୁ ଚୋରି…

ଜଳେଶ୍ୱର,୧ା୧୦(ଏସଏସନିଉଜ) ୩ଟି ମନ୍ଦିରରୁ ଚୋରୀହୋଇଥିବାର ଅଭିଯୋଗ ହୋଇଛି । ଏହାସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୋଗରାଇ ମହାଗବ ପଞ୍ଚାୟତରେ ବିଳମ୍ବିତ ରାତିରେ ଏହି ସିରିଜଚୋରି ହୋଇଛି । ଚୋରୀହୋଇଥିବା ମନ୍ଦିର ଗୁଡିକ ହେଲା ମହାଗବ ଗାଁ ମଙ୍ଗଳା , ବାସୁଳିପାଟ ଗାଁ ବାସୁଳି ମନ୍ଦିର । ଏହାସହ ଚାନ୍ଦକୁସୁମି ଗାଁ ତାରିଣୀ ମନ୍ଦିରରୁ ମଧ୍ୟ ମା’ଙ୍କ ଅଳଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।ତେବେ ପୋଲିସ ପେଟ୍ରୋଲିଂରେ ଠିଲା ଯୋଗୁ ଚୋରମାନେ ସକ୍ରିୟ […]

କାଲି ଟଙ୍କାଭର୍ତ୍ତି ଆଜି ଲୁଟ୍‌

ବାଲେଶ୍ୱର,୧ା୧୦(ଏସଏସନିଉଜ)ଗତକାଲିଟଙ୍କା ଭର୍ତ୍ତିହୋଇଥିଲା । ଆଜିସକାଳେ ଦେଖିବାବେଳକୁ ଏଟିଏମ ଭାଙ୍ଗି ଲୁଟ୍ ହୋଇଛି । କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟଏସବିଆଇର ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବାର ଜଣାପଡିଛି ।ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନଥିବାବେଳେ ଖବରପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଅଟୋ ଓଲଟି ୮ଛାତ୍ରଛାତ୍ରୀ ଆହତ

ଖଲ୍ଲିକୋଟ,୧ା୧୦(ଏସଏସନିଉଜ) ଟ୍ରକ୍ ସହ ଧକ୍କାହୋଇ ଓଲଟିପଡିଛି ଅଟୋ ।ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।୧୬ନଂ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି ।୮ଜଣ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ସମସ୍ତ ଆହତଙ୍କୁ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।କେଶପୁରରୁ ଖଲ୍ଲିକୋଟ୍ ଟ୍ୟୁସନ ଛାତ୍ରଛାତ୍ରୀ ଯାଉôତବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ବଢ଼ିଲା ୨ହଜାରଟଙ୍କିଆ ନୋଟବଦଳ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ) ବଢ଼ିଲା ୨ହଜାର ଟଙ୍କିଆ ନୋଟ ବଦଳ ଅବଧି ।ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକୋବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳ କରିହେବାଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧିାସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କା ୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବାକୁ ଯାଉଛି ।

 କସ୍‌ମେଟିକ୍ ଦେକାନରେ ଚଢ଼ଉ

ବ୍ରହ୍ମପୁର,୩୦ା୯(ଏସଏସନିଉଜ) ବ୍ରହ୍ମପୁର ସହରରେ ଶନିବାରଦିନ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ନକଲି କସମେଟିକ୍ ସାମଗ୍ରୀ ଜବତ କରିଛି ପୁଲିସ ।ଟାଉନ୍ ପୁଲିସ ଓ ବଡ଼ବଜାର ପୁଲିସ ମିଳିତଭାବେ କିଛି ଦୋକାନଉପରେ ଚଢଉ କରି ନକଲି ଲାକମେ ଆଏକନିକ୍ କାଜଲ, ଇଲେ ୧୮ କାଜଲ, ଲାକମେ ୯-୫ କମ୍ପାକ୍ଟ, ଲାକମେ ଆବସେଲୁଟ କମ୍ପାକ୍ଟ, ଲାକମେ ଫାଉଣ୍ଡେସନ୍‌, ଲିପଷ୍ଟିକ୍‌, ଆଏଲାଇନର, ମାସକେରା ଆଦି ଜବତ କରିଛନ୍ତି ।

ବଢ଼ିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ)ଘୁଞ୍ଚିଲା ମାଟ୍ରିକ ଓ SOSC ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ତାରିଖ ।ଅକ୍ଟୋବର ୫ ଯାଏ ଛାତ୍ରଛାତ୍ରୀ କରିପାରିବେ ଫର୍ମ ପୂରଣାSOSCରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାାଏହା ପରେ ଆଉ ଅବଧି ବଢ଼ିବନି ବୋଲି ବୋର୍ଡକର୍ତ୍ତୃପକ୍ଷ କହିଛନ୍ତି ।

ନିଜର ଗୁପ୍ତାଙ୍ଗକାଟିଲେ ବିଚାରାଧୀନକଏଦୀ

ଭଦ୍ରକ,୩୦ା୯(ଏସଏସନିଉଜ) ବ୍ଲେଡରେ ନିଜ ଦେହକୁ କାଟି ପକାଇଲେ ବିଚାରାଧୀନ କଏଦୀାଭଦ୍ରକଜିଲ୍ଲା କାରାଗାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ସୁଶାନ୍ତ ମାଝୀ ଶୌଚଯିବାକୁ କହି ବାଥରୁମ୍ ଭିତରେ ପଶିଯାଇଥିଲେ । ନିଜ ମାନସିକ ଭାରସାମ୍ୟହରାଇ ନିଜର ଗୁପ୍ତାଙ୍ଗକୁ ମଶା ଧୂପ ଦିଆ ବ୍ଲେଡ଼ରେ ଅଧା କାଟିବାସହ ନିଜ ହାତକୁ ମଧ୍ୟ କାଟି ଦେଇଥିଲା।ତାଙ୍କୁ ଚିକିସ୍‌ାପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ […]

ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା

ମେଣ୍ଢାଶାଳ,୩୦ା୯(ଏସଏସନିଉଜ) ଭୁବନେଶ୍ୱରବ୍ଲକ ଅଧିନସ୍ଥ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାରଦିନ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌କ ଡ.ମୋହନ ହେମ୍ରମଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳାକୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟଚିକିସା ଅଧିକାରୀ ଡ,ଆର୍ତବନ୍ଧୁନାୟକ ପ୍ରଦୀପପ୍ରଜ୍ୱଳନକରି ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭି୍‌ନ୍ନପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ପରାମର୍ଶ,ପରୀକ୍ଷା ଓ ମାଗଣା ଔଷଧ ରୋଗୀମାନଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୪୦ଜଣ ସ୍ୱାସ୍ଥ୍ୟକର୍ମୀ ସହାୟତା ପ୍ରଦାନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୋଇଥିବାବେଳେ ମାଡିଗଲା କାର

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ଅନ୍ୟପଟେ ସିସିଟିଭିକୁ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ସୁନ୍ଦରଗଡ଼ରେ ପୁଣି ଆଜି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଗତକାଲି ହୋଇଥିବା ୭୪ ନମୁନା ପରୀକ୍ଷାରୁ ୨୦ ଚିହ୍ନଟ ହୋଇଛି ।ଯାହାଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼, ବରଗଡ଼ ସମେତ ପାଖ ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ୍ ସଂଖ୍ୟା । ରାଜ୍ୟରେ ସ୍କ୍ରବ ଟାଇଫସ୍‌କୁ ନେଇ କେନ୍ଦ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।ରାଜ୍ୟରେ କେନ୍ଦ୍ରୀୟ ମେଡିକାଲ୍ ଟିମ୍‌ର ସ୍ଥିତି ଅନୁଧ୍ୟାନ କରାଯାଇଛି ।ଏଥିରେ ସ୍ୱାସ୍ଥ୍ୟ […]