Browsing category

ରାଜନୀତି

ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ

ଝାରସୁଗୁଡା,୩୧/୫(ଏସଏସ ନିଉଜ)ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ହେବ ଭୋଟ ଗ୍ରହଣ ।ଭୋଟ ପାଇଁ ୨୭୯ ବୁଥ୍‌, ସେଥିମଧ୍ୟରୁ ୨୨ଟି ନୂଆ ବୁଥ୍‌ ।୩୦ଟି ଆଦର୍ଶ ବୁଥ୍‌ ଏବଂ ୫ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା ।୬୦ଟି ସମ୍ବେଦନଶୀଳ ବୁଥ୍, ୧୪୫ ବୁଥରେ ୱେବକାଷ୍ଟିଂ ।ମତାଧିକାର ସାବ୍ୟସ୍ତ କରିବେ ମୋଟ ୨,୧୪,୮୭୮ ଭୋଟର ।

ଜୁନ୍ ୧ରୁ କଂଗ୍ରେସର ନବସଂକଳ୍ପ ଶିବିର

ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ)ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଦଳକୁ ଶୃଙ୍ଖଳିତ ଓ ସୁଦୃଢ ଲାଗି ପଦକ୍ଷେପ ନେବାକୁ ଯାଉଛନ୍ତି । ଏଆଇସିସି ଢାଞ୍ଚାରେ ପିସିସି ଆୟୋଜନ କରିବ ସଂକଳ୍ପ ଶିବିର। ନବ ସଂକଳ୍ପ ଶିବିର ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ଜୁନ ୧ ଓ ୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ନବସଂକଳ୍ପ ଶିବିର!।ଏହି ଶିବିରରେ ନେତା, ବିଧାୟକ, ସାଂସଦ ମାନେ ଯୋଗଦେବେ। ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗଦେବେ। ଶିବିରରେ […]

ମୋଦୀ ନବୀନ ଆଲୋଚନା

ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ) ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା । ମହାମାରୀ ପରେ ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ।

ବିଜେଡିର ପାର୍ଥୀ ଘୋଷଣା

ଭୁବନେଶ୍ୱର,୨୯/୫(ଏସ ଏସ ନିଉଜ)୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି ।ଘୋଷଣା କରାଯାଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି ।

ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର,୨୬/୫(ଏସଏସନିଉଜ) ବିଧାନସଭା ପକ୍ଷରୁ ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୬ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ଭୋଟଗଣିତ ହେବ। ଜୁନ୍ ୧୭ତାରିଖ ପୂର୍ବରୁ ସମସ୍ତ ପ୍ରକାର ଉପନିର୍ବାଚନ […]

ଶୁକ୍ରବାର ମୁଖ୍ୟମନ୍ତ୍ରୀ କରିବେ ବହୁତଳଗାଡିରହଣୀସ୍ଥଳର ଉଦଘାଟନ

ବାରଙ୍ଗ,୨୪/୫(ଏସଏସନିୟୁଜ)ବହୁ ପ୍ରତିକ୍ଷିତ ନନ୍ଦନକାନନର ବହୁତଳଗାଡିରହଣୀସ୍ଥଳ ଉଦଯାଟନ ହେବାକୁ ଯାଉଛି ।ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଏହା ଉଦଘାଟନ ହେବାର ସୁଚନା ମିଳିବାପରେ ନନ୍ଦନକାନନ ସହିତ ବିଭିର୍ଣ ବିଭାଗ ପକ୍ଷରୁ ସଜାଗ ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ନନ୍ଦନକାନନପକ୍ଷରୁ ୨ବର୍ଷ ହେବ କାମପୁର୍ଣାଙ୍ଗ ହୋଇରହିଥିବା ବହୁତଳଗାଡିରହଣୀସ୍ଥଳର ବିଭିର୍ଣ ଜାଗାରେ ହୋଇଥିବା ଭଙ୍ଗାରୁଜା ଓ ରଙ୍ଗଛାଡିଯାଇଥିବା ସ୍ଥାନମାନଙ୍କୁ ମରାମତି କାର୍ଯ୍ୟ ମଧ୍ୟ ଯୋରଦାର ଆରମ୍ଭ କରାଯାଇଛି ।ଆରଆଣ୍ଡବି ଭରବଙ୍କନଶବର ଡିଭିଜନ ପକ୍ଷରୁ ରାସ୍ତାରେ ତାଳିପକା କାମ ସହ ରାସ୍ତାପାଶ୍ୱର୍ରେ ଜମିରହିଥିବା ବାଲିମାଟିକୁ […]

ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୩/୫(ଏସ ଏସ ନିଉଜ) ବଜ୍ରରାଜନଗର ଉପନିର୍ବାଚନରେ ରାଧାରାଣୀ ପଣ୍ଡାଙ୍କ ପାଇଁ ମାରାଥନ୍ ପ୍ରଚାର କରିବେଧ ର୍ମେନ୍ଦ୍ର ପ୍ରଧାନ ବେଲପାହାଡ଼, ବଜ୍ରରାଜନଗର, ଲଖନପୁରରେ କରିବେ ରୋଡ ସୋ।ଆଗାମୀ ଦିନରେ ପ୍ରଚାର କରିବେ ରମଣସିଂ,କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ,କରିବେ ବୋଲି ବିଜେପି ସା.ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସୂଚନା ଦେଇଛନ୍ତି ।

ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ

କଟକ,୨୩/୫(ଏସ ଏସ ନିଉଜ)ଜୋର ଧରିଲା କଟକ ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ ।କାମ ନକଲେ ଅଫିସରଙ୍କୁ ମାଲକାନଗିରି ପଠାଇଦେବାକୁ ସୁବାସ ଧମକ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ନବରଙ୍ଗପୁରରେ ସୁବାସ ସିଂଙ୍କ ପୋଷ୍ଟର ଦାହ କଲା ଜିଲ୍ଲା ଯୁବ କଂଗ୍ରେସ ।ସୁବାସ ସିଂଙ୍କୁ ଅବିଭକ୍ତ କୋରାପୁଟରେ ପୁରାଇ ନଦେବାକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛନ୍ତି ।

ଶରତ ପଟ୍ଟନାୟକ ହେଲେ ନୂଆ ପିସିସି

ଭୁବନେଶ୍ୱର,୨୩/୫(ଏସ ଏସ ନିଇଜ) ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି ।ଶରତ ପଟ୍ଟନାୟକଙ୍କୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଯୁକ୍ତି ଦେଇଛନ୍ତି।

ତାରାତାରିଣୀପୀଠରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୧୮/୫(ଏସଏସନିଉଜ) ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ।ଏଥିପାଇଁ ପୁରୁଷୋତ୍ତମପୁରରେ ଏକ ଅସ୍ଥାୟୀ ହେଲିପ୍ୟାଡ୍ କରାଯାଇଥିଲା । ଶକ୍ତିପୀଠ ମାଆ ତାରାତାରିଣୀରେ ଚାଲିଛି ମନ୍ଦିର ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଏହାସହ ବ୍ୟାଖ୍ୟାନ କେନ୍ଦ୍ର, ପ୍ରସାଦ ସେବନ ହଲ୍‌ର ମଧ୍ୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!