Browsing category

ରାଜନୀତି

ମୁମ୍ବାଇରେ କରୋନାର କରାଳ ରୂପ

୧-ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ହଜାର ଟଙ୍କା ଘର ମରାମତି ଅନୁକମ୍ପା ରାଶି ର ଶୁଭାରମ୍ଭ କରିବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨-କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କରିବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୩-ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ହେବ ଦୋକାନ ବଜାର ବନ୍ଦ , ୫୦% କର୍ମଚାରୀରେ ଚାଲିବ […]

କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି

କଟକ,୬./୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। […]

ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା

ଭଦ୍ରକ,୬/୧(ଏସଏସନିୟୁଜ) ଓବିସି ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଓ ସଂରକ୍ଷଣ ସାହିତ ଭୋଟର ତାଲିକା ସଂଶୋଧନର ପ୍ରତିବାଦରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର ଜଣାପଡିଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଧସେଇ ପଶିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ।ଜିଲ୍ଲାପାଳଙ୍କ ଗାଡ଼ି ଭାଙ୍ଗିବାସହ ଜିଲ୍ଲାପାଳଙ୍କ ଅଫିସ ଭିତରେ ଧସେଇ ପଶି ଭଙ୍ଗାରୁଜା କରିଥିବାର ଜଣାପଡିଛି ।  

କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୧(ଡିଏନଏ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍‌ସ ମେକାନିକ୍ ଓ ଡ୍ରେସ ମେକିଂ ପରି ୪ଟି ଟ୍ରେଡ୍‌ରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି । ଆଗାମୀ […]

ପଶ୍ଚିମବଙ୍ଗରେ ହୁ ହୁ ହୋଇ ବଢୁଛି..

୧. ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ। ୨. ରାଜ୍ୟରେ ରବିବାର ଗୋଟିଏ ଦିନରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ୩. ମହାମାରୀ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ […]

ଆସନ୍ତାକାଲିଠାରୁ ଖୋଲିବ ନାହିଁ ସ୍କୁଲ  

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ସରକାର ନେଇଥିଲେ ସେଥିରେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବିଭିର୍ଣ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଥିବାବେଳେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିକୁ ରଖି ଓ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବାର ସୂଚନା ଓ ଲୋକ […]

ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ)ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୦୧.୦୭.୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ […]

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର,୩୦/୧୨(ଏସଏସନିୟୁଜ) ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତ ପରେ ଝାରସୁଗୁଡା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ରାଜନୈତିକ ନେତା କିଶୋର ମହାନ୍ତି ଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ […]

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ସଂକେତ ଜାରି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨, ସମିତି ସଭ୍ୟଙ୍କ ପାଇଁ ୧୯ଟି ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର , ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନ ସହିତ ୧୯ ପ୍ରକାର ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, […]

୧୨ ଘଣ୍ଟିଆ ଜୟପୁର ବନ୍ଦ

ଜୟପୁର,୩୦/୧୨(ଏସଏସନିୟୁଜ) କୋରାପୁଟ ଜିଲ୍ଲା ବାମୁଣିଗାଁର ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ଛକମାନଙ୍କରେ ବିଜେପି ପକ୍ଷରୁ ପିକେଟିଂ କରାଯାଇଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ୨୪ ତାରିଖରେ ସଦର ଥାନା ଅଧିନସ୍ଥ ଜଣଙ୍କ ଘରେ ଦୁଇଜଣ ପଶି ସ୍ମାମୀ ମୁଣ୍ଡରେ ବନ୍ଧୁକଦେଖାଇ ଓ ପୁଅକୁ ତଂଟିଚିପି ମାରିଦେବାକୁ ଧମକ ଦେଖାଇ […]