Browsing category

ରାଜନୀତି

ରାଜ୍ୟରେ ପୁଣି ୨ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ଆଜି ଓଡ଼ିଶାରୁ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ୨ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ । ଉଭୟ ଭୁବେନଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ।୧୩ ତାରିଖରେ ବାପାମାଆଙ୍କ ସହ ୨ ଝିଅ ନାଇଜେରିଆରୁ ଫେରିଥିଲେ । ବାପା,ମାଆ ଓ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୨ ଝିଅଙ୍କ ନମୂନା […]

ବିଜୁ ପକ୍କା ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କା

ଭୁବନେଶ୍ୱର, ୨୧/୧୨(ଏସଏସନିୟୁଜ)ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି ରାଜ୍ୟସରକାର । ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା ମଧ୍ୟ ମିଳିବ । ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ […]

ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼

ଭୁବନେଶ୍ୱର,୨୧/୧୨(ଏସ ଏସ ନିଉଜ) ମନ୍ତ୍ରୀ ପ୍ରତାପଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।ଅଣ୍ଡାମାଡ଼ ସହ କଳାପତକା ମଧ୍ୟ ଦେଖାଇଛନ୍ତି ବିଜେପି କର୍ମୀ ।କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡା ମାଡ଼ କରିଛନ୍ତି ବିଜେପି କର୍ମୀ ।ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସମାରୋହକୁ ମନ୍ତ୍ରୀ ଯାଉଥି ବେଳେ ଏହି ଘଟଣା ଘଟିଛି ।

ବିଧାୟକ ବାଣ୍ଟିଲେ ବିଜୁସ୍ବାସ୍ଥ୍ୟ କାର୍ଡ

ବାରଙ୍ଗ,୨୦/୧୨(ଏସଏସନିଉଜ) ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ସୋମବାର ପୂର୍ବାହ୍ନ ସମୟରେ ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଢାଓ୍ବାଗ୍ରାମ ସ୍ଥିତ ସୋମନାଥ ମନ୍ଦିର ପରିସରରେ ବିଜୁସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନାର ବଣ୍ଟନ ଶୁଭାରମ୍ଭ କରିଛନ୍ତି।ଦାଢା,କଲ୍ୟାଣପୁର,ବରିମୁଣ୍ଡ,କଳାରାହାଙ୍ଗ,ରଘୁନାଥପୁର ଆଦି ୫ପଞ୍ଚାୟତର ରେସନକାର୍ଡ ଧାରୀଙ୍କ ମଧ୍ୟରୁ ପ୍ରତି ପଞ୍ଚାୟତରୁ ୨୦ଜଣ ଲେଖାଏଁ ହିତାଧିକାରୀଙ୍କୁ ସ୍ମାଟକାର୍ଡ ବଣ୍ଟନ କରାଯାଇଛି।ଏଥିରେ୫ପଞ୍ଚାୟତ ମୁରବୀ ଅନ୍ତର‌୍ୟ୍ୟାମି କୁଅଁର,ଦାଢା ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,କଲ୍ୟାଣପୁର ସରପଞ୍ଚ ପ୍ରଭାସିନୀ ସାସମଲ,କଳାରାହାଙ୍ଗ ସରପଞ୍ଚ ପଙ୍କଜିନୀ ଦଳପତି, ରଘୁନାଥପୁର ସମିତିସଭ୍ୟା ତଥା ନାରୀ ଜାଗରଣ […]

ଉଦ୍‌ଯାପିତ ହେଲା ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ

ବାରଙ୍ଗ ୨୦/୧୨(ଏସଏସନିୟୁଜ) ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଟାଙ୍ଗିବନ୍ତ ଗ୍ରାମରେ ଚାଲିଥିବା ତିନିଦିନିଆ ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ମା ମଙ୍ଗଳା କ୍ଲବ ଗୋଠପୁର ଓ ସ୍ବର୍ଣ୍ଣଦେବୀ କ୍ଲବ, ଵଉଳୁକୁଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ରୋମାଞ୍ଚଭରା ଏହି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖା ଗୋଲ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଟାଇ ବ୍ରେକର ଜରିଆରେ ଗୋଠପୁର ଦଳ ୪/୨ ଗୋଲ ବ୍ୟବଧାନରେ […]

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦଘାଟିତ

ଭୁବନେଶ୍ୱର,୨୦/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କରିଛନ୍ତି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷରୁ ସଦୃଶ । ଏହା ରାଜ୍ୟର ପ୍ରଥମ T ସେତୁ । ଏହା ସେ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବୀ ଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ […]

ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି।ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇପାରିବେ। ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍‌ପିଟାଲର ଦକ୍ଷ […]

ତୃତୀୟ ଲହର ସମ୍ଭାବନା ନିଶ୍ଚିତ

୧-୭ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର,୧୨ ଡିଗ୍ରୀ ତଳେ ଆଉ ୧୨ ସହର,ଆଉ ୪ ଦିନ ପ୍ରବଳ ଶୀତ। ୨-ନୂଆ ଦିଲ୍ଲୀ: ସୋମବାର ଠାରୁ ଦେଶ ତମାମ ଆରମ୍ଭ ହେବ ସୁଶାସନ ସପ୍ତାହ, ‘ପ୍ରଶାସନ ଗାଁ କି ଔର’ ଅଭିଯାନ ନାମରେ ଗ୍ରାମାଞ୍ଚଳର ସମସ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ। ୩-ଓମିକ୍ରନ ଆଣିପାରେ ତୃତୀୟ ଲହର ,ଫେବୃଆରୀରେ ଛୁଇଁ ପାରେ ଶୀର୍ଷକୁ, ସଂକ୍ରମଣ ବଢାଇବ କିନ୍ତୁ ଘାତକ ହେବନି। ୪-ମହାକାଳପଡ଼ା: ଶଙ୍ଖପଦା ଗ୍ରାମର […]

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆକୁ ଓମିକ୍ରନ୍‌

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା । ୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ । ୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି । ୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର । ୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – […]

ପୁଣି ଲାଗିଲା କଟକଣା

➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ […]