ରାତ୍ର ୧୦ଟା ସୁଦ୍ଧା ଉଠିବ ମହାଦୀପ
ଭୁବନେଶ୍ୱର ୨୫।୦୨(ଏସଏସନିୟୁଜ)ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଜାଗରଯାତ୍ରା ଉପଲକ୍ଷେ ସମସ୍ତ ନିଯୋଗ, ସେବାୟତ, ଜିଲ୍ଲା ପ୍ରଶାସନଙ୍କୁ ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ ଆଜି ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜ୍ୟ ଅତିଥିଭବନ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ଚଳିତ ଜାଗରଯାତ୍ରାକୁ କିଭଳି ଅଧିକ ବ୍ୟବସ୍ଥିତ, ସୁନ୍ଦର ଓ ଶୃଙ୍ଖଳିତ […]