Browsing category

ରାଜନୀତି

ୱାନ୍‌ ନେସନ ୱାନ ଇଲେକ୍ସନ ବିଲ୍‌ ଆଗତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍‌।ବିଲ୍‌ ଆଗତ କଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲ।ବିଲ୍‌ ଆଗତ ପରେ ଲୋକସଭାରେ ଚାଲିଛି ବିତର୍କ। ବିଲ୍ କୁ ବିରୋଧୀ କଂଗ୍ରେସ ସାଂସଦଙ୍କ ଜୋରଦାର ବିରୋଧ କରିବା ଆରମ୍ଭ କରିଛନ୍ତି।

୬୯ତମ ପୋଲିସଡ୍ୟୁଟି ମିଟ୍‌ ୨୦୨୪

ଭୁବନେଶ୍ଵର,୧୬।୧୨(ଏସଏସନିଉଜ)ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ […]

୫ହଜାର ଗୃହରକ୍ଷୀପଦବୀ ପୂରଣ ହେବ – ମୁଖ୍ୟମନ୍ତ୍ରୀଙ୍କ

  ଭୁବନେଶ୍ୱର,୧୨/୧୨(ଏସଏସନିଉ ଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ […]

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ହେବ

ଭୁବନେଶ୍ୱର,୧୦/୧୨(ଏସଏସନିଉଜ)ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ […]

ଭୁବନେଶ୍ବରରେ ହେବ ଫ୍ଲାଇଓଭର, ରିଙ୍ଗରୋଡ

ଭୁବନେଶ୍ୱର,୧୦/୧୧(ଏସଏସନିଉଜ)ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ […]

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୦ା୧୧(ଏସଏସନିଉଜ)ଯାଜପୁରରେ ଧର୍ମଶାଳାବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିବାନେଇ ଅଭିଯୋଗ ହୋଇଛି । ଯାଜପୁର ବୁଢ଼ାପୋଲ ନିକଟରେ ବବିଙ୍କ ସମର୍ଥକମାନେ ଆକ୍ରମଣ କରିଥିବାନେଇ ଧର୍ମଶାଳା ବିଧାୟକ ହିମାଂଶୁ ଅଭିଯୋଗ ଆଣିଛନ୍ତି। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ ହୋଇଥିବାନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ମିଟିଂ ପାଇଁ ଯିବାବେଳେ କିଛି ଲୋକ ରାସ୍ତାରୋକ କରିଥିଲେ ।ବିଧାୟକଙ୍କ ଗାଡି ରହିବାକ୍ଷଣି କିଛିଲୋକ ମାଡିଆସି ବବିଭାଇ ଜିନ୍ଦାବାଦ୍ କହି ଗାଡ଼ିକୁ ରଡ୍‌, ଠେଙ୍ଗାରେ ପିଟିଥିଲେ ।ଏହାପରେ ଚେନ୍ […]

ଏମିତି କଲେ ପାଇବେ ସୁଭଦ୍ରାଟଙ୍କା

ଭୁବନେଶ୍ୱର,୧୩/୧୧(ଏସଏସନିଉଜ)ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଭାତୀ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି।ପ୍ରାୟ ୫ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍‌ ହୋଇନି।ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟନାହିଁ।ଯାହାର ଦୁଇତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି।ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ।୨୪ତାରିଖରେ ବାକିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା।କେହି ବଞ୍ଚିତ ହେଲେ ୨୪ତାରିଖ […]

ଗିରଫ ହେଲେ ଇତିଶ ପ୍ରଧାନ

ଭୁବନେଶ୍ୱର,୧୨/୧୧(ଏସଏସନିଉଜ)ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।ସହିଦନଗରଥାନା ସମ୍ମୁଖରେ ୫୦ ହଜାରଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।କାଳିବୋଲିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟିମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପିମିଶ୍ର ।ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର […]

ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର,୭/୧୧(ଏସଏସନିଉଜ)ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ ଦେଲେ ବୋଲି କହିଛନ୍ତି।ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା ।ଏବେ ବିନା କାରଣରେ ଗରିବ ଆଦିବାସୀଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । […]

କଟକ ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୬/୧୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀଙ୍କୁ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ଚଳିତମାସ ନଭେମ୍ବର ୧୫ତାରିଖରୁ ୨୨ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି କଟକ ଐତିହାସିକବାଲିଯାତ୍ରା ।ଏଥିସହ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓଡ଼ିଶାର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓ ରଞ୍ଜନ ସିଂଙ୍କୁ ମଧ୍ୟ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନକରିଛନ୍ତି ।