Browsing category

ରାଜନୀତି

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

ଭୁବନେଶ୍ବରରେ ପହଞ୍ଚିଲା ଡବଲ-ଡେକର ବସ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଜି ଭୁବନେଶ୍ବରରେ ପହଞ୍ଚିଛିଡବଲ-ଡେକର ବସାଏହି ବସରେ ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହେବାକୁଥିବା ‘ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ଅତିଥିଙ୍କ ଯାତାୟତ କରିବେ ।ଏଥିପାଇଁ ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀର ରାସ୍ତା ଓ ଗଳିକନ୍ଦି ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜେଇ ହେବାରେ ଲାଗିଛି । ଏହି ଜାତୀୟ ସ୍ତରୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବିମାନ […]

ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ଭୁବନେଶ୍ବର,୨ା୧(ଏସଏସନିଉଜ) ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଶପଥ ନେବା ପୂର୍ବରୁ ଆଜି ସଂଧ୍ୟାରେ ସେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି କହି ହରିବାବୁ କହିଛନ୍ତି,‘‘ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା ବୋଲି ରାଜ୍ୟକୁ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ସେକହିବାସହ ଓଡିଶାର ଉନ୍ନତି ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି କହିଛନ୍ତି ।ତେବେ ରାଜ୍ୟପାଳଙ୍କ […]

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର […]

୨୦୨୫ଡେସ୍କ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ […]

କଲେଜରେ ହେବ ନିର୍ବାଚନ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବାକୁ ଯାଉଛି। ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ବାଜପାୟୀଙ୍କ ଜନ୍ମଜୟନ୍ତୀ ପାଳନ

ବାରଙ୍ଗ,୨୫-/୧୨(ଏସଏସନିଉଜ) ବୁଧବାର ବାରଙ୍ଗମଣ୍ଡଳ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ତ୍ରିଶୁଳିଆଛକ ନିକଟରେ ଭାରତରତ୍ନ ଯଶସ୍ବୀ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପାୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଙ୍କୀନିର୍ବାଚନ ମଣ୍ଡଳୀର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟମହିଳା ମୋର୍ଚ୍ଚା ସମ୍ପାଦିକା ନନ୍ଦିନୀ ଶତପଥି, କଟକଜିଲ୍ଲା ସମ୍ପାଦକ ପ୍ରଭାସ ରାଉତ, ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ ,ମଣ୍ଡଳସଭାପତି ବୁଲୁ ସ୍ୱାଇଁ,ପ୍ରଭାତ ମହାପାତ୍ର, ନାରାୟଣ ସ୍ୱାଇଁ,ଧର୍ମବୀର ରାଉତ,ବାବୁଲି ବିଶୋଇ , ନିରଞ୍ଜନ ବେହେରା,ବିଭୁତି ସାହୁ, […]

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ ।ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ ।କେନ୍ଦ୍ର ଗୃହମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସା

ନୂଆ ରେଳ ଓଭରବ୍ରିଜକୁ ଉଦ୍‌ଘାଟନ କଲେ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ […]

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିରେ ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ଜରିଆରେ ଆବେଦନ ଗ୍ରହଣ କରାଯିବ । msp.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ ।