Browsing yearly archive

2021

୨ମୋରମ,୧ପଥର ଗାଡି ଜବତ

ବାରଙ୍ଗ,୩୧/୧୨(ଏସଏସନିୟୁଜ) ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଦୈନିକ ରାତ୍ରୀରେ ବେଆଇନଭାବେ ମୋରମ,ମାଙ୍କଡା ପଥିର,ଚୋରା ଚାଳଣ ହେଉଥିବାର ଖବରପାଇ ଶୁକ୍ରବାର ସକାଳୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ଅଚାନକ ଚଢାଉ କରି ଦୁଇଟି ମୋରମ ବୋଝେଇ ହାଇୱା ଓ ଗୋଟିଏ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି ।ଜବତ ଗାଡିଗୁଡିକ ବିଷୟରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକଙ୍କୁ ସୁଚନା ଦେଇଛନ୍ତି ।ଗତକାଲି ମଧ୍ୟ ଏକ ଚୋରାମାଟି ଚାଲଣକାରୀ ଟ୍ରକକୁ ପୋଲିସ ଜବତ କରିଥିବାବେଳେ ତାଠାରୁ ରାଜସ୍ୱବିଭାଗ ୬୦ହଜାରେ ଟଙ୍କାର ଜୋରିମନା କାଟିବାପରେ ଛାଡିଥିବାର ଜଣାପଡିଛି […]

ଭଦ୍ରକରେ ପ୍ରଥମ ଓମିକ୍ରନ୍ ଚିହ୍ନଟ

ଭଦ୍ରକ, ୩୧/୧୨(ଏସଏସନିୟୁଜ)ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଯୁବକ ଜଣଙ୍କ ସାଉଦୀ ଆରବରୁ ଭଦ୍ରକର ପୁରୁଣାବଜାର ସ୍ଥିତ ୧୮ ନମ୍ବର ୱାର୍ଡର ମୁଲଣାସାହି ଅଞ୍ଚଳକୁ ଫେରିଥିଲେ ।ଫେରିବାପରେ ଭଦ୍ରକ ମେଡିକାଲରେ ପ୍ରଥମେ କୋଭିଡ୍ ଟେଷ୍ଟ କରାଯାଇଥିଲା। କୋଭିଡ ପଜିଟିଭ୍ ଜଣାପଡିବାପରେ ଭଦ୍ରକ ମେଡିକାଲର କୋଭିଡ୍ ୱାର୍ଡରେ ଗତ ୨୦ ତାରିଖଠାରୁ ରଖାଯାଇ ଚିକିତ୍ସା କରାଯାଉଛି। ଓମିକ୍ରନ୍ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ ତାଙ୍କର ନମୁନା ପରୀକ୍ଷା ପାଇଁ ଇନଷ୍ଟିଚ୍ୟୁଟ୍ […]

ସରପଞ୍ଚ ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟକାର୍ଡ

ବାରଙ୍ଗ,୩୧/୧୨(ଏସଏସନିୟୁଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ ବାଣ୍ଟିଲେ ବିଜୁସ୍ବାସ୍ଥ୍ୟ କାର୍ଡ ଓ ୧ହଜାର ଟଙ୍କା ବଣ୍ଟନ କରିଛନ୍ତି।ପ୍ରଥମ ଦିନରେ ଦାଢା,କେନ୍ଦୁପାଟଣା ଆଦି ଗ୍ରାମର ରେସନକାର୍ଡ ହିତାଧିକାରୀଙ୍କୁ ସ୍ମାଟକାର୍ଡ ଓ ୧ଜହାର ଟଙ୍କା ଲେଖାଏଁ ବଣ୍ଟନ କରାଯାଇଛି।ବିଡିଓ ରମେଶ ଚନ୍ଦ୍ର ସେଠୀଙ୍କ ନିର୍ଦେଶକ୍ରମେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ଭୁବନେଶ୍ବର ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକ, ଯୋଗାଣ ସହାୟକ ଶ୍ରୀଧର […]

ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ)ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୦୧.୦୭.୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ […]

ଦାୟିତ୍ୱ ଗ୍ରହଣ କଲେ ନୂତନ ଡିଜିପି ସୁନୀଲ ବଂଶଲ

କଟକ,୩୧/୧୨(ଏସଏସନିୟୁଜ)ଓଡିଶା ପୋଲିସର ନୁତନଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ସୁନିଲକୁମାର ବଂସଲ ଶୁକ୍ରବାରଦିନ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟକାର୍ଯ୍ୟାଳୟଠାରେ ପୁର୍ବତନ ଡିଜିପି ଶ୍ରୀ ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁନିଲକୁମାର ବଂସଲ ଆଇପିଏସ ପୋଲିସ ମୁଖ୍ୟାଳୟଠାରେ ପହଁଚିବାପରେ ତାଙ୍କୁ ଗାର୍ଡଅଫ ଅନର ପ୍ରଦାନ କାରଯିବା ସହ ଉପସ୍ଥିତ ଅଧିକାରୀମାନେ ପୁଷ୍ପଗୁଛଦେଇ ସ୍ୱାଗତ ଜଣାଇଥିଲେ ।ଦାୟିତ୍ୱ ଗ୍ରହଣ ପୁର୍ବରୁ ଶହୀଦ ସ୍ମୃତିସ୍ତମ୍ବରେ ମଲ୍ୟାର୍ପଣ କରିଥିଲେ ।ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ ଡିଜି ସୁନିଲ କୁମାର ବଂଶଲଙ୍କ ପ୍ରତିକ୍ରିୟାରେ କହିଛନ୍ତି […]

ଚେତାବନୀ ଦେଲେ ପୋଲିସ କମିଶନର

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ଗତକାଲିଠୁ ୩ ଦିନ ପର୍ଯ୍ୟନ୍ତ  ଚେକିଂକୁ ଜୋରଦାର କରିବ କମିସିନେରେଟ ପୋଲିସ । ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ସେଥିପ୍ରତି ନଜର ଦେଇ ଏସଆରସିଙ୍କ ନିୟମ ଅନୁସାରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍ ଓ କ୍ଲବ ଗୁଡିକୁ କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ […]

ମାଓ ସାମଗ୍ରୀ ଜବତ

ମାଲକାନଗିରି,୩୧/୧୨(ଏସ ଏସ ନିଉଜ)ସ୍ୱାଭିମାନ ଅଞ୍ଚଳର ତାବେର ଜଙ୍ଗଲରୁ ବିଏସ୍ଏଫ୍ ଓ ପୁଲିସ ଦ୍ୱାରା ମାଓ ସାମଗ୍ରୀ ଜବତ ହୋଇଛି । ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ଏହାକୁ ଜବତ କରାଯାଇଛି ।ଏହି ଜବତ ସାମଗ୍ରୀ ମଧ୍ୟରେ ୬ଟି ଟିଫିନ୍ ବୋମା, ୨ଟି ଗ୍ରେନେଡ୍ ସହ ବହୁ ବିସ୍ଫୋରକ ଥିବାର ଜଣାପଡିଛି ।

ନୂଆବର୍ଷରେ ପରିବହନ ବିଭାଗର ନୂଆ ନିୟମ

ଭୁବନେଶ୍ୱର,୩୧/୧୧(ଏସ ଏସ ନିଉଜ)ନୂଆବର୍ଷରେ ଜନସାଧାରଣ ଙ୍କ ପାଇଁ ନୂଆ ଭେଟି ଦେବାକୁ ଯାଉଛି ।ପରିବହନ ବିଭାଗର ନୂଆ ନିୟମ ଅନୁଯାୟୀ ଅନ୍ଲାଇନରେ ହେବ ପରିବହନ ବିଭାଗର ସବୁ କାର୍ଯ୍ୟ ।ଡିଏଲ୍ ଓ ଗାଡ଼ି ପରମିଟ୍ ଭଳି କାମ ଏଣିକି ଅନଲାଇନରେ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ଦଲାଲ ମୁକ୍ତ କରିବା ଲକ୍ଷରେ ଆରମ୍ଭ ହୋଇଥିବା ଏହି ନିୟମ ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି।

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ୍ୟୁ

ଭୁବନେଶ୍ୱର,୩୧/୧୧(ଏସ ଏସ ନିଉଜ)ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ ବରଣ କରିଛି ।ସେ ହେଉଛନ୍ତି ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତି । ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା, ଆଉ ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।ସେହିଁଭଳିଭାବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧, ଲୋକାଲ୍ କେସ୍ ୯୭ ଚିହ୍ନଟ ହୋଇଛି।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୨ […]

୨ ପର୍ଯ୍ୟନ୍ତ କାଳିଜାଇ ମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର,୩୧/୧୨(ଏସ ଏସନିୟୁଜ) ଆଜି ଠାରୁ ଜାନୁଆରୀ ୨ ପର୍ଯ୍ୟନ୍ତ କାଳିଜାଇ ମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି ।ସଂକ୍ରମଣ ଆଶଙ୍କା ଯୋଗୁଁ ସର୍ବସାଧାରଣଙ୍କ ଲାଗି ବନ୍ଦ ରଖାଯାଇଛି କାଳିଜାଇ ମନ୍ଦିର । ଆଜି ସକାଳ ୬ଟାରୁ ୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି ।