Browsing yearly archive

2021

ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩୧/୧୨(ଏସ ଏସ ନିଉଜ) ଆସନ୍ତା ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ ଖୋଲିବା ନେଇ ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଯାହାଫଳରେ ଖୋଲବା ନେଇ ଉପୁଜିଥିବା ଦ୍ଵନ୍ଦ ଦୂର ହୋଇଯାଇଛି ।ମନ୍ତ୍ରୀ କହିଛନ୍ତି ଯେ,ଏହି ବିଷୟକୁ ନେଇ ନୋଡାଲ ଅଫିସରମାନେ ଜିଲ୍ଲା ବୁଲିବା ସହ ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ଯିଏ ଚାହିଁବେ ବିଦ୍ୟାଳୟକୁ ଆସିପାରିବେ ନଚେତ ଅନଲାଇନରେ ପଢ଼ିପାରିବେ । ଏହାସହ ୨୦୨୨ରେ […]

ଫାଟକ ଆଗରେ ପର୍ଯ୍ୟଟକଙ୍କ ହୋହାହ୍ଲା

ବାରଙ୍ଗ,୩୦/୧୨(ଏସଏସନିୟୁଜ) ଡିସେମ୍ବର ୩୦ତାରିଖ ଠାରୁ ଜାନୁଆରୀ ୩ତାରିଖ ପର‌୍ୟ୍ୟନ୍ତ ୫ଦିନ ପାଇଁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ବନ୍ଦ ରହିବପାଇଁ ନନ୍ଦନକାନନ କର୍ତୁପକ୍ଷ ବୁଧବାର ସନ୍ଧ୍ୟାରେ ଘୋଷଣା କରିଥିଲୋକିନ୍ତୁ ଗୁରବାର ସକାଳ ୧୦ଟା ପର୍ଯ୍ୟନ୍ତ ନନ୍ଦନକାନନ ୱେବସାଇଡରେ ବନ୍ଦର କୈାଣସି ସୁଚନା ନଥିଲା ।ଏପରିକି ବହୁ ପର୍ଯ୍ୟଟକ ଅନଲାଇନରେ ଟିକେଟ କାଟି ନନ୍ଦନକାନନ ବୁଲିବାକୁ ଆସି ନନ୍ଦନକାନନ ବନ୍ଦ ଥିବାର ଜାଣିବାକୁ ପାଇଥିଲେ ।ଦୁରଦୁରାନ୍ତରୁ ସପରିବାରେ ଖର୍ଚ୍ଚାନ୍ତ ହୋଇ ଆସି ନନ୍ଦନକାନନ ବୁଲିପାରିନଥିଲେ ।ଏପରିକି ପର୍ଯ୍ୟଟକମାନଙ୍କୁ ସନ୍ତୁଷ୍ଟି କରିବା […]

ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଗଲା

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ମଂଚେଶ୍ୱର ଥାନା ଧୀରିକୁଟୀ ବସ୍ତିରେ ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଯାଇଛି । ବିଳମ୍ବିତ ରାତିରେ ପୁରୁଣା କଥାକୁ ନେଇ ଧୀରିକୁଟୀ ବସ୍ତିରେ ରହୁଥିବା ଶଳା ପାପୁନି ନାୟକ ଓ ଭିଣୋଇ ସୁଶାନ୍ତ ଘଡାଇ ଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପାପୁନି ଏକ ଖଣ୍ଡାରେ ସୁଶାନ୍ତଙ୍କୁ ଗୋଡାଇ ହାଣିଥିଲେ । ପାପୁନିର ଭଉଣୀ ତାକୁ ରକ୍ଷା କରିବାକୁ ଚେଷ୍ଠା କରୁଥିବା ବେଳେ ଏକ ଚୋଟ ତାଙ୍କ ହାତରେ ବାଜିଥିଲା […]

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ଡିଜିପି

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ଭୁବନେଶ୍ୱରରେ ଗତକାଲି ପହଞ୍ଚିଛନ୍ତି ନୂଆ ଡିଜିପି ସୁନୀଲ କୁମାର ବଂଶଲ ।ଆଜି ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରି ପାରନ୍ତି । ଡିଜିପି ଅଭୟଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ସୁନୀଲ ।ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବାକୁ ଯାଉଛନ୍ତି ।

ଆଜିର ଅନୁଚିନ୍ତା

🦋ନିଜ ବାପା ଓ ମାଆଙ୍କୁ କେବେହେଲେ ଭାଗ କରିବେ ନାହିଁ, କାରଣ ସେମାନେ ଆମର ସମ୍ପତ୍ତି ନୁହଁନ୍ତି ସେମାନେ ତ ଆମମାନଙ୍କୁ ଗଢିଥିବା ଦେବତା । 🦋ଯାହାର ଇଜ୍ଜତ ଥାଏ, ସେ ସବୁବେଳେ ହାତେ ମାପି ଚାଖଣ୍ଡେ ଚାଲୁଥାଏ।କାରଣ ଇଜ୍ଜତ ବହୁ କଷ୍ଟରେ କମେଇବାକୁ ପଡିଥାଏ, କଳାଧନ ଦେଇ କିଣିହୁଏନି,କି କାହା ଆଗରେ ହାତ ପତେଇ ମାଗି ଆଣି ହୁଏନି। ଆପଣଙ୍କ କର୍ମ ହିଁ ଆପଣଙ୍କୁ ଇଜ୍ଜତ ଦେଇଥାଏ। 🦋ଅନ୍ୟର ତ୍ରୁଟି ଦେଖି ତତ୍ସଲ୍ୟ କରୁଥିବା ବ୍ୟକ୍ତି […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ,ପକ୍ଷ- କୃଷ୍ଣ,ତିଥି- ଦ୍ବାଦଶୀ ଦିବା ଘ୧୦-୩୮ମି ଗତେ ତ୍ରୟୋଦଶୀ,ଚନ୍ଦ୍ର ଶୁଦ୍ଧି- ବୁଷ ମିଥୁନ ସିଂହ କନ୍ୟା ବିଛା ଧନୁ ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ନିଷିଦ୍ଧ ଖାଦ୍ୟ- ମସୁର ଦିବା ଘ,୧୦-୩୮ମି ଗତେ ବାଇଗଣ ଭକ୍ଷଣ ନିଷେଧ ,,ମେଷ: ବିଶ୍ରାମ,ବୃଷ: କୁଭୋଜନ,ମିଥୁନ: ଦୁଃସାହସ, କର୍କଟ: ପରିଶ୍ରମ, ସିଂହ: ଦ୍ରବ୍ୟ ନଷ୍ଟ, କନ୍ୟା: ପରିଶ୍ରମ, ତୁଳା: ଅପେକ୍ଷା, ବିଛା: ସୁଖସନ୍ତୋଷ,ଧନୁ:ପଥରୋଧ,ମକର: ପ୍ରାଧାନ୍ୟ, କୁମ୍ଭ : ପରିଶ୍ରମ, […]

ଭୁବନେଶ୍ୱର ଓ କଟକରେ ୩ ଦିନ ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) କାଲିଠାରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ବିଏମସି ଓ ସିଏମସି ପକ୍ଷରୁ ଘୋଷଣା କରାଯାଇଛି ।ଯାହାଫଳରେ ଏବର୍ଷ ନୂଆବର୍ଷ ଫିକା ପଡ଼ିବାକୁ ଯାଉଛି । କଟକ ଓ ଭୁବନେଶ୍ୱରରେ ୩ ଦିନ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ଆଜି ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟି ରଖି ବିଏମସି ଓ ସିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ)ଆଜି ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ରୁ ୪୪ ବର୍ଷ ବୟସ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ୪ ଜଣ କତାର, କଙ୍ଗୋ, ୟୁଏଇରୁ ଆସିଥିବା ଜଣାପଡିଛି ।’କିନ୍ତୁ ଜଣେ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦକୁ ଯାଇଥିଲେ । ଆକ୍ରାନ୍ତ ସମସ୍ତ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ […]

ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ରାଜ୍ୟ ସରକାର ଜାନୁଆରି ମାସ ପାଇଁ କଟକଣା କଡାକଡି କରିବାସହ ଜାନୁଆରି ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି । କରୋନାର ନୂଆ ଭାରିଅଂଟ ଓମିକ୍ରମର ବୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଥିବା କଟକଣା ଅନୁଯାୟୀ ଜାନୁଆରି ମାସରେ ସମସ୍ତ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ । କୋଭିଡ ନିୟମ କଡାକଡି ଭାବେ ପାଳନ […]

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର,୩୦/୧୨(ଏସଏସନିୟୁଜ) ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତ ପରେ ଝାରସୁଗୁଡା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ରାଜନୈତିକ ନେତା କିଶୋର ମହାନ୍ତି ଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ […]