ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାଦୀପ
ଭୁବନେଶ୍ୱର,୧୪/୨(ଏସଏସନିୟୁଜ) ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାଦୀପ । ଏନେଇ ସର୍କିଟ ହାଉସରେ ଟ୍ରଷ୍ଟବୋର୍ଡ ବୈଠକରେ ନିଷ୍ପତି ନିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ସର୍କିଟ ହାଉସରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜୀଉଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କରିଥିଲେ ।ଏଥିରେ ଶ୍ରୀଜୀଉଙ୍କ ଜାଗରଯାତ୍ରା ଓ କେନ୍ଦ୍ର ସରକାରଙ୍କ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍ଏମ୍ଏ) ଉପ ନିୟମ ଉପରେ ଆଲୋଚନା […]