ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାଦୀପ

ଭୁବନେଶ୍ୱର,୧୪/୨(ଏସଏସନିୟୁଜ) ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାଦୀପ । ଏନେଇ ସର୍କିଟ ହାଉସରେ ଟ୍ରଷ୍ଟବୋର୍ଡ ବୈଠକରେ ନିଷ୍ପତି ନିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ସର୍କିଟ ହାଉସରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜୀଉଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କରିଥିଲେ ।ଏଥିରେ ଶ୍ରୀଜୀଉଙ୍କ ଜାଗରଯାତ୍ରା ଓ କେନ୍ଦ୍ର ସରକାରଙ୍କ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ) ଉପ ନିୟମ ଉପରେ ଆଲୋଚନା ହୋଇଥିଲା। ବିଏମ୍‌ସି କମସିନରଙ୍କ କୋଭିଡ ମାର୍ଗଦର୍ଶିକା ଅନୁସାରେ ଶ୍ରୀଜୀଉଙ୍କ ଜାଗର ଯାତ୍ରା ସୁରୁଖୁରୁରେ ପାଳନ କରିବା ସାହ ପୂର୍ବ ବର୍ଷର ନୀତିନିର୍ଘଣ୍ଟ ଅନୁସାରେ ମହାଦୀପ ରାତି ୧୦ଟାରେ ଉଠିବା ସହ ଅନ୍ୟାନ୍ୟ ନୀତି ପାଳନ କରିବାକୁ ବୈଠକରେ ସ୍ଥିର କରାଯାଇଛି।ସେବାୟତଙ୍କ ଅଭିଯୋଗ ଆଧାରରେ ସେବାସୂତ୍ରେ ପାଇଥିବା ବେବନ୍ଦୋବସ୍ତ ଜମିକୁ ଏବେ ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯାଉଥିବା ବିଷୟରେ ଆଲୋଚନା ହୋଇଥିଲା । ଆସନ୍ତା ୧୮ ତାରିଖ ସୁଦ୍ଧା ସେବାୟତମାନେ ସେମାନଙ୍କ ଅଭିଯୋଗ ନିଯୋଗ ଜରିଆରେ ଟ୍ରଷ୍ଟବୋର୍ଡ ସଭାପତିଙ୍କ ଦୃଷ୍ଟିକୁ ଆଣିବା ପରେ ସଭାପତିଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ କୋର୍ କମିଟି ତର୍ଜମା କରିବା ପରେ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ନିଷ୍ପତ୍ତି ହୋଇଥିଲା । ବୈଠକରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସେବାୟତ ନିଯୋଗର ସଦସ୍ୟମାନେ ଯୋଗଦେଇନଥିଲେ।

Comments (0)
Add Comment