Browsing daily archive

April 25, 2021

ମାଗଣା ମିଳିବ ଟିକା’-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୪( ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କରୋନା ବଢିଚାଲିଥିବାବେଳେ ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର ହେବ । ପରିସ୍ଥିତି ଭୟାବହତାକୁ ବୁଝିବା ସହ କୋଭିଡ୍ ଗାଇଡ୍ ଲାଇନ୍‌କୁ ମାନିବା ଲାଗି ରାଜ୍ୟବାସୀଙ୍କୁ ନବୀନ ଆହ୍ୱାନ ଦେଇଛନ୍ତି ।ଏହିଅବସରରେ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ରାଜ୍ୟର ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ […]

ସ୍ୱର୍ଗଦ୍ୱାରରେ ଲାଗୁ ହେଲା କଟକଣା

ପୁରୀ ୨୫/୪ (ଏସଏସନିୟୁଜ) ରାଜ୍ୟରେ କରୋନା ସଂକ୍ରାମଣ ବଢୁଥିବାବେଳେ ପୁରୀକୁ ବାହରଜିଲ୍ଲା ଲୋକମାନେ ବିଭିର୍ଣ କାର୍ଯ୍ୟନେଇ ଆସିଛନ୍ତି ।ବର୍ତମାନ ପରିସ୍ଥିତିରେ ସଂକ୍ରାମଣ ଯେଉଁଭଳିଭାବେ ବଢିଚାଲିଛିସେଥିପାଇଁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ମନା କରିଛି ଜିଲ୍ଲାପ୍ରଶାସନ । ଏହି କଟକଣା ଆସନ୍ତା କାଲିଠାରୁ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଆକ୍ସନ ମୋଡରେ ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର ୨୫/୪(ଏସଏସନିୟୁଜ)ସଂକ୍ରମଣର ଚେନ୍ ଭାଙ୍ଗିବାକୁ କଠୋର ହେଲେ ଗଞ୍ଜାମ ପ୍ରଶାସନ । ଆସନ୍ତାକାଲିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ମେଡିସିନ୍ ଷ୍ଟୋର ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି । ଲୋକଙ୍କ ସୁବିଧା ପାଇଁ ହୋମ୍ ଡେଲିଭେରୀ ସେବା ଯୋଗାଇ ଦିଆଯିବ । ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ଘୋଷଣା କହିଛନ୍ତି ।ଏହାସହ ବ୍ରହ୍ମପୁର ସିଟି ମେଡିକାଲକୁ ତ୍ୟାଗପୂର୍ଣ୍ଣ ଚିକିତ୍ସା […]

ଚିତାବାଘ ଛାଲ, ହାତୀ ଦାନ୍ତ ଉଦ୍ଧାର

ନୟାଗଡ, ୨୫/୦୪(ଏସଏସନିୟୁଜ) ଏସଟିଏଫ ଟିମ୍ ନୟାଗଡ଼ ଜିଲ୍ଲାରୁ ଶନିବାର ଦିନ ଦୁଇଟି ହାତୀ ଦାନ୍ତ ସହ ଏକ ଚିତାବାଘ ଛାଲକୁ ଧରିବା ସହ ଏହି ଘଟଣାରେ ସମ୍ପୃକ୍ତ କଟକ ଜିଲ୍ଲାର ନରସିଂହପୁର ଅନ୍ତର୍ଗତ ଚକ୍ରଗଡା ଗାଁର ରମେଶ ପ୍ରତୀହାରୀ ଏବଂ ନୟାଗଡ଼ ଜିଲ୍ଲାର ଗଣିଆ ଅନ୍ତର୍ଗତ ବେଥିଆ ସାହି ଗାଁର ବିମ୍ବାଧର ତରାଇକୁ ଗିରଫ କରିଛି ।ଖବରପାଇ ଏହି ଟିମ୍ ମହାନଦୀ ନଦୀ କୂଳରେ ଥିବା ମା କାଲାପାଟା ମନ୍ଦିର ନିକଟରେ ଥିବା ଗାନିଆ-ଚାମୁଣ୍ଡିଆ ରାସ୍ତାରୁ ଚୋରା […]

ବାରଙ୍ଗରୁ ପୁଣି ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ

ବାରଙ୍ଗ,୨୪/୪(ଏସଏସନିୟୁଜ)ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବାରଙ୍ଗବ୍ଲକରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।ବାରଙ୍ଗବ୍ଲକ ଅଧିନରେ ଥିବା ବିଭିର୍ଣ ଅଂଚଳରୁ ପୁଣି ୧୦ଜଣ ନୁଆ କରୋନା ସଂକ୍ରାମିତ ଚିହ୍ନଟ ହୋଇଥିବାର ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଦ୍ୟାଧରପୁରରୁ ଜଣେ ,ବେଲଗଛିଆରୁ ଜଣେ,ନଖରାରୁ ଜଣେ,ଜଗନ୍ନାଥପୁରର ଦୁଇଜଣ,ଭିମପୁରରୁ ଜଣେ,ସାଇଲୋରୁଜଣେ,ଫୁଲନଖରାରୁ ଜଣେ,ସିଆଏସଏଫରୁ ଜଣେ ଓ ଖଣ୍ଡାଘରରୁଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୮ପୁରୁଷ ହୋଇଥିବାବେଳେ ଦୁଇଜଣ ମହିଳା ରହିଛନ୍ତି ।(ବାରଙ୍ଗରୁ ଗୈାତମରାଉତଙ୍କ […]

ଆଜି ରାଜ୍ୟରେ ୬୧୧୬ କରୋନା ପଜିଟିଭ୍

ଭୁବନେଶ୍ୱର,୨୫/୪(ଏସଏସନିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି । ତେବେ ୨୪ ଘଣ୍ଟାରେ ଚିହ୍ନଟ କରୋନା ପଜିଟିଭ୍ ରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି ।ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୫୪୬ କ୍ୱାରେଣ୍ଟିନରୁ ଓ ୨୫୭୦ ଲୋକାଲ କେସ ବୋଲି ଜଣାପଡିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେଅନୁଗୁଳ୧୫୧,ବାଲେଶ୍ୱର୧୦୨,ବରଗଡ୨୬୨,ଭଦ୍ରକ୮୭,ବଲାଙ୍ଗିର୧୮୯, ବୈାଦ୍ଧ୩୨,କଟକ୩୪୩, ଦେଓଗଡ୩୯, ଢେଙ୍କାନାଳ୮,ଗଜପତି୭୮,ଗଞାମ୧୩୪,ଜଗସିଂହପୁର୭୩,ଯାଜପୁର୩୨୪,ଝାରସୁଗୁଡା୨୫୪,କଳାହାଣ୍ଡି୩୨୧,କନ୍ଧମାଳ୩୬,କେନ୍ଦ୍ରାପଡା୪୬,କେଉଁଝର୧୧୮,ଖୋର୍ଦ୍ଧା୮୭୫,କୋରପୁଟ ୭୧,ମାଲକାନାଗିରି ୩୨,ମୟୁରଭଞ୧୫୮ ନବରଙ୍ଗପୁର୩୧୮,ନୟାଗଡ ୯୯,ନୁଆପଡା ୪୩୦,ପୁରୀ୧୮୦, ରାୟଗଡା ୧୦୪,ସମ୍ବଲପୁର ୨୮୦,ସୋନପୁର୮,ସୁନ୍ଦରଗଡ୭୮୫,ଷ୍ଟେଟ୍‌ପୁଲ୧୭୯ ରୁ ରହିଥିବାବେଳେ ୩୪୬୪ଜଣ […]

କାମ ହେଇନି, ଉଠାଯାଇଛି ଟଙ୍କା

୧-ଆଇପିଏଲ୍ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା । ୨-କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର । ୩-ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା-ଘାଟ ଶୂନଶାନ । ୪-ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ […]

ଆଜିର ଅନୁଚିନ୍ତା

➡️ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି ” ଆମ ପିଲାଦିନ ” ଯାହା ଗୋଟିଏ ସ୍ମରଣୀୟ ଫର୍ଦ୍ଦ । ➡️ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡେ । ➡️ଧନୀ ସିଏ ନୁହେଁ ଯାହା ଘରେ ପୁଳାଏ ଟଙ୍କା, ବଡ ଗାଡି ଥାଏ । ଅସଲ ଧନୀ ତ ସିଏ ଯାହା ଘରେ ଝିଅ ଆଉ […]

ଆଜିର ରାଶିଫଳ

 ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]