ବାରଙ୍ଗରୁ ପୁଣି ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ

ବାରଙ୍ଗ,୨୪/୪(ଏସଏସନିୟୁଜ)ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବାରଙ୍ଗବ୍ଲକରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।ବାରଙ୍ଗବ୍ଲକ ଅଧିନରେ ଥିବା ବିଭିର୍ଣ ଅଂଚଳରୁ ପୁଣି ୧୦ଜଣ ନୁଆ କରୋନା ସଂକ୍ରାମିତ ଚିହ୍ନଟ ହୋଇଥିବାର ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଦ୍ୟାଧରପୁରରୁ ଜଣେ ,ବେଲଗଛିଆରୁ ଜଣେ,ନଖରାରୁ ଜଣେ,ଜଗନ୍ନାଥପୁରର ଦୁଇଜଣ,ଭିମପୁରରୁ ଜଣେ,ସାଇଲୋରୁଜଣେ,ଫୁଲନଖରାରୁ ଜଣେ,ସିଆଏସଏଫରୁ ଜଣେ ଓ ଖଣ୍ଡାଘରରୁଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୮ପୁରୁଷ ହୋଇଥିବାବେଳେ ଦୁଇଜଣ ମହିଳା ରହିଛନ୍ତି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment