Browsing daily archive

April 28, 2021

ଧରାହେଲେ ୩ଯୁବକ,ଜବତହେଲା ଗୁଳିଭର୍ତ୍ତି ପିସ୍ତଲ

କଟକ୨୮/୪(ଏସଏସନିୟୁଜ) ଜଗତପୁର ଥାନାପୋଲିସ ମଙ୍ଗଳବାର ଅପରାହ୍ନରେ ବାରବାଡିଆ କେନାଲ ବନ୍ଧରୁ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ , ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ନାଇନ୍ ଏମ୍ ଏମ୍ ପିସ୍ତଲ ଜବତ କରି ଏକ ମାମଲା ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି । ମଙ୍ଗଳବାର ଅପରାହ୍ନରେ ତିନି ଜଣ ଅସାମାଜିକ ଯୁବକ, ବାରବାଡିଆ କେନାଲ ବନ୍ଧ ଉପରେ ପିସ୍ତଲ ଧରି ବୁଲୁଥିବାର କୈାଣସିସୁତ୍ରୁ ଖବରପାଇ ପାଗା ଫାଣ୍ଡି ପୋଲିସ ଜଗତପୁର ଥାନାର […]

କୋଭିଡ୍ ସଂକ୍ରମଣ – ଭୁବନେଶ୍ୱରରେ ଟପିଲା ହଜାରେ

ଭୁବନେଶ୍ୱର,୨୮/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ହଜାରେ ଟପିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୧୯ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଏହି ନୁଆଆକ୍ରାନ୍ତଙ୍କ ମଧ୍ୟରେ ଝାରପଡା, ପୁରୁଣା ଭୁବନେଶ୍ୱର, ଗଜପତି ନଗର, ବିଜେବି ନଗର, ବଡଗଡ, ଚନ୍ଦ୍ରଶେଖରପୁର ,ଡୁମୁଡୁମା , ଖଣ୍ଡଗିରି, କଳ୍ପନା, ମଂଚେଶ୍ୱର, ନୟାପଲ୍ଲୀ ଓ ବରମୁଣ୍ଡା ଅଂଚଳ ର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । […]

ଭୁବନେଶ୍ୱର ମାର୍କେଟ ବିଲଡିଂ ଓ ଭିଏସଏସ ନଗର ହାଟ ସିଲ୍

ଭୁବନେଶ୍ୱର, ୨୮/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲଥିବାବେଳେ ବ୍ୟବସାୟ ପ୍ରତଷ୍ଠାନମାନଙ୍କରେ କୋଭିଡନୀୟମ ଅନୁପାଳନ ହେଉନଥିବାରୁ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।ଆଜି ଭୁବନେଶ୍ୱର ୨ ନମ୍ବର ମାର୍କେଟ ବିଲଡିଂ ସହ ଭିଏସଏସ ନଗର ହାଟକୁ ସିଲ କରିଛି ପ୍ରଶାସନ । ମାର୍କେଟ ବିଲଡିଂ ସହ ଭିଏସଏସ ନଗର ହାଟକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଭୁବନେଶ୍ୱରର ସଂକ୍ରମଣ ସଂଖ୍ୟା ବଢୁଥିବାରୁ ବିଏମସି ଏପରି ଆଗୁଆ ପଦକ୍ଷେପ ନେଉଥିବାର […]

ଆଜି ରାଜ୍ୟରେ ସଂକ୍ରମଣ ୮ ହଜାର ଟପିଲା, ୧୦ମୃତ

ଭୁବନେଶ୍ୱର,୨୮/୪(ଏସଏସନିୟୁଜ)ପୁଣି ଚନ୍ତାବଢାଇଲାଣି କରୋନା ।ଗତକିଚିଦିନ ହେବ ୬ହଜାରେ ରେ ରହିଥିବାବେଳେ ଏବେ ୮ହାଜରେକୁ ବୃଦ୍ଧିପାଲାଣି । ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ରୁ ଆଜି ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ […]

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]

ଆଜିର ଅନୁଚିନ୍ତା

➡️ଇଏ ହେଉଛି ଗୋଟିଏ ସ୍ବାର୍ଥପର ଦୁନିଆ , ଏଠି ଲୋକ ହୃଦୟକୁ ନୁହେଁ ନିଜ ନିଜ ଆବଶ୍ୟକତାକୁ ଭଲ ପାଆନ୍ତି । ➡️ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମଧ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି !! ➡️ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ ,—– କିନ୍ତୁ ଅଭିନୟ ନୁହେଁ । ➡️ଧର୍ମ, ନିୟମ ଓ ସଂସ୍କାର ଏଇ ତିନୋଟି ଶବ୍ଦ ମଣିଷଟିକୁ ମଣିଷ ପରି ଗଢିତୋଳିଥାଏ […]

ଆଜିର ରାଶିଫଳ

ଏପ୍ରିଲ ମାସ ୨୮ ତାରିଖ ୨୦୨୧ ମସିହା(ବୁଧବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ, କର୍କଟ ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତୀକଖାରୁ ଭକ୍ଷଣ ନିଷେଧ । ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟ ରେ […]