କୋଭିଡ୍ ସଂକ୍ରମଣ – ଭୁବନେଶ୍ୱରରେ ଟପିଲା ହଜାରେ

ଭୁବନେଶ୍ୱର,୨୮/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ହଜାରେ ଟପିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୧୯ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଏହି ନୁଆଆକ୍ରାନ୍ତଙ୍କ ମଧ୍ୟରେ ଝାରପଡା, ପୁରୁଣା ଭୁବନେଶ୍ୱର, ଗଜପତି ନଗର, ବିଜେବି ନଗର, ବଡଗଡ, ଚନ୍ଦ୍ରଶେଖରପୁର ,ଡୁମୁଡୁମା , ଖଣ୍ଡଗିରି, କଳ୍ପନା, ମଂଚେଶ୍ୱର, ନୟାପଲ୍ଲୀ ଓ ବରମୁଣ୍ଡା ଅଂଚଳ ର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଂଟାରେ ରାଜଧାନୀରୁ ୪୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଜଣାପଡିଛି ।

Comments (0)
Add Comment