Browsing daily archive

May 19, 2021

ପୁଣି ଆସୁଛି ବାତ୍ୟା

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ପଶ୍ଚିମ ଉପକୂଳରେ ବାତ୍ୟା ଯାଉଯାଉ ପୁଣି ଏକ ବାତ୍ୟା ପୂର୍ବ ଉପକୂଳରେ ଆସିବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛନ୍ତି । ୨୬ ତାରିଖରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମାଡ ହେବା ସମ୍ଭାବନା ରାହିଛି । ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଆରମ୍ଭ କରିବା ସହ ବାତ୍ୟାର ରୁପ ନେବ । ମେ ୨୫ […]

ଡଙ୍ଗାବୁଡ଼ି ୩ ନିଖୋଜ

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଏକ ୮ ମାସର ଶିଶୁ ଓ ଜଣେ ମା’ଙ୍କ ସମେତ ଅନ୍ୟଜଣେବୃଦ୍ଧାଙ୍କୁ ମିଶାଇ ୩ ଜଣ ନିଖୋଜ ହୋଇଯାଇଛନ୍ତି । ଓରପଦା ଘାଟରୁ ବକୁଳିକୁ ୧୧ ଗ୍ରାମବାସୀ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଦେଶୀ ଡଙ୍ଗା ।ଏହି ଅଘଟଣ ଘଟିବାପରେ ୮ ଜଣ ପହଁରି କୁଳକୁ ପଳାଇଆସିଥିବାବେଳେ ୩ ଜଣ ଏବେବି ନିଖୋଜ ରହିଛନ୍ତି ।ଖବରପାଇ କୁଡୁମୁଲୁଗୁମାର ଅଗ୍ନିଶମ ବାହିନୀ ପହଁଚି ଖୋଜିବା ଆରମ୍ଭ କରିଛି ।

ବିଜୟ ମାଲ୍ୟାଙ୍କୁ ଝଟକା

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟଙ୍କଠାରୁ ଲାଗିଛି ବଡ ଝଟକା । ମଙ୍ଗଳବାର ଦିନ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି । ଏହି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଇଁ ଟଙ୍କା ଫେରସ୍ତ ହେବାର ଏକ ନୂଆ ଆଶା ସଞ୍ଚାର ହୋଇଛି । କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ଉପରେ ସୁରକ୍ଷା କଭର ହଟାଇ ଦେଇଛନ୍ତି । ଲଣ୍ଡନ ହାଇକୋର୍ଟର ଏହି ନିଷ୍ପତ୍ତି ବିଜୟ ମାଲ୍ୟାଙ୍କ ପାଇଁ ଏକ ବଡ […]

ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ହୋଇଥିବା ଧନଜୀବନ କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ । ପ୍ରଭାବିତ ଅମରେଲି, ଗିର ସୋମନାଥ ଓ ଭାବାନଗର ଜିଲ୍ଲା ଗୁଡିକରେ ହୋଇଥିବା କ୍ଷତି ଉଡାଜାହଜରେ ବସ ଅନୁଧ୍ୟାନ କରିଥିଲେ । ପ୍ରଭାବିତ ଅଞ୍ଚଳର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ବୈଠକରେ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ […]

ନନ୍ଦିଘୋଷ ରଥର ୨ ମହାରଣା କୋଭିଡ ପଜିଟିଭ

ପୁରୀ ୧୯/୫(ଏସଏସନିୟୁଜ) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ କରୁଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ ରହିଛି। କୋଭିଡ କଟକଣା ମଧ୍ୟରେ ରଥନିର୍ମାଣ କାର୍ଯ୍ୟଚାଲିଥିବାବେଳେ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ।ପଜିଟିଭ ଜଣାପଡିବାପରେ ଦୁଇ ମହାରାଣାଙ୍କୁ ଆଇସୋଲେସନରେ ରଖାଯାଇ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବାର ଜଣାପଡିଛିା

ଆଜିର ଅନୁଚିନ୍ତା

➡️କୌଣସି ବି ଲକ୍ଷ ଆମର ସାହସ ଠାରୁ ବଡ଼ ନୁହେଁ.. ସେ ହିଁ କେବଳ ହାରିଥାଏ, ଯିଏ ଲଢ଼ି ନଥାଏ ! ➡️ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ । ➡️ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ? ➡️ଯତ୍ନରେ ରଖିଲେ ସବୁ ସୁନ୍ଦର ଦେଖାଯାଏ, ଦୀର୍ଘସ୍ଥାୟୀ ବି ହୁଏ……. ସେ […]

ଆଜିର ରାଶିଫଳ

ମଇ ମାସ ୧୯ ତାରିଖ ୨୦୨୧ ମସିହା(ବୁଧବାର)ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ସପ୍ତମୀ ,କର୍କଟ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ, ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ ।  ମେଷ:- ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। […]