Browsing monthly archive

May 2021

ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର,୧୮/୫(ଏସଏସନିୟୁଜ) ରାଜ୍ୟରେ ଲକଡାଉନ୍ ଅବଧି କୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର । ଓଡିଶାରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଜୁନ୍ ୧ ଯାଏଁ ସରକାର ଲକ୍‌ଡାଉନ୍ ବଢ଼ାଇ ଦେଇଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି ।ଏହିସମୟ ମଧ୍ୟରେ ବଜାର ,ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ପରିବର୍ତେ ୧୧ ଯାଏ ଖୋଲା ରହିବ ।ବାହାଘରରେ ମଧ୍ୟ କଟକଣା କରାଯାଇଛି ।ଏଥର ବାହାଘରରେ  ୫୦ ନୁହେଁ ୨୫ ଜଣଙ୍କୁ  ମିଳିବ ଅନୁମତି। […]

ଗୁଜୁରାଟରେ ଅବତରଣ କରିଛି ବାତ୍ୟା ତାଉକ୍ତେ

ଭୁବନେଶ୍ୱର,୧୮/୫(ଏସଏସନିୟୁଜ)ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ଝଡ ତାଉକ୍ତେ ରାତି ପ୍ରାୟ ୯.୩୦ ସମୟରେ ଗୁଜୁରାଟର ଊପକୂଳର ନିକଟରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିଥିଲା ବୋଲି କୁହାଯାଇଛି ।ଏହିସମୟରେ ପବନର ବେଗ ୧୩୩ କିଲୋମିଟର ଥିଲା । ଏହାରପ୍ରଭାବରେ ସୋମବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଗୁଜୁରାଟ ସରକାର ଆମ୍ରେଲି, ଜୁନାଗଡ, ଗିର୍-ସୋମନାଥ ଏବଂ ଭବନଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୨୩ ବର୍ଷ ମଧ୍ୟରେ […]

ଆଜିର ରାଶିଫଳ

ମଇ ମାସ ୧୮ ତାରିଖ ୨୦୨୧ ମସିହା(ମଙ୍ଗଳବାର),ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ଷଷ୍ଠୀ ,ମକର ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ,ନିମ୍ବ ଓ ତାଳ ଭକ୍ଷଣ ନିଷେଧ । ମେଷ:- ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ:- ଆଜି ନିଜେ ଜୀବନରେ କିଛି କରିବା […]

ଆଜିର ଅନୁଚିନ୍ତା

➡️ମନୋବଳ ଦୃଢ ଥିଲେ ବିଫଳତା କେବେ ସ୍ପର୍ଶ କରିପାରେ ନାହିଁ । ➡️ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ । ➡️ ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ ! ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର, ପରିଣାମ ସମୟ ଆସିଲେ ନିଶ୍ଚିତ […]

ଅନଲାଇନରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୭/୫(ଏସଏସନିୟୁଜ) ମହାମାରୀ କରୋନା ଦ୍ବିତୀୟ ଲହର ଯୋଗୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଅନ୍‌ଲାଇନରେ କିଭଳି ଛାତ୍ରଛାତ୍ରୀମାନେ ଶିକ୍ଷାଦାନ କରିପାରିବେ ଯାଇପାରିବ ସେଥିନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି।କୋଭିଡ୍ ମହାମାରୀ ଗମ୍ଭୀର ରହିଥିବାରୁ ଚଳିତ ବର୍ଷ ଅନଲାଇନରେ କ୍ଲାସ୍ ହେବ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ରେ କ୍ଲାସ୍ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ସିଏଚଏସଇ […]

ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର, ୧୭/୫(ଏସଏସନିୟୁଜ) ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ […]

ବିମାନବନ୍ଦରରେ ଓହ୍ଲାଇଲେ ଆରଟିପିସିଆର୍ ବାଧ୍ୟତାମୂଳକ

ଭୁବନେଶ୍ୱର, ୧୭/୫(ଏସଏସନିୟୁଜ) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀ ଓହ୍ଲାଇଲେ ଆରଟିପିସିଆର୍ ଟେଷ୍ଟ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି । ବିଏମସି ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୁଇଟି ଟିମ ବିମାନବନ୍ଦରରେ ନିୟୋଜିତ ରହି ଯାତ୍ରୀମାନଙ୍କୁ ନଜରରେ ରଖୁଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ଓ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି କୋଭିଡ ଗାଇଡଲାଇନ ନିର୍ଦ୍ଦେଶାବଳୀରେ ସଂଶୋଧନ କରିଛି । ପୂର୍ବରୁ ବିମାନ ବନ୍ଦରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବିଏମସି କୋଭିଡ-୧୯ ରିପୋର୍ଟ ନେଗେଟିଭ […]

ସରକାର ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ

ଭୁବନେଶ୍ୱର ୧୭/୫(ଏସଏସନିୟୁଜ) ଘରୋଇ ଆମ୍ବୁଲାନ୍ସ ପାଇଁ ସରକାରଙ୍କ ପକ୍ଷରୁ ଭଡ଼ା ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କେବଳ ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କରାଯାଇଥିବା ଜଣା ପଡିଛି । ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ୧୦ କିମି ମଧ୍ୟରେ ୭୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଭଡ଼ା ଦେବାକୁ ପଡିବ […]

୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର,୧୭/୫(ଏସଏସନିୟୁଜ) ନାରଦା ଲାଂଚ ମାମଲାରେ ପଶ୍ଚିମବଙ୍ଗର ୨ଜଣ ମନ୍ତ୍ରୀ, ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କୁ ସିବିଆଇର ଗିରଫ କରିଛି । ପଶ୍ଚିମବଙ୍ଗ ମନ୍ତ୍ରୀ ତଥା କୋଲକାତା ଟିଏମସି ହେଭିୱେଟ୍ ତଥା ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ବିଧାୟକ ମଦନ ମିତ୍ର ,କୋଲକାତାର ପୂର୍ବତନ ମେୟର ସୋଭାନ ଚାଟାର୍ଜୀଙ୍କୁ ଙ୍କୁ ସିବିଆଇ ଉଠାଇ ନେଇଛି। ସୋମବାର ସମାନ୍ତରାଳ ଭାବେ ସିବିଆଇ ଚଢାଉ କରିଥିଲା । ଟିଏମସି ନେତାମାନଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ କେନ୍ଦ୍ରୀୟ […]

ଲଂଚ ହେଲା କୋଭିଡ୍ ବିରୋଧୀ ମେଡିସିନ୍ 2-DG

ଭୁବନେଶ୍ୱର,୧୭/୫(ଏସଏସନିୟୁଜ) ବର୍ତ୍ତମାନ ଭାରତରେ କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ତାହାର ପ୍ରଭାବ ଦେଖାଉଛି ଏବଂ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି। କରୋନାର ଏହି ବିସ୍ଫୋରଣ ମଧ୍ୟରେ ଅନେକ ଲୋକ ପ୍ରାଣ ହରାଇଲେ, ସମସ୍ତ ସଙ୍କଟ ମଧ୍ୟରେ ଦେଶରେ କରୋନା ବିରୋଧରେ ଲଢେଇ କରିଚାଲିଛି । ଟୀକାକରଣ କାମ ମଧ୍ୟ ଚାଲିଛି। କିନ୍ତୁ ବର୍ତ୍ତମାନ ଏହି ପ୍ରୟାସରେ ଆଉ ଏକ ଅସ୍ତ୍ର ଔଷଧ ୨-ଡିଜି ଯୋଗ କରାଯାଇଛି ।ଔଷଧ ୨-ଡିଜି ବର୍ତ୍ତମାନ ଡାକ୍ତରଖାନାରେ ଉପଲବ୍ଧ […]