ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର,୧୮/୫(ଏସଏସନିୟୁଜ) ରାଜ୍ୟରେ ଲକଡାଉନ୍ ଅବଧି କୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର । ଓଡିଶାରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଜୁନ୍ ୧ ଯାଏଁ ସରକାର ଲକ୍‌ଡାଉନ୍ ବଢ଼ାଇ ଦେଇଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି ।ଏହିସମୟ ମଧ୍ୟରେ ବଜାର ,ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ପରିବର୍ତେ ୧୧ ଯାଏ ଖୋଲା ରହିବ ।ବାହାଘରରେ ମଧ୍ୟ କଟକଣା କରାଯାଇଛି ।ଏଥର ବାହାଘରରେ  ୫୦ ନୁହେଁ ୨୫ ଜଣଙ୍କୁ  ମିଳିବ ଅନୁମତି। ଭାଜେିଭାତ ବନ୍ଦ ରହିବ,ବାଜା,ରୋଶଣୀ ବି ବନ୍ଦ । ଏତିକି ନୁହେଁ ଭୋଜିଭାତ କରିପାରିବେନାହିଁ କିନ୍ତୁ ପ୍ୟାକେଟ୍‌ରେ ଖାଦ୍ୟ ଦେବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏହାସହ ରାତ୍ରିକାଳୀନ କର୍ଫ୍ୟୁ ର ସମୟମଧଯ୍ୟ ପରିବର୍ତନ କରାଯାଇଛି ।ଆଗରୁ ଥିବା ରାତି ୯ଟାରୁ ସକାଳ ୫ଟା ପରିବେର୍ତ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ  ଲାଗୁ ହେବା ସହ ପୂର୍ବରୁ ରହିଥିବା ସଟଡାଉନ୍ ନିୟମ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସୂଚନା ଦେଇଛନ୍ତି ।

Comments (0)
Add Comment