Browsing daily archive

June 12, 2021

ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ ଜେଲରୁ ବାହାରିଛନ୍ତି। ତେବେ ଜେଲରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ମାଲଗୋଦାମ ଥାନା ଧରିଲା ସେକ୍ସ ରାକେଟ

କଟକ,୧୨/୬(ଏସ ଏସ ନିୟୁଜ)କଟକ ପିଲଗ୍ରିମ ରୋଡର ଏକ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ। କୌଣସି ସୂତ୍ରରୁ ଖବର ପାଇଁ ମାଲଗୋଦାମ ଥାନା ପୋଲିସ ହୋଟେଲ ଉପରେ ଚଢାଉ କରି ଜଣେ ବ୍ୟକ୍ତି ଓ ଜଣେ ଯୁବତୀ ଅସଂଯତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଧରିଥିଲା।ଏହାପରେ କିଙ୍ଗପିନ ଓ ହୋଟେଲ ମ୍ୟାନେଜରକୁ ପୋଲିସ ଅଟକ ରଖିଛି ।

ପିକ୍‌ଅପ୍ ଡ୍ରପ ସେବା ଆରମ୍ଭ

କଟକ,୧୨/୬(ଏସ ଏସ ନିୟୁଜ)କୋଭିଡ ସଂକ୍ରମଣ କୁ ନେଇ CMC କମିସନର ଅନନ୍ୟା ଦାସଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,କଟକ ସହରରେ ଦୈନିକ କୋରୋନା ସଂକ୍ରମଣ କମୁଛି। ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା, ମେ’ ୧୫ରୁ କମୁଛି। ସହରରେ ୩.୫ ଲକ୍ଷ ଡୋଜ ଟିକା ଦିଆଗଲାଣି। ୧.୫ ଲକ୍ଷ ଡୋଜ ୧୮ରୁ ୪୪ ବର୍ଷ ବୟସ୍କ ନେଇଛନ୍ତି।ଟିକାକରଣ ପାଇଁ ପିକ୍‌ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି।ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି। କଟକ ସହରବାସୀ କୋଭିଡ ନିୟମ […]

କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ରାଜ୍ଯରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ ସଂକ୍ରମଣ ସଂଖ୍ୟା। ୫ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ଯା। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୭୬୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଏବଂ ଖୋର୍ଦ୍ଧା ଜିଲ୍ଲା ପଛକୁ କଟକ ଜିଲ୍ଲାରୁ ୫୦୫ ଜଣ […]

ଉଦ୍ଧାର ହେଲା ଅଜଗର ସାପ

ବାରଙ୍ଗ,୧୧/୬(ଏସଏସନିୟୁଜ)ଗୁରୁବାର ବିଳମ୍ବିତ ରାତିରେ ଝିଙ୍କରଡିହ ଗ୍ରାମ ସରକାରୀ ବିଦ୍ୟାଳୟ ନିକଟରୁ ଏକ ୪ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।ଅଜଗର ସାପଟିର ବୟସ ୫ ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି।ଗ୍ରାମ ୱାର୍ଡ ମେମ୍ବର ଚିତ୍ରସେନ ପାଣିଙ୍କ ସହଯୋଗରେ ଏହି ଅଜଗର ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଗ୍ରାମ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

କଟକ ରୁ ୬୯ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ ଜବତ

କଟକ,୧୧/୬(ଏସଏସନିୟୁଜ) ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ୧୭ ହଜାର ଫାଭିପିରାଭିର୍ ଟାବଲେଟ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ । କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା।କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଗୁରୁବାର ଦିନ ଚଢ଼ଉ କରି ମେଡିସିନ୍ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ କରି […]

ଟିକାକରଣ ନିମନ୍ତେ ପଞ୍ଜିକରଣ ନିୟମକୁ କୋହଳକଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଟିକାକରଣ ନିମନ୍ତେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ନିୟମକୁ ମଧ୍ୟ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ମାର୍ଟଫୋନ୍ ନଥିବା ଅଂଚଳ କିମ୍ବା ବ୍ୟବହାର ଜାଣିନଥିବା ଲୋକେ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି।ଗତ ୭ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ […]

ବଦଳିଲା ଭୁବନେଶ୍ୱରରେ ଟିକା ନେବା ସମୟ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ବଦଳିଛି ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ।ଟିକାନେବା ସମୟ ବଦଳିବା ନେଇ କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ସକାଳେ କେବଳ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ୍ ଦିଆଯିବ। ତେବେ ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ଚାଲୁ ରହିଛି। ଆସନ୍ତା ସୋମବାର ସୁଦ୍ଧା ଡିଉ ଥିବା ଦ୍ୱିତୀୟ ଡୋଜ୍ ଟିକାକରଣ ସରିଯିବ। ଏହାପରେ ବାକିଥିବା ୧୮-୪୪ ବର୍ଗଙ୍କ ପ୍ରଥମ ଡୋଜ୍ ଟିକା ଆରମ୍ଭ ହେବ। ସକାଳ […]

ବଦଳିବକି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ?

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ଏମିତି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।ଯାହାକୁ ନେଇ ମୋଦିଙ୍କ ମନ୍ତ୍ରିମଣ୍ଡଳ ବଦଳିବାର ଚର୍ଚ୍ଚା ଯୋରଧରିଛି ।

ଆରମ୍ଭ ହେଲା ଶୀତଳଷଷ୍ଠୀ…

‎ ୧. ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍‌ରେ ୯ ମୃତ । ୨. ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ । ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୩. ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର । ୪. ଆରମ୍ଭ ହେଲା ଶୀତଳଷଷ୍ଠୀ, ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ । ୫. ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ […]