ଟିକାକରଣ ନିମନ୍ତେ ପଞ୍ଜିକରଣ ନିୟମକୁ କୋହଳକଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଟିକାକରଣ ନିମନ୍ତେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ନିୟମକୁ ମଧ୍ୟ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ମାର୍ଟଫୋନ୍ ନଥିବା ଅଂଚଳ କିମ୍ବା ବ୍ୟବହାର ଜାଣିନଥିବା ଲୋକେ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି।ଗତ ୭ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏସମ୍ପର୍କରେ ସୂଚନା ଦେଇଛନ୍ତି।

Comments (0)
Add Comment