Browsing daily archive

June 27, 2021

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ।ଟେଣ୍ଡର ଫିକ୍ସିଂକୁ ନେଇ ଆସିଥିଲେ ବିବାଦ ଘେରକୁ ।ବିଶାଳ ସିଂ ହେଲେ ମାଲକାନଗିରି ଜିଲ୍ଲାପାଳ । ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ମିଳିଲା ଦାୟିତ୍ୱ । ମୋନିଷା ବାନାର୍ଜୀଙ୍କୁ ବରଗଡ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲି ସୁନୀଲ ନରବାଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ […]

ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ ଘଟିଛି।ଭୁବନେଶ୍ୱର ଉପକଣ୍ଠ ଜାଆଁଳା ନିକଟରେ ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ଜୀମୂତଙ୍କୁ ଭୁବନେଶ୍ୱର AIIMS ନିଆଯାଇଥିଲା ।ପହଞ୍ଚିବା ବେଳକୁ ଜୀମୂତଙ୍କ ମୃତ୍ୟୁ ହୋଇଥିବା AIIMS ପକ୍ଷରୁ ସୂଚନା ଦିଆଯାଇଛି।

ଝୁଲନ୍ତା ମୃତଦେହ ଉଦ୍ଧାର

କଟକ,୨୭/୬(ଏସ ଏସ ନିୟୁଜ)ଶିଖରପୁରସ୍ଥିତ କାଳିଆବୋଦା ଶ୍ମଶାନ ନିକଟ ପରିତ୍ୟକ୍ତ ସ୍ଥାନରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମ୍ରୁତଦେହ ଉଦ୍ଧାର ହୋଇଛି।ପଚି ହୋଇ ଯାଇଥିବା ମ୍ରୁତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ। ଏହା ହତ୍ଯା ନା ଆତ୍ମହତ୍ଯା ତାହାର କାରଣ ଜଣାପଡିନାହିଁ।

ମାଟି ଅତଡ଼ା ତଳେ ଚାରିଶ୍ରମିକ

ଗଞ୍ଜାମ୨୭/୬(ଏସଏସନିୟୁଜ) ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ମାଟି ଅତଡ଼ା ଧସି ଚାପି ହୋଇଗଲେ ୪ ଶ୍ରମିକ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ରାସ୍ତାକାମ ଚାଲିଥିବାବେଳେ ମାଟି ଅତଡ଼ା ଧସିଥିଲା ।ଫଳରେ କାମକରୁଥିବା ୪ଜଣ ଶ୍ରମିକମାଟି ଅତଡ଼ା ତଳେ ଚାପି ହୋଇରହିଥିଲେ ।ଖବରପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଯାଇଛି ।ଏଥିମଧ୍ୟରୁ ଦୁଇଜଣଅବସ୍ଥା ଗୁରୁତର ଥିବାର ଜଣାପଡିଛି ।

ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡା, ୨୭/୬(ଏସଏସନିୟୁଜ) ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକ(୮୩)ଙ୍କୁ କେହି ଆତତାୟୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଆଜି ସକାଳେ ଦେଖିବାକୁ ମିଳିଛି । ମଦ ପିଇବା ପାଇଁ ୧୦୦ ଟଙ୍କା ନଦେବାରୁ ରିମିତ ଧୁରୁଆ ନାମକ ଜଣେ ମଦ୍ୟପ ନାଏକଙ୍କ ତଣ୍ଟିକୁ ଏକ ଚୋଟ ପକାଇଥିବା ଜଣାପଡିଛି । ରକ୍ତଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରାଇଥିଲେ ମଧ୍ୟ ଡାକ୍ତର […]

ଏନକାଉଣ୍ଟରରେ ମୃତ୍ୟୁବରଣ କଲା ଦୁର୍ଦାନ୍ତ ନକ୍ସଲ ସନ୍ତୋଷ ମାରକାମ

ମାଲକାନଗିରି, ୨୭/୬(ଏସଏସନିୟୁଜ) ଆଜି ପୁଲିସ ଓ ନକ୍ସଲ ମଧ୍ୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଗୁଳିବିନିମୟ ଘଟିଛି। ଏଥିରେ ମଲଙ୍ଗର ଏରିଆ କମିଟିର ସଦସ୍ୟ ସଂତୋଷ ମାରକାମ ମୃତ ଘଟିଛି ।ଏହାସହ ପିସ୍ତଲ,ବିସ୍ଫୋରକ ସାମଗ୍ରୀ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏଥିସହିତ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। କୈାଣସିସୁତ୍ରରୁ ଖବର ପାଇ ଡିଆରଜି ଯବାନ ପୋରଦେମ ଜଂଗଲରେ ଚଢାଉ କରିଥିଲେ। […]

ପରିତ୍ୟକ୍ତ ପୋଖରୀରେ ବୁଡି ବୃଦ୍ଧା ମୃତ

କେନ୍ଦୁଝର ,୨୭/୬(ଏସଏସନିୟୁଜ) ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡପଦନା ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରେ ବୁଡି ବଡପଦନା ଗ୍ରାମର କୁନ୍ତଳା ରାଉତ(୮୬) ନାମକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଘରପାଖ ପୋଖରୀକୁ ଶୌଚ ପାଇଁ ଗତକାଲି ବିଳମ୍ବିତ ରାତ୍ରୀରେ ଯିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପୋଖରୀରେ ମୃତଦେହ ଭାସୁଥିବାର ଆଜି ସକାଳେ ପରିବାର ଲୋକ ଦେଖିଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦପାଇଁ ପଠାଇବାସହ ୧୧/୨୧ ରେ ଏକ […]

ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ

ଭୁବନେଶ୍ୱର,୨୭/୬(ଏସଏସନିୟୁଜ) ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ଦିଆଯାଇଛି ।କାର‌୍ୟ୍ୟକାରୀ ସଭାପତି ଭାବେ ସୁଭୁସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି ୩ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କସ୍ତୁରିମହାପାତ୍ର ସାଧାରଣସମ୍ପାଦକ,ଜୟଶ୍ରୀଦାସ କାଷୋଧକ୍ଷ,ମାନସିସୁନ୍ଦରାୟ ସୋସିଆଲମିଡିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।ସେହିଭଳିଭାବେ ଭୁବନେଶ୍ୱର,କଟକ, ବାଲେଶ୍ୱର, ସମ୍ବଲପୁର, […]

ଗିରଫ ହେଲେ ନକଲି ଡାକ୍ତର

ମାଲକାନଗିରି,୨୭/୬(ଏସଏସନିୟୁଜ) ଦୁର୍ଗମ ଅଞ୍ଚଳରେ ନକଲି ଡାକ୍ତର କାୟା ବିସ୍ତାର କରିଚାଲିଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଚିତ୍ରକୋଣ୍ଡା ପୁଲିସ ଚଢ଼ଉ କରି ବିଭିନ୍ନ ସ୍ଥାନରେ ଖୋଲିଥିବା ବେଆଇନ କ୍ଲିନିକ୍‌ରେ ଚଢ଼ଉ କରିବା ସହ ହାଟ ବଜାରରେ ଔଷଧ ନେଇ ରୋଗୀଙ୍କ ଚିକିତ୍ସା କରୁଥିବା ୪ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା। ବିପିନ ଚନ୍ଦ୍ର ନାୟକ (୬୦), ବିଶ୍ବଦେବ ସରକାର (୨୭) ସୁଫଳ ବିଶ୍ବାସ (୩୬), ପଳାସ ରାୟ (୪୬)।ଏହି ନକଲି ଡାକ୍ତରମାନେ ବିଶେଷ କରି ସ୍ବାସ୍ଥ୍ୟସେବା […]

ଖୁବଶିଘ୍ର ୧୨ରୁ ୧୮ ବର୍ଷଙ୍କ ପାଇଁ ଆସିବ ଜାଇଡସ କାଡିଲା ଟିକା

ଭୁବନେଶ୍ୱର,୨୭/୬(ଏସଏସନିୟୁଜ)ଖୁବଶିଘ୍ର ମିଳିବ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକା । ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ସରିଛି ।କେବଳ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବା ସହ ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।