Browsing daily archive

June 28, 2021

ମାଟ୍ରିକ ରେଜଲ୍ଟ ବିଭ୍ରାଟର ଚବିଶ ଘଣ୍ଟାରେ ସମାଧାନ କର- ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର,୨୮/୬ (ଏସଏସନିୟୁଜ) ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଆଜି ଫଳାଫଳରେ ତ୍ରୁଟି ନେଇ ଅଭିଯୋଗ ଆସିଲାଣି । ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାଇ ନବମ ଓ ଦଶମ ଶ୍ରେଣୀ ଉଭୟ ଶ୍ରେଣୀର ପୂର୍ବରୁ ହୋଇଥିବା ପରୀକ୍ଷାର ନମ୍ବର ଆଧାରରେ ରେଜଲ୍ଟ ପ୍ରକାଶ ପାଇବା କଥା । ହେଲେ ଏହି ସବୁ ସ୍କୁଲ ଓ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ […]

ଶ୍ରେଣୀଗୃହ ଶିକ୍ଷାଦାନ ଦାବିରେ ଏ.ଆଇ.ଏସ୍.ଏଫ୍ ର ବିକ୍ଷୋଭ

ଭୁଵନେଶ୍ଵର,୨୮/୬(ଏସଏସନିୟୁଜ)ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ଵାନରେ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ଵିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ସରକାର ୟୁଟ୍ୟୁବ୍ ମାଧ୍ୟମରେ ଯେଉଁ ଶିକ୍ଷାଦାନର ଭେଳିକି ଆରମ୍ଭ କରିଛନ୍ତି,ସେଥିରେ ରାଜ୍ୟର ୭୦% ଛାତ୍ରଛାତ୍ରୀ ଅଧୟନରୁ ଵଞ୍ଚିତ ହେଉଥିଵାରୁ ତାହା ଵନ୍ଦକରି ଅଵିଳମ୍ଵେ ଶ୍ରେଣୀଗୃହ ଶିକ୍ଷା ଦାନ ପାଇଁ ଦାଵିକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ଗତ ଜୁନ୨୧ରୁ ସରକାର ଅନଲାଇନ୍/ ୟୁଟିଉଵ୍ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି। […]

ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) ୧୦ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ଜିଏସଟି ଅଧିକାରୀ । ଏହି ହାଇ ପ୍ରୋଫାଇଲ ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ସ୍ମୃତି ରଞ୍ଜନ ସାହୁ । ସେ ରିକ୍ସା ଚାଳକ , ଛାତ୍ର ଆଦିଙ୍କ ନାଁରେ ଫାର୍ମ କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନଥିଲା। ବାର୍ଷିକ ଟର୍ନ ଓଭର ୪୦ କୋଟି ବୋଲି ଦର୍ଶାଇବାସହ ସେହିମାନଙ୍କ ନାଁରେ ଫର୍ମ ପୂରଣ କରି ସେ ଜିଏସ୍‌ଟି ଫାଙ୍କୁଥିଲେ ଓ ୭ଟି ନକଲି ଫାର୍ମ କରି […]

କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) IPS  ସଂଜୀବ ପଣ୍ଡା ଆଜି କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ, ସାଇବର ଅପରାଧର ନିରାକରଣ ସହ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।

ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରୀ

କଟକ,୨୮/୬(ଏସ ଏସ ନିୟୁଜ)ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଏନେଇ ହୋହହ୍ଲା କରିଛନ୍ତି। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ। ପୁରୀ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବି ବୋର୍ଡ ଦେଇଥିବା ନମ୍ବରକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଯୁକ୍ତ ୨ ନାମଲେଖା ନେଇ ସମସ୍ୟା ହେବନି

ଭୁବନେଶ୍ୱର,୨୮/୬(ଏସ ଏସ ନିୟୁଜ)ଯୁକ୍ତ ୨ ନାମଲେଖା ନେଇ ସମସ୍ୟା ହେବନି ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ।ଭଲ କଲେଜରେ ପଢ଼ିବାକୁ ସମସ୍ତେ ଚାହାନ୍ତି, ଆବଶ୍ୟକ ସ୍ଥଳେ ସିଟ୍ ବଢ଼ିବ ।ଦରକାର ପଡ଼ିଲେ କଲେଜ ଆଧାରରେ ସିଟ୍ ସଂଖ୍ୟା ବଢ଼ାଯିବ ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ବାହାରିବା ନେଇ କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ଆକ୍ସନ ମୁଡରେ କମିଶନରେଟ ପୁଲିସ

ଭୁବନେଶ୍ବର,୨୮/୬(ଏସ ଏସ ନିୟୁଜ) କୋଭିଡ୍ କଟକଣା ପାଳନ ପାଇଁ ଆକ୍ସନ ମୁଡକୁ ଆସିଛି କମିଶନରେଟ ପୁଲିସ ।ଭୁବନେଶ୍ୱର ବାପୁଜୀ ନଗରରେ ଏକାଧିକ ମୋବାଇଲ ଦୋକାନ ସିଲ୍ କରିଛି ପୋଲିସ ।କଟକ-ପୁରୀ ରୋଡ୍‌ରେ ୧୮ଟି ଦୋକାନରେ ତାଲା ପକାଇଲା କମିସିନେରେଟ ପୋଲିସ। ୬ଟି ଜୋନ୍‌ରେ ୪୨ଟି ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରିଛି।

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, ୨୮/୬(ଏସଏସନିୟୁଜ) ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ  ବୈଠକରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବ ।ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସହ ରାଜ୍ୟ ପଦାଧିକାରୀମାନେ ଯୋଗଦେବେ ।ତେବେ କୋଭିଡ କଟକଣା ପାଇଁ ଭର୍ଚୁଆଲ ବା ଭିଡିଓ କନଫରେନ୍‌ସ ଜରିଆରେ ଅନଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଂଚଳରେ […]

ଆଜିଠୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଗଞ୍ଜାମ, ୨୮/୬(ଏସଏସନିୟୁଜ) ଆଜି ଠାରୁ ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ । ଅନ୍‌ଲାଇନରେ ଭିଡିଓ କନଫ୍ରେନ୍ସ ଜରିଆରେ ମୋ ନିବେଦନ ପ୍ଲାଟଫର୍ମରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣିବେ । ସୋମବାର ପୂର୍ବାହ୍ନ ସାଢେ ୧୦ ଟାରେ ଜ଼ିଲ୍ଲାପାଳ ରଙ୍ଗେଈଲୁଣ୍ଡା ବ୍ଲକର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ଭିସିରେ ଯୋଡି ହେବେ । ଭିସି ଜରିଆରେ ଜନସାଧାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଜଣାଇପାରିବେ ।ଏହାସହ ୯୪୩୭୫୬୩୮୦୦ନମ୍ବରରେ ଜନସାଧାରଣ ଅଭିଯୋଗ ଜଣାଇପାରିବେ ।

ଜଳଖିଆ ଦେକାନ ଉପରେ ଚଡିଗଲା ଗାଡି

ସାକ୍ଷୀଗୋପାଳ, ୨୭/୬(ଏସଏସନିୟୁଜ) ବୀରଗୋବିନ୍ଦପୁର ଛକ ନିକଟ ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥକଡରେ ଥିବା ଜଳଖିଆ ଦେକାନ ଉପରେ ଅକ୍ସିଜେନ ଲୋଡ ଡାଲା ଅଟୋ ଗାଡି ଚଢିଯାଇଛି । ଭୁବନେଶ୍ୱରରୁ ଅକ୍ସିଜେନ ସିଲଣ୍ଡର ଧରି ପୁରୀ ଆସୁଥିବା ଏହି ଅଟୋ ଚାଳକର ଆଖି ପଡିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି ।ତେବେ ଦୋକାନଟି ଭାଙ୍ଗିଯାଇଥିବାବେଳେ କାହାର କିଛି କ୍ଷତି ହୋଇନାହିଁ । ସତ୍ୟବାଦୀ ପୋଲିସ ପହଁଚି ଗାଡିଟିକୁ ଜବତ କରିବାସହ ଚାଳକକୁ ଡକ୍ତରଖାନାକୁ ପଠାଇଛନ୍ତି ।