ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) ୧୦ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ଜିଏସଟି ଅଧିକାରୀ । ଏହି ହାଇ ପ୍ରୋଫାଇଲ ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ସ୍ମୃତି ରଞ୍ଜନ ସାହୁ । ସେ ରିକ୍ସା ଚାଳକ , ଛାତ୍ର ଆଦିଙ୍କ ନାଁରେ ଫାର୍ମ କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନଥିଲା। ବାର୍ଷିକ ଟର୍ନ ଓଭର ୪୦ କୋଟି ବୋଲି ଦର୍ଶାଇବାସହ ସେହିମାନଙ୍କ ନାଁରେ ଫର୍ମ ପୂରଣ କରି ସେ ଜିଏସ୍‌ଟି ଫାଙ୍କୁଥିଲେ ଓ ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିବାନେଇ ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅଧିକାରୀମାନେ ପୋଲିସ ସହାୟତାରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତି ରଞ୍ଜନ ସାହୁଙ୍କୁ ବାପୁଜୀ ନଗର ସ୍ଥିତ ଘରୁ ଗିରଫ କରିଛନ୍ତି ।

Comments (0)
Add Comment