Browsing monthly archive

June 2021

ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ) କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ହୋଇଥିବା ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡ଼ିଶାର ରାଜ୍ୟ ସଂଗୀତ ଭାବେ ମାନ୍ୟତା ମିଳିଛି । ଗତବର୍ଷ ଜୁନ ୭ରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ଏବେ ସ୍କୁଲରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପଢ଼ାଯିବ । ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଥିବାନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ […]

କୂଳ ଲଂଘିଲା ସମୁଦ୍ର

ପୁରୀ,୨୩/୬(ଏସଏସନିୟୁଜ)ଗୋଟେପଟେ ଲଘୁଚାପଜନିତ ବର୍ଷା ଦିନତମାମ ଲାଗି ରହିଛି ।ଅନ୍ୟପଟେ ସମୁଦ୍ର ଅଶାନ୍ତ ହୋଇ ଆଜି କୁଳ ଲଂଘିଛି । ଅପରାହ୍ଣରେ ଲାଇଟ୍ ହାଉସ୍‌ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି। ସ୍ବର୍ଗଦ୍ବାରର ବହୁ ନିକଟରେ ଜୁଆର ଲହଡ଼ି ଭାଙ୍ଗିଥିଲା। ମଙ୍ଗଳା ମୁହାଣରେ ଏହା ଅଧିକ ଆଗକୁ ମାଡ଼ି ଆସିବା ସହ ବେଳାମାର୍ଗକୁ ଧୋଇନେଇ ଥିବାର ଦେଖିବାକୁ ମିଳିଥିଲା ।

ନକଲି ଔଷଧ ମାମଲାରେ ୩ ଗିରଫ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ)ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଏସଟିଏଫ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି । ୩ ଜଣଙ୍କ ମଧ୍ୟରେ ଜଣେ ଔଷଧ ବିତରଣ କଂପାନୀର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି । ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଏନେଇ ଏଡିଜି ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।

ସବୁ ଜୀବନ ମୂଲ୍ୟବାନ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟ ର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ […]

ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ,୨୩/୬୯ଏସଏସନିୟୁଜ) ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ । ଗଜପତିଙ୍କ ବଦଳରେ ମୁଦିରସ୍ତ ଛେରାପହଁରା ନୀତି ସମାପନ କରିବା ନେଇ ଗଜପତି ମହାରାଜାଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସଚିବ ସୂଚନା ଦେଇଛନ୍ତି ।କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ତେବେ ମହାମାରୀ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଛି ।

ବନ୍ଦ କାର୍ ଭିତରେ ଚାଲିଥିଲା ରୋମାନ୍ସ ,ତାପରେ …

ଚନ୍ଦ୍ରଶେଖରପୁର,୨୩/୬(ଏସଏସନିୟୁଜ)ଶୁନ୍‌ଶାନ୍ ଅନ୍ଧାରରାତି । ରାସ୍ତାକଡରେ ଥିବା ଗଛ ମୂଳରେ ନାଲିରଙ୍ଗର କାରଟି ଥୁଆହୋଇଥିଲା । ଡୋର ବନ୍ଦ ରହିବା ସହ ଭିତରୁ ବାଜୁଥିଲେ ମ୍ୟୁଜିକ୍ ।ଏହାସହ କାରଟି ଦୋହଲୁଥିଲା ।ଏହିବାଟେ ଯାଉଥିବା ପିସିଆରକର୍ମଚାରୀମାନଙ୍କ ହାବୁଡରେ ପଡିବାପରେ ଅସଂଜତଅବସ୍ଥାରେ ଜଣେ ଯୁବକ ଓ ଜଣେ ଯୁବତୀ ବାହାରିଥିଲେ ।ଯୁବକଜଣଙ୍କ ନ୍ୟୁଜ୍ ପୋର୍ଟାଲର ସାମ୍ବାଦିକ ହୋଇଥିବାବେଳେ ଯୁବତୀଜଣଙ୍କ ନୁଆକରି ଅଭିନୟ କରୁଥିବା ଆଲବମ ଅଭିନେତ୍ରୀ ।ଏହିଭଳି ଘଟଣା ବିଳମ୍ବିତରାତିରେ ଇନଫୋସିଟି- ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତାରେ ଘଟିଛି । ରାତି ପ୍ରାୟ […]

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏସଓପି ଜାରି

କଟକ,୨୩/୬(ଏସଏସନିୟୁଜ) ଉଚ୍ଚ ପରିଷଦ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନମନ୍ତେ ଆଡିମିଟ କାର୍ଡ ଓ ଏସଓପି ଜାରି କରାଯାଇଛି । ଆସନ୍ତା ୨୫ ତାରିଖରୁ ଅନଲାଇନରେ Https://samsodisha.gov.in/Juniorweb.aspx ଲିଙ୍କରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଯେଉଁ ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ କରି ପାରବେନି ସେମାନେ SOP ମାନି ନିଜ ନିଜ କଲେଜରୁ ଆଡମିଟ କାର୍ଡ ଆଣି ପାରିବେ । ଏହା ସହିତ ଜୁଲାଇ ୭ ତାରିଖ […]

ବୈତରଣୀରୁ ଉଦ୍ଧାର ହେଲେ ୪ ନାବାଳକ

ଆନନ୍ଦପୁର,୨୩/୬(ଏସ ଏସ ନିଇଜ) ବୈତରଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ୪ଜଣ ନାବାଳକ ଭାସିଯାଇଥିଲେ।ରାଜଘାଟ ନିକଟରେ ନାବାଳକ ଚାରିଜଣ ଗାଧୋଉଥିବା ବେଳେ ଭାସିଯାଇଥିଲେ।ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚରିମାନେ ଆସି ୪ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୩/୬(ଏସ ଏସ ନିୟୁଜ) କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସୁଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ହୋଇପାରେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲାଗିପାରେ ମୋହର।୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ, ଗୋଆ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନୂଆ ଚେହେରାକୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି।

ଗୋଡିସାହି ପୁରୀମୁଖ୍ୟକେନାଲ ବ୍ରିଜର ପାର୍ଶ୍ଵରେ୨୦ଫୁଟର ଗର୍ତ

ବାରଙ୍ଗ,୨୨/୬(ଏସଏସନିୟୁଜ)ବାଙ୍କୀ-କଟକ ମୁଖ୍ୟ ରାସ୍ତା ଗୋଡିସାହି ପୁରୀ ମୁଖ୍ୟ କେନାଲ ବ୍ରିଜର ଏକ ପାର୍ଶ୍ଵ ରାସ୍ତାରେ ପ୍ରାୟ୨୦ଫୁଟର ଏକ ଗର୍ତ ସୃଷ୍ଟି ହୋଇଛି ।ଗୋଟେପଟେ ପ୍ରବଳବର୍ଷା ଲାଗିରହିବାସହ ଅନ୍ୟପଟେ ଯାଇଥିବାପାଣିପାଇପ ଫାଟିଯିବାରୁ ରାସ୍ତା ଧସେଇ ଯାଇଛି ।ଧିରେଧିରେ ଏହା ଅତଡାଖାଇ ଗର୍ତ ପରିମାଣ ବୃଦ୍ଧିପାଇବାରେ ଲାଗିଛି । ମଙ୍ଗଳବାରରାତିରେ ଏଭଳିସ୍ଥିତି ସୃଷ୍ଟି ହୋଇଛି ।ଯାହାଫଳରେ ଗାଡିମଟର ସବୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଖବରପାଇ ଆରଆଣ୍ଡବି ର ଅଧିକାରୀମାନେ ଆସି ଘଟଣାସ୍ଥଳ ବୁଲି ଯାଇଛନ୍ତି । ଏହା ଜଣାପଡିବାପରେ ସ୍ଥାନୀୟଲୋକମାନେ […]