Browsing daily archive

July 4, 2021

ଶପଥ ନେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଭୁବନେଶ୍ୱର,୪/୭(ଏସଏସନିୟୁଜ) ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ରବିବାର ଶପଥ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ ଡେରାଡୁନସ୍ଥିତ ରାଜଭବନଠାରେ କରାଇଥିଲେ । ନୂଆ ରାଜ୍ୟ କ୍ୟାବିନେଟରେ ସତପାଲ ମହାରାଜ, ହରକ ସିଂ ରାଓ୍ବତ, ବଂଶୀଧର ଭଗତ, ୟସପାଲ ଆର୍ୟ୍ୟ , ବିଶନ ସିଂ ଚୌପାଲ, ସୁବୋଧ ଉନିଆଲ, ଅରବିନ୍ଦ ପାଣ୍ଡେ, ଧବନ ସିଂ ରାଓ୍ବତ, ରେଖା ଆର‌୍ୟ୍ୟ […]

ବୋଲେରୋ ସହ ୮୦୦ ଲିଟର ଦେଶୀ ମଦ ଜବତ

ଭଦ୍ରକ ,୪/୭(ଏସଏସନିୟୁଜ)ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଓ ଭାମ୍ୟମାଣ ସ୍କ୍ୱାଡ଼ର ମିଳିତ ଉଦ୍ୟମରେ ପେଟ୍ରୋଲିଂ ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ଏକ ବୋଲେରୋ ଗାଡିରୁ ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛନ୍ତି । ଓଆର୦୧ଏଲ-୯୯୧୮ ନଂବୋଲେରୋ ଗାଡିକୁ ଜବତ ମଧ୍ୟ କରିଛନ୍ତି ।ଏହି ବୋଲେରୋକୁ ରୋକିବାପରେ ଦେଶୀମଦ ଚାଲଣ ହେଉଥିବାର ଜଣାପଡିଥିଲା ।କୈାଶଳକ୍ରମେ ବୋଲେରୋରେ ଥିବା ଦୁଇଜଣ ଫେରାର ହୋଇଯାଇଥିବାବେଳେ ରାକେଶ କୁମାର ମେଦିନରାୟକୁ ଗିରଫକରିଛନ୍ତି ।

୩ ଗିରଫ,୨ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି୪/୭(ଏସଏସନିୟୁଜ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ମିନପା ଜଂଗଲରୁ ରେ ପୋଲିସ ଦୁର୍ଦାନ୍ତ ନକ୍ସଲ ପଡିଆମି ଭୀମା(୩୪),ବେକୋ ହୁଙ୍ଗା(୨୧) ଏବଂ ଉଣ୍ଡମ ମାଙ୍ଗଡୁ(୪୨)କୁ ଗିରଫ କରିଛି । ୨୦୬ କୋବ୍ରା ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ ।ସେହିଭଳିଭାବେ ସଂଗଠନରେ ଲାଗି ରହିଥିବା ଭେଦଭାବ ଯୋଗୁଁ ୨ ଜଣ ନକ୍ସଲ ଭୀମା ମାଣ୍ଡବି ଏବଂ ଜୋଗା ମାଣ୍ଡବୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ

କେନ୍ଦୁଝର, ୪/୭(ଏସଏସନିୟୁଜ) ବାଂଶପାଳ ବ୍ଲକର କାଦକଳା ଗ୍ରାମରେ ବଜ୍ରପାତରେ ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଛି । କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି. ନିତ୍ୟାନନ୍ଦ ବେହେରାଙ୍କ ୫ଟି, ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗାଈ, ବଳଦ ଓ ଛୋଟ ବାଛୁରୀଙ୍କ ମୃତ୍ୟୁ ଘଟିଛି ।ସେହିଭଳିଭାବେ ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି […]

୧ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର,୪/୭(ଏସଏସନିୟୁଜ) ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଅତିକ୍ରମ କରିଥିବାନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି । ଟିକାର ଅଭାବ ରାଜ୍ୟରେ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମ ଯୋଗୁ ଓଡିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଛି ବୋଲି କୁହାଯାଇଛି ।

ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର,୪/୭(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ବିଷ୍ଣୁଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ ରହିଥିବାବେଳେ ଏକ ସ୍ୱତନ୍ତ୍ର କମିଟି ତାଙ୍କର ଚିକିତ୍ସା କରିବ ବୋଲି ଜଣାପଡିଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳୀୟ ନେତାମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି

ପୁରୀ,୪/୭(ଏସ ଏସ ନିୟୁଜ)ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କଲେପୋଲିସ ମହାନିର୍ଦ୍ଦେଶକ ଅଭୟ ।ରଥଯାତ୍ରା ପାଇଁ ହେବାକୁଥିବା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଯାଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅନୁଧ୍ୟାନ ପରେ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କରିବା ସହ ପୁରୀ ବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି । ଗତବର୍ଷ ଯେପରି ସହଯୋଗ କରିଥିଲେ ଏଥର ସେହିଭଳି ସହଯୋଗ କରିବେ ବୋଲି ଆଶା ରଖିଲେ ଡିଜିପି । […]

ଜବତ ହେଲା ଶାଗୁଆନ ପଟା ବୋଝେଇ ଗାଡି

ଭୁବନେଶ୍ବର,୪/୭(ଏସ ଏସ ନିୟୁଜ)କଟକରୁ ଭୁବନେଶ୍ବର ଚୋରା ଚାଲାଣ ବେଳେ ଶାଗୁଆନ କାଠ ବୋଝେଇ ଗାଡିକୁ ଜବତ କରିବା ସହ ଡ୍ରାଇଭର ଓ ହେଲପର ଅଟକ ରଖିଛି ମଞ୍ଚେଶ୍ବର ଥାନା ପୋଲିସ। ସଟଡାଉନ ବେଳେ ପାଲ ଢାଙ୍କି ଚାଲାଣ ହେଉଥିଲା ଶାଗୁଆନ କାଠ ଗୁଡିକ ଚିରାଯାଇ ଥିବା ଏହି ପଟାସବୁକୁ ମଞ୍ଚେଶ୍ବର ଅଞ୍ଚଳରୁ ଜବତ ହୋଇଛି।ଜବତ ସମୟରେ କୌଣସି ପ୍ରମାଣ ପତ୍ର ପୋଲିସକୁ ଦେଖାଇ ପାରିନଥିଲେ। ଏହି କାଠଗୁଡିକ କଟକରୁ ଭୁବନେଶ୍ବର ଚୋରା ଚାଲାଣ ହେଉଥିଲା ।ଯାହାର ଆନୁମାନିକ […]

ଦୁର୍ଘଟଣାଗ୍ରସ୍ତ ହେଲା ସାମରିକ ବିମାନ

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।୯୨ ଜଣଙ୍କୁ ନେଇ ଯାତ୍ରା କରୁଥିଲା ଏହି ସାମରିକ ବିମାନ।ଦୁର୍ଘଟଣାରେ ୧୭ ଜଣଙ୍କର ମୃତ ଆଶଙ୍କା କରାଯାଇଥିବାବେଳେ ୪୦ ଜଣଙ୍କୁ ଉଦ୍ଧାର କରିହସ୍ପିଟାଲକୁ ପଠାଯାଇଛି।ସାମରିକ ବିମାନ C-130ରେ ଯାତ୍ରାକରୁଥିବା ୯୨ ଜଣଙ୍କ ମଧ୍ୟରେ ୮୫ ଜଣ ସୈନିକ, ୩ ଜଣ ପାଇଲଟ୍‌ ଓ ୫ ବିମାନ କର୍ମଚାରୀ ରହିଥିବାର ଜଣାପଡିଛି।ସୁଲୁ ଅଞ୍ଚଳର ଜୋଲୋ ଦ୍ବୀପରେ ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ

ପୁରୀ୪/୭(ଏସଏସନିୟୁଜ) ଆଉ ଦିନକେଇଟାପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥର କରୋନାପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।ତେବେ କଟକଣା ଭିତରେ ରଥଯାତ୍ରା ହେବାକୁ ଜିଲ୍ଲାପ୍ରଶାସନ ନିଷ୍ପତି ନେଇଛନ୍ତି । ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବାରେ କଟକଣା ଲଗାଯାଇଛି ।ଏହାପରେ ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି […]