ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ

ପୁରୀ୪/୭(ଏସଏସନିୟୁଜ) ଆଉ ଦିନକେଇଟାପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥର କରୋନାପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।ତେବେ କଟକଣା ଭିତରେ ରଥଯାତ୍ରା ହେବାକୁ ଜିଲ୍ଲାପ୍ରଶାସନ ନିଷ୍ପତି ନେଇଛନ୍ତି । ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବାରେ କଟକଣା ଲଗାଯାଇଛି ।ଏହାପରେ ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି ଲାଗୁ ହେବ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସହର ଭିତରେ କେହି ବି ଚଳପ୍ରଚଳ କରିପାରିବେ ନାହିଁ। ଜୁଲାଇ ୧୦ରୁ ୧୩ ତାରିଖ ପର‌୍ୟ୍ୟନ୍ତ ବଡ଼ଦାଣ୍ଡରେ ଥିବା ଲଜ୍‌, ହୋଟେଲ ବନ୍ଦ ରଖାଯିବ। କର୍ଫ୍ୟୁ ସମୟରେ ବାହାରକୁ କେହି ବାହାରି ପାରିବେ ନାହିଁ। ଯଦି କେହି କର୍ଫ୍ୟୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Comments (0)
Add Comment