Browsing daily archive

July 7, 2021

ଏନଡିଆରଏଫ ପରିସରରେ ବନ ମହୋତ୍ସବ

ବାରଙ୍ଗ,୭/୭(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ୍ ମୁଣ୍ଡଳୀ ସ୍ଥିତ ୩ୟ ବାହିନୀ ଏନଡିଆରଏଫ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ ମହୋତ୍ସବର ସପ୍ତମ ଦିନରେ ଆଜି ଏକ ଶହ ଗଛ ଲଗାଯାଇଥିବା ବେଳେ ଏଯାବତ୍ ସମୁଦାୟ ପାଞ୍ଚ ସହ ଗଛ ଲଗାଯାଇଛି।ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟାଙ୍କ ତତ୍ତ୍ଵାବଧାନରେ ଅରୁଣ ଦେଓଗମ,ବର୍ଦ୍ଧମାନ ମିଶ୍ର,ଡେପୁଟି କମାଣ୍ଡାଣ୍ଟ ଧନଞ୍ଜୟ କୁମାର,ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ତୋଷ କୁମାର,ଭିନିତ୍ ପ୍ରଭାକର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

ସମ୍ପ୍ରସାରଣ ହେଲା ମୋଦୀଙ୍କ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର,୭/୭(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ଏଥିରେ ୪୩ ନୂଆ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ବହୁ ବରିଷ୍ଠ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମୋଦୀ କ୍ୟାବିନେଟରୁ ଅନେକ ମନ୍ତ୍ରୀଙ୍କ ଛୁଟି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ବାବୁଲ ସୁପ୍ରିଓଙ୍କ ପରି ମନ୍ତ୍ରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ କ୍ୟାବିନେଟର ସମ୍ପ୍ରସାରଣରେ ୧୦ ଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯାଇ ଥିବାବେଳେ […]

ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ୱର,୭/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ […]

ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ଭୁବନେଶ୍ୱର,୭/୭(ଏସ ଏସ ନିୟୁଜ)ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲ୍ଲୀପ କୁମାର ୯୮ ବର୍ଷ ବୟସରେ ପରଲୋକ ହୋଇଛି। ହିନ୍ଦି ସିନେମାରେ ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ଦିଲ୍ଲୀପ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସା ରେ ଥିଲେ।ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ଦିଲୀପ ସକାଳ ୭.୩୦ମିନଟି ରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।ଯାହାକୁ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

ଫୋନ ପାଇ ପହଁଚୁଛନ୍ତି ନେତା ।

୧ -ଆଜିହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ଶପଥ ନେଇପାରନ୍ତି ନୂଆ ମୁହଁ । ଫୋନ ପାଇ ଦିଲ୍ଲୀରେ ପହଁଚୁଛନ୍ତି ନେତା । ୨-କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ବଦଳିଲେ ୮ଟି ରାଜ୍ୟର ରାଜ୍ୟପାଳ ।ମଙ୍ଗୁଭାଇ ଛଗନ ଭାଇ ପଟେଲ-ମଧ୍ୟପ୍ରଦେଶ ରାଜ୍ୟପାଳ ।ଥାବର ଚନ୍ଦ ଗେହଲଟ – କର୍ଣ୍ଣାଟକ ରାଜ୍ୟପାଳ।ରମେଶ ବୈଶ – ଝାଡଖଣ୍ଡ ରାଜ୍ୟପାଳ।ବନ୍ଦାରୁ ଦତାତ୍ରେୟ – ହରିଆଣା ରାଜ୍ୟପାଳ।ସତ୍ୟଦେବ ନାରାୟଣ ଆର୍ଯ୍ୟ – ତ୍ରିପୁରା ରାଜ୍ୟପାଳ।ରାଜେନ୍ଦ୍ର […]

ଆଜିର ଅନୁଚିନ୍ତା

?ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ପରୀକ୍ଷା କରିବା ଦରକାର । ସମସ୍ତଙ୍କୁ ନିଜ ସହିତ ତୁଳନା କରିବା ଉଚିତ୍ । ?ଅନ୍ୟର ଯିଏ ମଙ୍ଗଳ କରେ ତାର ମଙ୍ଗଳ ଅନ୍ୟ କେହି କରେ । ?ଅନ୍ୟାୟ ଓ ପାପ ପଥରେ ଅର୍ଜ୍ଜନ କରାଯାଇଥିବା ଧନ କିଛି ବର୍ଷଯାଏଁ ତିଷ୍ଠି ରହିପାରେ । ଏହା ପରେ ତାହା ଆପେ ଆପେ ଧ୍ୱଂସ ହୋଇଯାଏ । ଏଣୁ ପାପ ଧନ ଠାରୁ ଦୂରେଇ ରହିବା ଆବଶ୍ୟକ । ?ଅପବିତ୍ର, […]

ଆଜିର ରାଶିଫଳ

ଜୁଲାଇ ମାସ ୦୭ ତାରିଖ ୨୦୨୧ ମସିହା(ବୁଧବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ ,ବିଛା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ବିରି ଭକ୍ଷଣ ନିଷେଧ । ମେଷ – କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଜମିଜମା, କଳ କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ । ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରିବେ। ଫେରିବା ବାଟରେ ବନ୍ଧୁଙ୍କଠାରୁ […]