ଏନଡିଆରଏଫ ପରିସରରେ ବନ ମହୋତ୍ସବ

ବାରଙ୍ଗ,୭/୭(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ୍ ମୁଣ୍ଡଳୀ ସ୍ଥିତ ୩ୟ ବାହିନୀ ଏନଡିଆରଏଫ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ ମହୋତ୍ସବର ସପ୍ତମ ଦିନରେ ଆଜି ଏକ ଶହ ଗଛ ଲଗାଯାଇଥିବା ବେଳେ ଏଯାବତ୍ ସମୁଦାୟ ପାଞ୍ଚ ସହ ଗଛ ଲଗାଯାଇଛି।ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟାଙ୍କ ତତ୍ତ୍ଵାବଧାନରେ ଅରୁଣ ଦେଓଗମ,ବର୍ଦ୍ଧମାନ ମିଶ୍ର,ଡେପୁଟି କମାଣ୍ଡାଣ୍ଟ ଧନଞ୍ଜୟ କୁମାର,ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ତୋଷ କୁମାର,ଭିନିତ୍ ପ୍ରଭାକର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

Comments (0)
Add Comment