Browsing monthly archive

July 2021

ଜଟଣୀ ତିରିମଲ ମୁଖ୍ୟ ରାସ୍ତା କାର୍ଯ୍ୟ ଶୁଭାରମ୍ଭ

ଜଟଣୀ,୫/୭(ଏସଏସନିୟୁଜ) ଜଟଣୀ ଥାନା ପାଖ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ଏହି ଜଟଣୀ ତିରିମଲ ମୁଖ୍ୟ ରାସ୍ତାଟି ଦୀର୍ଘଦିନଧରି ଖାଲଖମାରେ ପରିଣତ ହୋଇରହିଥିଲା ।ଆଜି ଏହିରାସ୍ତାକାର୍ଯ୍ୟ ନିମନ୍ତେ ଜଟଣୀବିଧାୟକ ସୁର ରାଉତରାୟ ଭିତ୍ତିପ୍ରସ୍ତର ସ୍ଥାପନ ସହିତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।ଦୀର୍ଘଦିନଧରି ଅବହେଳିତଭାବେ ରହି ପଥଚାରୀମାନଙ୍କ ମାନଙ୍କ ପାଇଁ ଅନୁପଯୁକ୍ତ ପାଲଟିଥିଲା ଏହି ରାସ୍ତା । ରାସ୍ତାର ପୁଃନଉଦ୍ଧାର ପାଇଁ ବିଧାୟକ ଉଦ୍ୟମ କରିଥିବାରୁ ଅଂଚଳବାସିଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ […]

୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ,ମୃତ ୫୨

ଭୁବନଶ୍ୱେର,୫/୭(ଏସଏସନିୟୁଜ) ରାଜ୍ୟରେ ୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସଂଗରୋଧରୁ ୧୫୯୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୨୦୬ଜଣ ରହିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଂଜରୁ ୧୯୧, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪, ଯାଜପୁରରୁ ୧୫୩, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଛି । […]

ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ବନପାଳ

ମାଲକାନଗିରି,୫/୭(ଏସଏସନିୟୁଜ) ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫହୋଇ କୋର୍ଟ ଚାଲାଣ ହୋଇଛନ୍ତି ।ଏହିଭଳି ଘଟଣା ମାଲକାନଗିରି ଜିଲ୍ଲା ରେ ଘଟିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାର ମୁରଲିଧର ଅନୁଗୁଳିଆ ନାମକ ବନପାଳ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଜନୈକା ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା। ଏପ୍ରିଲ ମାସ ୫ ତାରିଖ ଦିନ ଯୁବତୀ ଜଣକ ବନପାଳ ମୁରଲୀଙ୍କ ବାସଭବନକୁ ବୁଲିବାକୁ ଯାଇଥିବାବେଳେ ଯୁବତୀଙ୍କ ଅନିଛା […]

ଆଜିର ଅନୁଚିନ୍ତା

ଦେହଧାରୀ ଜୀବ ସ୍ବର୍ଗ ଓ ନରକ ଉଭୟରେ ଇନ୍ଦ୍ରିୟଜନୀତ ସୁଖଦୁଃଖ ଅନୁଭବ କରିଥାଏ । ବିନା ଇଚ୍ଛା ବା ବିନା ପ୍ରଯତ୍ନରେ ଦୁଃଖ ଯେପରି ଆସେ ,ସୁଖ ମଧ୍ୟ ସେହିପରି ଆସେ । ତେଣୁ ବୁଦ୍ଧିମାନ ଲୋକ ସୁଖ ପାଇବାର ଇଚ୍ଛା ରଖିବା ଉଚିତ ନୁହେଁ । ଆହାର ବିଷୟରେ ବୁଝାଇ ଭଗବାନ କହୁଛନ୍ତି :- ଆହାରେ ଭଲମନ୍ଦ ନାହିଁ ଯେ ସ୍ଥାନେ ଯେ ଯାହା ମିଳଇ ସନ୍ତୋଷେ କରଇ ଆହାର ଏଣେ ବିଚାର ନାହିଁ ମୋର […]

ବଢ଼ୁଛି ଦ୍ୱନ୍ଦ୍ୱ

୧– ପୁରୀକୁ ଉଡିବ ବିମାନ। ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବ। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ସବୁକିଛି ଠିକଠାକ ରହିଲେ ଏହି ସମୟରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା । ୨-ଜାନୁଆରି ୧୬ରୁ ଓଡ଼ିଶାରେ ଆରମ୍ଭ ହୋଇଥିବା କୋଭିଡ ଟିକାକରଣ ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଟିକାକରଣର ୭ମାସ ନ ପୂରୁଣୁ ୧କୋଟି ୨୨ଲକ୍ଷ ୩୬ହଜାର ୪୮୩ ଡୋଜ୍‌ ଟିକା ଦିଆଯାଇଛି। ୩–ପଶ୍ଚିମବଙ୍ଗ ଦଙ୍ଗା : […]

ଆଜିର ରାଶିଫଳ

ଜୁଲାଇ ମାସ ୦୫ ତାରିଖ ୨୦୨୧ ମସିହା(ସୋମବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ ,ନକ୍ଷତ୍ର- ଦ୍ଵିଜା ,ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଶିମ୍ଭ ପୋଇ ଭକ୍ଷଣ ନିଷେଧ । ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। […]

ଶପଥ ନେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଭୁବନେଶ୍ୱର,୪/୭(ଏସଏସନିୟୁଜ) ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ରବିବାର ଶପଥ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ ଡେରାଡୁନସ୍ଥିତ ରାଜଭବନଠାରେ କରାଇଥିଲେ । ନୂଆ ରାଜ୍ୟ କ୍ୟାବିନେଟରେ ସତପାଲ ମହାରାଜ, ହରକ ସିଂ ରାଓ୍ବତ, ବଂଶୀଧର ଭଗତ, ୟସପାଲ ଆର୍ୟ୍ୟ , ବିଶନ ସିଂ ଚୌପାଲ, ସୁବୋଧ ଉନିଆଲ, ଅରବିନ୍ଦ ପାଣ୍ଡେ, ଧବନ ସିଂ ରାଓ୍ବତ, ରେଖା ଆର‌୍ୟ୍ୟ […]

ବୋଲେରୋ ସହ ୮୦୦ ଲିଟର ଦେଶୀ ମଦ ଜବତ

ଭଦ୍ରକ ,୪/୭(ଏସଏସନିୟୁଜ)ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଓ ଭାମ୍ୟମାଣ ସ୍କ୍ୱାଡ଼ର ମିଳିତ ଉଦ୍ୟମରେ ପେଟ୍ରୋଲିଂ ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ଏକ ବୋଲେରୋ ଗାଡିରୁ ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛନ୍ତି । ଓଆର୦୧ଏଲ-୯୯୧୮ ନଂବୋଲେରୋ ଗାଡିକୁ ଜବତ ମଧ୍ୟ କରିଛନ୍ତି ।ଏହି ବୋଲେରୋକୁ ରୋକିବାପରେ ଦେଶୀମଦ ଚାଲଣ ହେଉଥିବାର ଜଣାପଡିଥିଲା ।କୈାଶଳକ୍ରମେ ବୋଲେରୋରେ ଥିବା ଦୁଇଜଣ ଫେରାର ହୋଇଯାଇଥିବାବେଳେ ରାକେଶ କୁମାର ମେଦିନରାୟକୁ ଗିରଫକରିଛନ୍ତି ।

୩ ଗିରଫ,୨ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି୪/୭(ଏସଏସନିୟୁଜ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ମିନପା ଜଂଗଲରୁ ରେ ପୋଲିସ ଦୁର୍ଦାନ୍ତ ନକ୍ସଲ ପଡିଆମି ଭୀମା(୩୪),ବେକୋ ହୁଙ୍ଗା(୨୧) ଏବଂ ଉଣ୍ଡମ ମାଙ୍ଗଡୁ(୪୨)କୁ ଗିରଫ କରିଛି । ୨୦୬ କୋବ୍ରା ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ ।ସେହିଭଳିଭାବେ ସଂଗଠନରେ ଲାଗି ରହିଥିବା ଭେଦଭାବ ଯୋଗୁଁ ୨ ଜଣ ନକ୍ସଲ ଭୀମା ମାଣ୍ଡବି ଏବଂ ଜୋଗା ମାଣ୍ଡବୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ

କେନ୍ଦୁଝର, ୪/୭(ଏସଏସନିୟୁଜ) ବାଂଶପାଳ ବ୍ଲକର କାଦକଳା ଗ୍ରାମରେ ବଜ୍ରପାତରେ ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଛି । କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି. ନିତ୍ୟାନନ୍ଦ ବେହେରାଙ୍କ ୫ଟି, ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗାଈ, ବଳଦ ଓ ଛୋଟ ବାଛୁରୀଙ୍କ ମୃତ୍ୟୁ ଘଟିଛି ।ସେହିଭଳିଭାବେ ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି […]