Browsing monthly archive

July 2021

ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଖୋର୍ଦ୍ଧା,୧/୭(ଏସଏସନିୟୁଜ) ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ର ଦଲପଲ୍ଲା ଠାରୁ ୧୩ କିମି ଦୂର ମାଳଭଙ୍ଗା ଜଙ୍ଗଲ ଠାରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୟାଗଡର ସାଳଭଙ୍ଗା ଜଙ୍ଗଲରେ ମୃତଦେହ ପଡିରହିଛି ।ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳ ବୁଲି ଦେଖିବାସହ ବାଘର ମୃତଦେହକୁ ଜବତ କରିଛି ।ବାଘ ଟି ରାସ୍ତା ପାର ହେଉଥିବାବେଳେ ଦୁର୍ଘଟଣା ଘଟିଥିବାର ଜଣାପଡିଛି।

ଆଜିଠୁ ଆଂଶିକ ଲକ୍‌ଡାଉନ୍‌ର ନୂଆ କଟକଣା ଲାଗୁ

ଭୁବନେଶ୍ୱର, ୧/୭(ଏସଏସନିୟୁଜ) ଆଜିଠୁ ଆଂଶିକ ଲକ୍‌ଡାଉନ୍‌ର ନୂଆ କଟକଣା ଲାଗୁ ହୋଇଛି ।ରାଜ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧିକୁ ବୃଦ୍ଧି କରାଯାଇଛି । କାଟାଗୋରୀ A ଓ B ରେ ଜିଲ୍ଲାଗୁଡିକୁ ବିଭକ୍ତ କରାଯାଇଛି । କାଟାଗୋରୀ A ରେ ୨୦ଟିଜିଲ୍ଲା ଓ B ରେ ୧୦ଟିଜିଲ୍ଲା ସାମିଲ କରାଯାଇଛି । କାଟାଗୋରୀ A ରେ ଆସୁଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର […]

ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ

ଖୋର୍ଦ୍ଧା, ୧/୭(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲା ଗଡ଼ନିଆଳ ଗାଁ ନିକଟ ଜଙ୍ଗଲର ଏକ ପଥର କୋରଡରୁ ବନବିଭାଗ ଉଦ୍ଧାର କରିଥିଲା ୩୦ଟି ଅଜଗର ଅଣ୍ଡା । ପଥର କୋରଡ଼ରୁ ସବୁ ଅଣ୍ଡା ଗୁଡିକୁ ବନବିଭାଗ ଆଣି ନିଆଳ ପ୍ରାଥମିକ ସ୍କୁଲରେ ଆଣି ରଖିଥିଲେ ମଧ୍ୟ ଅଣ୍ଡାରେ ପିମ୍ପୁଡି ଲାଗିବାରୁ ଅଣ୍ଡାସବୁକୁ ମିଞ୍ଚିନିପାଟଣା ରେଂଜ୍ କାର‌୍ୟ୍ୟାଳୟରେ କୃତ୍ରିମ ଉପାୟରେ ରଖାଯାଇଥିଲା ।ଏହି ଅଣ୍ଡା ଫୁଟି ଛୁଆ ବାହାରିବା ଆରମ୍ଭ ହୋଇଛି । ମଙ୍ଗଳବାର ୪ଟି ଛୁଆ ଅଣ୍ଡାରୁ ଫୁଟିଥିବା ବେଳେ […]

ବଲିଉଡ଼ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍ ଶାହା ଅସୁସ୍ଥ

ଭୁବନେଶ୍ୱର,୧/୭(ଏସଏସନିୟୁଜ) ବଲିଉଡର ବରିଷ୍ଠ ଅଭିନେତା ତଥା ତିନି ତିନି ଥର ରାଷ୍ଟ୍ରୀୟ ପୁରସ୍କାର ଜିତି ସାରିଥିବା ୭୦ ବର୍ଷୀୟ ନାସିରୁଦ୍ଦିନ ଶାହା ଅସୁସ୍ଥ ହେବାରୁ ମୁମ୍ବାଇର ମୁମ୍ବାଇ ଖାର ସ୍ଥିତି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ କୌଣସି ରୋଗ ହୋଇନଥିବାବେଳେ ଫୁସ୍‌ଫୁସ୍ ନିମୋନିଆରେ ସଂକ୍ରମିତ ହୋଇ ଥିବାର ତାଙ୍କ ପତ୍ନୀ କହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାର ଜଣାପଡିଛି ।

ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଦେଶରେ ମହାମାରୀ କରୋନାର ପ୍ରଭାବ କମିନଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତଭାବେ ବୃଦ୍ଧି କରିବାଫଳରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ଡାଲି ଜାତୀୟ ଦ୍ରବ୍ୟ, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ।ଏହାର ବିରୋଧରେ ଆସନ୍ତା ୭ ଜୁଲାଇ ବୁଧବାର ଠାରୁ ୧୭ […]

ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା

୧. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି । ୨. ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା । ୩. ଲୋୟର ସୁକତେଲ ପ୍ରକଳ୍ପ: ଦ୍ୱିତୀୟ ଦିନ ସୁଦ୍ଧା ୧୫୦ ପରିବାର ସ୍ଥାନାନ୍ତର । ୪. କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି । ୫. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ […]

ଆଜିର ଅନୁଚିନ୍ତା

?କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ ସେ ଘରେ ହେଉ କି ବାହାରେ ?ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ । ?ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ । ?”ପ୍ରେମ” ଆଉ “ବନ୍ଧୁତା” ଏହି ଦୁଇଟି […]

ଆଜିର ରାଶିଫଳ

ଜୁଲାଇ ମାସ ୦୧ ତାରିଖ ୨୦୨୧ ମସିହା(ଗୁରୁବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ, ଧନୁ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଶ୍ରାଦ୍ଧ , ତାଳ ନଡ଼ିଆ ଭକ୍ଷଣ ନିଷେଧ । ମେଷ=ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ=ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି ।ପ୍ରତ୍ୟେକ ପ୍ରତିବନ୍ଧକକୁ […]