ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଦେଶରେ ମହାମାରୀ କରୋନାର ପ୍ରଭାବ କମିନଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତଭାବେ ବୃଦ୍ଧି କରିବାଫଳରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ଡାଲି ଜାତୀୟ ଦ୍ରବ୍ୟ, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ।ଏହାର ବିରୋଧରେ ଆସନ୍ତା ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର୍ଯ୍ୟନ୍ତ ଏଆଇସିସି ତରଫରୁ ସାରା ଦେଶରେ ବ୍ଲକ, ନଗର, ଜିଲ୍ଲା ଓ ପ୍ରଦେଶ ସ୍ତରରେ କଂଗ୍ରେସ ଦଳ ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସହ ସାଇକେଳ ଯାତ୍ରା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Comments (0)
Add Comment