ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ
ପୁରୀ,୨୩/୮(ଏସଏସନିୟୁଜ)ଦୀର୍ଘ ଚାରି ମାସର ବ୍ୟବଧାନପରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଦ୍ୱାର ଖୋଲିଛି । ସ୍ୱଚକ୍ଷୁରେ ବଡ ଦିଅଁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।ଭକ୍ତମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାସହ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ପ୍ରବେଶ ପୂର୍ବରୁ ଫଟୋ ପରିଚୟ ପତ୍ର ଓ ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣ ପତ୍ର କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ […]