ଗୋଟିଏ ରାତିରେ ନୂଆବନ୍ଧଗ୍ରାମରୁ ସିରିଜ ଚୋରୀ
ଆଠଗଡ, ୪/୯(ଏସଏସନିୟୁଜ) ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତର ନୂଆବନ୍ଧ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୬ଟି ଘରୁ ଚୋରୀ ହୋଇଛି ।ଚୋରମାନେ କବାଟ, ଗ୍ରୀଲ ଓ ଲକର ଭାଙ୍ଗି ସୁନା ଗହଣା , ୪୦ହଜାରରୁ ଉର୍ଦ୍ଧ ନଗଦ ଟଙ୍କା, ୫ଟି ମୋବାଇଲ ଫୋନ ଏବଂ ଗୋଟିଏ ସ୍କୁଟି ଲୁଟ କରିଥିବା ଜଣାପଡିଛି। ନୂଆବନ୍ଧ ଗ୍ରାମର ଉପରସାହିରେ ରହୁଥିବା ପ୍ରଭାକର ଜେନା, କୁଳମଣି ଜେନା, ଭାଷ୍କର ଜେନା, ଯୋଗୀନାଥ ଜେନା, ଗୁଣ୍ଡିଚା ମହାନ୍ତି ଓ ପ୍ରଦୀପ ମହାନ୍ତିଙ୍କ […]