ଶାଗମାଛ ଦରରେ ବିକ୍ରିହେଲା…

ଖବର ଆଜିର,ତାରିଖ ୦୪-୦୯-୨୦୨୧/ଶନିବାର

୧-ଖତ ଖାଇଲା, ଶାଗମାଛ ଦରରେ ବିକ୍ରିହେଲା… ଶେଷରେ କବାଡ଼ିଆ ନେଲା ୧୨୧ ସିଟି ବସ୍ ।
୨-ଦିଲ୍ଲୀ ବିଧାନସଭାରେ ଏକ ସୁଡ଼ଙ୍ଗ ଠାବ ହୋଇଛି। ବିଧାନସଭା ବାଚସ୍ପତି ରାମ ନିୱାସ ଗୋୟଲ କହିଛନ୍ତି ଯେ ଏହି ସୁଡ଼ଙ୍ଗ ପ୍ରାୟ ୭ କିମି ଲମ୍ବ ଏବଂ ଏହା ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି।
୩-କିମ୍‌ଙ୍କ କରୋନା ଷ୍ଟାଇଲ୍, ଟିକା ଫେରାଉଛନ୍ତି କିନ୍ତୁ ଦେଶରେ କଟକଣା ଜାରି କରିଛନ୍ତି; ଉତ୍ତର କୋରିଆ ତାନାଶାହୀଙ୍କ ଅଦ୍ଭୁତ ରଣନୀତି ।
୪-ତୋଫାନ ଇଡା ପରେ ଆମେରିକାରେ ବନ୍ୟା ପ୍ରଳୟ ।
୫-ତାଲିବାନୀ ଆତଙ୍କୀଙ୍କ ଯୌନ ପିପାସା, ଟାର୍ଗେଟ୍‌ରେ ସେକ୍ସ ଓ୍ୱାର୍କର, ବାଦ୍ ପଡୁ ନାହାନ୍ତି ନୀରିହ ଝିଅ-ବୋହୁ, ଓ୍ଵେବ୍‌ସାଇଟ୍‌ରେ ଛାନଭିନ, ଘରେ ପଶି ଖୋଜୁଛନ୍ତି ।
୬-ଆଫଗାନିସ୍ତାନ ଜାତୀୟ ଟେଲିଭିଜନରେ ପ୍ରସାରିତ ହେଲା ତାଲିବାନଙ୍କ ଆଶ୍ଚର୍ଯ୍ୟଜନକ ପରେଡ, ପ୍ରଦର୍ଶିତ କଲେ ଗଣହତ୍ୟାକାରୀ ଅସ୍ତ୍ରଶସ୍ତ୍ର ।
୭-ଆଜି ବନ୍ଦ ରହିବ ଭାରତୀୟ ଷ୍ଟେଟବ୍ୟାଙ୍କର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ‘ୟୋନୋ’ ସେବା ।
୮-ଉତ୍ତର ପ୍ରଦେଶରେ ପୁଣି ବିଜେପି ସରକାର, ଯୋଗୀଙ୍କ ଉପରେ ଜନତାଙ୍କ ଭରସା କାଏମ: ଏବିପି-ସି ଭୋଟର ସର୍ଭେ ।
୯-ସହିଦ୍ ନଗରରେ ଶୁଭାରମ୍ଭ ହେଲା OTDCର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’, ମିଳିବ ଓଡ଼ିଆ ଘରର ସମସ୍ତ ପ୍ରକାରର ଖାଦ୍ୟ ।
୧୦-୧୧୦ଟି ଅତ୍ୟାଧୁନିକ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ‘ମୋ ବସ୍‌’ର ୨ଟି ଡିପୋ ଉଦ୍‌ଘାଟିତ ।
୧୧-ରାଜଧାନୀରେ ସ୍ଥାପନ ହେବ ICONIC ଆଦର୍ଶ ବିଦ୍ୟାଳୟ; ଗୁରୁଦିବସରେ ଭୂମି ପୂଜନ ।
୧୨-ୱେବ ପୋର୍ଟାଲ ମାଲିକ ଅଟକ: ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଟିପଣୀ ପଡିଲା ମହଙ୍ଗା ।
୧୩-ପାରାଲିମ୍ପିକ୍ସରେ ଭାରତକୁ ୧୩ ପଦକ; ଆର୍ଚେରୀରେ ହରବିନ୍ଦରଙ୍କୁ ବ୍ରୋଞ୍ଜ ।
୧୪-କୋହଲିଙ୍କ ଆଉ ଏକ ରେକର୍ଡ: ଇନଷ୍ଟାଗ୍ରାମରେ ୧୫୦ ମିଲିୟନ ଛୁଇଁଲା ଫୋଲଅର୍ସ ସଂଖ୍ୟା, ଏସିଆରେ ପ୍ରଥମ ।
୧୫-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ହାସଲ ଲକ୍ଷ୍ୟ ରହିଛି: ମୁକେଶ ଅମ୍ବାନୀ ।
୧୬-କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମୀକ୍ଷା କଲେ ଧର୍ମେନ୍ଦ୍ର: ଅକ୍ଟୋବର ସୁଦ୍ଧା ଖାଲି ପଦବି ପୂରଣ ହେବ ।
୧୭-ପଞ୍ଜଶୀର ଛାଡି ତାଜିକିସ୍ତାନ ପଳାୟନ କଲେ ପୂର୍ବତନ ଆଫଗାନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେ ।
୧୮-ଓଭାଲ ଟେଷ୍ଟ: ଦ୍ଵିତୀୟ ଦିନରେ ଭାରତ ୪୩/୦, ଏବେ ବି ୫୬ ରନରେ ପଛୁଆ ।
୧୯-ଜଳବାୟୁ ପରିବର୍ତ୍ତନ କବଳରେ ଦେଶର ସମସ୍ତ ୬୧୨ ଜିଲ୍ଲା, ପୂର୍ବରେ ୧୦୦ ଜିଲ୍ଲାର ସ୍ଥିତି ସଙ୍ଗୀନ ।
୨୦-ଇତିହାସ ରଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି, ମାଲାମାଲ୍‌ ଅମ୍ୱାନୀ ।
୨୧-ଡ୍ରାଗନ ହାତରେ ଆଫଗାନିସ୍ତାନ ଡୋରି ! ଚୀନକୁ ଗୁରୁତ୍ବପୂର୍ଣ୍ଣ ସାଥିର ଆଖ୍ୟା ଦେଲା ତାଲିବାନ ।
୨୨-JEE Main 2021 scam: ଜେଇଇ ମେନ୍ ପରୀକ୍ଷାରେ ଦୁର୍ନୀତି, ସିବିଆଇ ପଞ୍ଝାରେ ୭ ଅଭିଯୁକ୍ତ ।
ସୁପ୍ରଭାତକାହାକୁ ଆବେଗର ଭଲପାଇବା ଦିଅନା, ମନର ଭଲ ପାଇବା ଦିଅ,
କାରଣ
ଆବେଗର ଭଲ ପାଇବା ଗୋଟିଏ ଦିନ ବିବେକର ପାଖରେ ହାରିଯିବ, ଆଉ ମନର ଭଲପାଇବା ଚିରଦିନ ରହିଥିବ..!ଶୁଭ ସକାଳ🕉️ସୁ ପ୍ରଭାତ🕉️
_

Comments (0)
Add Comment