Browsing category

ଖେଳ

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍ ଘୋଷଣା

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି।ଗିଲ୍‌ଙ୍କ ନେତୃତ୍ବରେ ୧୫ ଜଣିଆ ଦଳ ଘୋଷଣା, ରାହୁଲ ଉପଅଧିନାୟକ ଓ ଫେରିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା, ନୂଆ ମୁହଁ ସାରାଂଶ ଜୈନ୍‌ ।ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ସାରାଂଶଙ୍କୁ ଡକରା ହୋଇଛି।ସୁଦର୍ଶନ ଓ ବୁମ୍‌ରାଙ୍କ ଖେଳିବା ଫିଟନେସ୍‌ କ୍ଲିୟରାନ୍ସ ଉପରେ ନିର୍ଭର କରିଛି।ଘୋଷିତ ଦଳ: ଗିଲ୍, ରାହୁଲ, ଜୟସ୍ବାଲ, ପନ୍ତ, ସୁଦର୍ଶନ, ଧ୍ରୁବ ଜୁରେଲ୍,ଜାଡେଜା, କୁଲଦୀପ, ମାନବ […]

ଅଧିନାୟକ ପଦରୁ ଓହରିଲେ ପନ୍ତ

ଭୁବନେଶ୍ୱର,୨୯।୫(ଏସଏସନିଉଜ)ଆଇପିଏଲ୍‌ରେ ଅଧିନାୟକ ପଦରୁ ଓହରିଲେ ରିଷଭ ପନ୍ତ।ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡ଼ିଲେ ପନ୍ତ।ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।୧୪ ମ୍ୟାଚର ୧୩ ଇନିଂସରେ ମାତ୍ର ୩୧୨ ରନ ସ୍କୋର କରିଥିଲେ ପନ୍ତ।୨୦୨୫ ଅକ୍ସନରେ ଆଇପିଏଲ ଇତିହାସର ମହଙ୍ଗା ଖେଳାଳି ଥିଲେ ପନ୍ତ।୨୭ କୋଟି ଟଙ୍କାରେ ପନ୍ତଙ୍କୁ କିଣିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।

ଆଜି ଜୟପୁର ବନ୍ଦ

ଜୟପୁର,୨୮।୫(ଏସଏସନିଉଜ)ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ ହୋଇଛି।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଛି।କାଗଜକଳ କାର୍ଯ୍ୟକ୍ଷମ ଦାବିରେ ବନ୍ଦ ଡାକରା ଦିଆଯାଇଛି।ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।ଏହାଫଳରେ ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ଭାରତମସଲା ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍

କଟକ,୨୨।୨(ଏସଏସନିଉଜ) ଭାରତ ମସଲା ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ରାମଦାସପୁର ଖେଳ ପଡିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କେବଳ କର୍ମକ୍ଷେତ୍ରରେ ନିଜକୁ ସିମୀତ ନରଖି ନିଜ ମଧ୍ୟରେ ଥିବା ପ୍ରତିଭାକୁ ପ୍ରଦର୍ଶିତ କରିବା ହେଉଛି ଭାରତ ମସଲାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିଭା କେବଳ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟରେ ନଥାଏ ପ୍ରତିଭା ସମସ୍ତଙ୍କ ମଧ୍ୟରେ ରହିଛି। ଯାହାକୁ ପ୍ରଦର୍ଶିତ କରିବାକୁ ଭାରତ ମସଲା ମ୍ୟାନେଜିଙ୍ଗ ଡାଇରେକ୍ଟର ସୁଶାନ୍ତ ପଣ୍ଡା ପ୍ରୟାସ ଆରମ୍ଭ କରିଛନ୍ତି। […]

ତଳକୁ ଖସିଲେ ରୋହିତ ଶର୍ମା ଓ ବିରାଟ

ଭୁବନେଶ୍ୱର,୧୦୨(ଏସଏସନିଉଜ)BCCIର କେନ୍ଦ୍ରୀୟ ଖେଳାଳି ଚୁକ୍ତିନାମା ଘୋଷିତ ହୋଇଛି।ମୋଟ ୩୦ ଖେଳାଳିଙ୍କ ନାଁ ଘୋଷଣା କରିଛି BCCI।ନୂଆ ଚୁକ୍ତିନାମାରେ A+ ଗ୍ରେଡ୍‌ ଉଚ୍ଛେଦ କରାଯାଇଥିବା ବେଳେ A, B, C ଗ୍ରେଡ୍ କୁ ରଖାଯାଇଛି।ତେବେ B-ଗ୍ରେଡ୍‌କୁ ଖସିଲେ ରୋହିତ ଶର୍ମା ଓ ବିରାଟ କୋହଲି ବୋଲି ଜଣାପଡିଛି।

T20 ବିଶ୍ବକପ୍‌ରୁ ବାଂଲାଦେଶ ଆଉଟ୍‌

ଭୁବନେଶ୍ଵର,୨୪।୧(ଏସଏସନିଉଜ)T20 ବିଶ୍ବକପ୍‌ରୁ ବିଧିବଦ୍ଧ ଭାବେ ବାଂଲାଦେଶ ଆଉଟ୍‌ ହୋଇଛି।ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କଲା ICC।ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ଜିଦ୍‌ରେ ଅଟଳ ରହିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ T20 ବିଶ୍ବକପ୍‌।

ସରିଲା ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,୧୧।୧(ଏସଏସନିଉଜ)ରବିବାର ଦିନ ଉଦଯାପିତ ହୋଇଯାଇଛି୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟ।ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଖେଳ ପଡ଼ିଆରେ ଆରମ୍ବ ହୋଇଥିବା ଏହିଟୁର୍ଣ୍ଣାମେଣ୍ଟର ରବିବାର ଥିଲାଅନ୍ତିମ ଦିବସ।ଏଥିରେ ୪ଟି ଦଳ ସେମିଫାଇନାଲ ମ୍ୟାଚ ଖେଳିଥିଲେ।ପ୍ରଥମ ସେମିଫାଇନାଲ ମ୍ୟାଚ କୁରାଙ୍ଗ ସହିତ ଗୋଠପୁର ମଧ୍ୟରେ ହୋଇଥିବା ବେଳେ ଏଥିରେ କୁରାଙ୍ଗ ୨-୦ ଗୋଲରେ ବିଜୟ ଲାଭ କରି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ପ୍ରତାପନଗରୀ ସହିତ ଜୟପୁର ମଧ୍ୟରେ […]

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସବ୍

ମେଣ୍ଢାଶାଳ,୧୧।୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉସବ୍ ଶନିବାର ଅନୁଷ୍ଟିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମାରୋହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କୋରକେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା,ସରମ୍ପଚ କୌଶଲ୍ୟା ବଳିଆରସିଂ,ଆଲୁମନି କମିଟି ସଭାପତି ସନ୍ତୋଷ କୁମାର ରାୟ,ପୂର୍ବତନ ସରପଂଚ ଭାରତ ଚନ୍ଦ୍ର ରାଉତରାୟ,ପ୍ରଫୁଲ୍ଲ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ମହାପାତ୍ର,ସୁରେନ୍ଦ୍ର ସାମନ୍ତରାୟ,ଧିରେନ୍ ସିଂ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ଜିଲ୍ଲା […]

ରାଜ୍ୟସ୍ତରୀୟ ମରିଚିଆ କପ ଫୁଟବଲ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ମରିଚିଆ ଖେଳ ପଡ଼ିଆରେ ୟୁଥ ସ୍ପୋର୍ଟସ କ୍ଲବ ପକ୍ଷରୁ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶନିବାର ଥିଲା ଚତୁର୍ଥ ଦିବସ।ଏଥିରେ ସମସ୍ତ ବିଭାଗର ଲିଗ ମ୍ୟାଚ ଅନୁଷ୍ଟିତ ହୋଇଥିଲା।ଆଜି ଚତୁର୍ଥ ଦିବସର ଗ୍ରୁପ (ଡ଼ି)ର ପ୍ରଥମ ମ୍ୟାଚ ଗୋଠପୁର ସହିତ ଆମଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ଗୋଠପୁର ୩-୧ ଗୋଲରେ ବିଜୟଲାଭ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଗ୍ରୁପ(ଡ଼ି)ର ଅନ୍ତିମ ମ୍ୟାଚ ଭାବରେ ବେଲଗଛିଆ ସହିତ କୃଷକବନ୍ଧୁ କ୍ଲବ ତଣ୍ଡିକଣା ମଧ୍ୟରେ ଅନୁଷ୍ଠିତ […]

ମରିଚିଆ କପ-୨୦୨୬

ଭୁବନେଶ୍ୱର,୯।୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଖେଳପଡ଼ିଆରେ ଆରମ୍ବ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ ମରିଚିଆକପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଥିଲା ତୃତିୟଦିବସ।ତୃତିୟ ଦିବସରେ ଜୟପୁର ତୃତୀୟଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି।ଶୁକ୍ରବାର ଗ୍ରୁପ (ସି)ର ପ୍ରଥମମ୍ୟାଚ ଜୟପୁର ସହିତ ଉସୁମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜୟପୁର ୧-୦ ଗୋଲରେ କ୍ବାଟରକୁ ଉତ୍ତିର୍ଣ୍ଣ ହୋଇଥିବା ବେଳେ ପରବର୍ତ୍ତୀ ସେହି ଗ୍ରୁପ (ସି)ର ମ୍ୟାଚ ନରଣପୁର ସହିତ ତାରଜନ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ […]