ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସବ୍

ମେଣ୍ଢାଶାଳ,୧୧।୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉସବ୍ ଶନିବାର ଅନୁଷ୍ଟିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମାରୋହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କୋରକେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା,ସରମ୍ପଚ କୌଶଲ୍ୟା ବଳିଆରସିଂ,ଆଲୁମନି କମିଟି ସଭାପତି ସନ୍ତୋଷ କୁମାର ରାୟ,ପୂର୍ବତନ ସରପଂଚ ଭାରତ ଚନ୍ଦ୍ର ରାଉତରାୟ,ପ୍ରଫୁଲ୍ଲ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ମହାପାତ୍ର,ସୁରେନ୍ଦ୍ର ସାମନ୍ତରାୟ,ଧିରେନ୍ ସିଂ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରସନ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ସୁଶ୍ରୀ ସାଗରିକା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।କ୍ରୀଡା ଶିକ୍ଷକ ବିଶ୍ଵାମିତ୍ର ଷଡ଼ଙ୍ଗୀ ଓ ବ୍ରହ୍ମ।ନନ୍ଦ୍ ମୁର୍ମୁ ଏହାକୁ ପରିଚାଳନା କରିଥିଲେ।ଶେଷରେ ପିଲାମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment