ଭୁବନେଶ୍ୱର,୧୦ା୧(ଏସଏସନିଉଜ)ମରିଚିଆ ଖେଳ ପଡ଼ିଆରେ ୟୁଥ ସ୍ପୋର୍ଟସ କ୍ଲବ ପକ୍ଷରୁ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶନିବାର ଥିଲା ଚତୁର୍ଥ ଦିବସ।ଏଥିରେ ସମସ୍ତ ବିଭାଗର ଲିଗ ମ୍ୟାଚ ଅନୁଷ୍ଟିତ ହୋଇଥିଲା।ଆଜି ଚତୁର୍ଥ ଦିବସର ଗ୍ରୁପ (ଡ଼ି)ର ପ୍ରଥମ ମ୍ୟାଚ ଗୋଠପୁର ସହିତ ଆମଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ଗୋଠପୁର ୩-୧ ଗୋଲରେ ବିଜୟଲାଭ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଗ୍ରୁପ(ଡ଼ି)ର ଅନ୍ତିମ ମ୍ୟାଚ ଭାବରେ ବେଲଗଛିଆ ସହିତ କୃଷକବନ୍ଧୁ କ୍ଲବ ତଣ୍ଡିକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚରେ ତଣ୍ଡିକଣା ୧-୦ ଗୋଲରେ ବେଲଗଛିଆକୁ ପରାସ୍ତ କରିଥିଲା। ଗ୍ରୁପ (ଡ଼ି)ର ଦୁଇ ବିଜେତା ଦଳ କୃଷକବନ୍ଧୁ କ୍ଲବ ତଣ୍ଡିକଣା ସହିତ ମା ମଙ୍ଗଳା କ୍ଲବ ଗୋଠପୁର ମଧ୍ୟରେ କ୍ବାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗୋଠପୁର ୪-୧ ଗୋଲରେ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛି। ଚତୁର୍ଥ ଦିବସ ଟୁର୍ଣ୍ଣାମେଣ୍ଟକୁ ବିଜେପି ନେତା ରାଜ୍ୟ ଉପସଭାପତି ଗୋଲେଖ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି କାର୍ୟ୍ୟକାରୀ ସଭାପତି ଯଶୋବନ୍ତ ଓଝା, ଦିଲ୍ଲୀପ ବେହେରା, ବସନ୍ତ ରାଉତ,ମନୋଜ ସାହୁ,କ୍ରୀଡ଼ାବିତ ନିତେନ୍ଦ୍ର କୁମାର ଦାସ,ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ