ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି।ଗିଲ୍ଙ୍କ ନେତୃତ୍ବରେ ୧୫ ଜଣିଆ ଦଳ ଘୋଷଣା, ରାହୁଲ ଉପଅଧିନାୟକ ଓ ଫେରିଲେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା, ନୂଆ ମୁହଁ ସାରାଂଶ ଜୈନ୍ ।ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ସାରାଂଶଙ୍କୁ ଡକରା ହୋଇଛି।ସୁଦର୍ଶନ ଓ ବୁମ୍ରାଙ୍କ ଖେଳିବା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିଛି।ଘୋଷିତ ଦଳ: ଗିଲ୍, ରାହୁଲ, ଜୟସ୍ବାଲ, ପନ୍ତ, ସୁଦର୍ଶନ, ଧ୍ରୁବ ଜୁରେଲ୍,ଜାଡେଜା, କୁଲଦୀପ, ମାନବ ସୂତାର, ବୁମରା, ସିରାଜ, ପ୍ରସିଦ୍ଧ କ୍ରିଷ୍ଣା,ଗୁରନୁର୍ ବ୍ରାର୍, ଦେବଦତ୍ତ ପାଡିକଲ ଓ ସାରାଂଶ ଜୈନଙ୍କୁ ସୁଯୋଗ ମିଳିଛି।ଅଗଷ୍ଟ ୧୫ରେ ପ୍ରଥମ ଓ ୨୩ରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡିଛି।