Browsing daily archive

October 7, 2021

ଟ୍ୟୁସନ ଯିବାବେଳେ ଧକ୍କା ଦେଲା କାର, ୨ ପିଲା ଗୁରୁତର

ପିପିଲି,୬/୧୦(ଏସ ଏସ ନିୟୁଜ) ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ୪ ପିଲାଙ୍କୁ ଧକ୍କା ଦେଇଛି କାର୍ ।ଫଳରେ ୪ଜଣ ପିଲାଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ହୋଇଛନ୍ତି।ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ସିଫା ଅଫିସ  ନିକଟରେ କାର ଟି ଧକ୍କା ଦେଇଥିଲା।ଗୁରୁତର ଅବସ୍ଥାରେ ୨ ପିଲାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏହାକୁ ନେଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି।

ଚୋରଭାବି ୩ ଜଣଙ୍କୁ ପୁଲିସରେ ଜିମାଦେଲେ ଗ୍ରାମବାସୀ

ମାଲକାନଗିରି ୭/୧୦(ଏସଏସନିୟୁଜ) ଚୋରଭାବି ୩ ଜଣଙ୍କୁ ଧରି ପୁଲିସରେ ଜିମା ଦେଲେ ଗ୍ରାମବାସୀ ।ଗତକାଲି ରାତିରେ ଛତିଶଗଡ ୭ ଜଣ ବ୍ୟକ୍ତି ମାଲକାନଗିରିର ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତର ବଇଲାପାରି ଗ୍ରାମରେ ପଶିଥିଲେ। ଗ୍ରାମବାସୀ ମାନେ ଏକାଠିହୋଇ ସେମାନଙ୍କ ମଧ୍ୟରୁ ୩ ଜଣକୁ ଧରି ନିସ୍ତୁକ ମାଡ ମାରି ଆଜି ସକାଳେ ପୁଲିସର ଜିମାରେ ଦେଇଥିଲେ।ପରେ ପୋଲିସ ତଦନ୍ତ କରିବାପରେ ଏମାନେ ଚୋର ହୋଇନଥିବାବେଳେ ପୁରାତନ ଦୁର୍ଲଭ ମୁଦ୍ରା ତମ୍ବାଖାସୁ ପାଇଁ ଏମାନେ ଏହି ଗ୍ରାମକୁ ଆସିଥିବାର […]

ଚିତାବାଘ ଚମଡ଼ାବିକିବା ବେଳେ ଧରାପଡିଲେ

ବାଲିଗୁଡ଼ା, ୭/୧୦(ଏସଏସନିୟୁଜ) ଆଜି ବାଲିଗୁଡ଼ା ବନ ବିଭାଗ ଗୋଟିଏ ୮ ଫୁଟଲମ୍ବର ଚିତାବାଘ ଚମଡ଼ା ଜବତ କରିବା ସହ ବାଲିଗୁଡ଼ାର ବିଦ୍ୟାଧର ନାୟକଙ୍କୁ ଗିରଫ କରିଛି। ବାଲିଗୁଡ଼ା ପାଖ ସିର୍ତ୍ତିଗୁଡ଼ା ଛକ ନିକଟରେ ଚଢ଼ଉ କରି ବିଦ୍ୟାଧରକୁ ଗିରଫ କରିଥିଲେ । ବାଘ ଛାଲ ଧରି ଗରାଖକୁ ବିକିବାକୁ ଯିବା ସମୟରେ ବିଦ୍ୟାଧର ବନବିଭାଗର ଟିମ୍ ହାତରେ ଧରାପଡିଥିଲା ।

ଗିରଫ ହେଲେ ଏଲଆଇସି ଏଜେଣ୍ଟ

କଣାସ, ୭/୧୦(ଏସଏସନିୟୁଜ) ଗିରଫ ହେଲେ ଏଲଆଇସି ଏଜେଣ୍ଟ । ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତାଙ୍କ ନାଁରେ ଜୀବନ ବୀମା ହାତେଇବା ମହଙ୍ଗା ପଡିଛି । ୪ ଜଣ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା ୧ କୋଟି ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି।ଏଲଆଇସି ଖୋର୍ଦ୍ଧା ଶାଖା ପକ୍ଷରୁ ଏନେଇ ଅଭିଯୋଗ ହୋଇଥିଲା ।୨୦୦୩ରୁ ଏଲଆଇସିର ବିମା ଏଜେଣ୍ଟ […]

ବିଧାୟକ ଗାଡ଼ିକୁ ୨ହଜାର ଜରିମାନା

ପୁରୀ,୭/୧୦(ଏସଏସନିୟୁଜ)ବିଧାୟକଙ୍କ ଗାଡିରୁ ୨ ହଜାରଟଙ୍କା ଜରିମାନା ଆଦାୟ କରାଗଲା । ପୁରୀସିଂହଦ୍ବାର ପାଖରେ କରାଯାଇଥିବା ନିସିଦ୍ଧାଚଂଳରେ ଗାଡଟି ପାର୍କିକରିଥିବାର ସୋସିଆଲମିଡିଆରେ ଭାଇରାଲ ହେବାପରେ ପୋଲିସ ଏହି ଗାଡିକୁ ଅଟକରଖିବା ସହ ୨ହଜାରେ ଟଙ୍କା ଫାଇନ କାଟିଛନ୍ତି ।ତେବେ ଏହି ଗାଡିରେ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ନଥିଲେ ବୋଲି ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖ ଜଗାବଳିଆ ଲଜ୍‌ଠାରୁ ଶ୍ରୀନହର ଦେଇ ଉତ୍ତରଦ୍ବାର ପର୍ଯ୍ୟନ୍ତ କୌଣସି ଗାଡ଼ି ପାର୍କିଂ ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯେତେବେଳେ ଲୋକଙ୍କର ଭଲପାଇବା ଓ ସମର୍ଥନର ଆବଶ୍ୟକତା ଥାଏ , ବାସ୍ତବରେ ସେତେବେଳେ ପାଖରେ କେହି ମଧ୍ୟ ନଥାନ୍ତି !! ➡️”ଯେତେବେଳ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ ଶୁଣିଛ କୌଣସି କଥାକୁ ବିଶ୍ୱାସ କର ନାହିଁ । ଯଦି ବିଶ୍ବାସ କରିବ ସମ୍ପର୍କରେ ଫାଟ ସୃଷ୍ଟି ହେବ !! ➡️”ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସମୟ ଓ ପରିସ୍ଥିତି କେବେ ବି ବଦଳି ପାରେ ଏଥି […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ଅକ୍ଟୋବର ମାସ ୦୭ ତାରିଖ ୨୦୨୧ ମସିହା(ଗୁରୁବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ପ୍ରତିପଦ,ବୃଷ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ଵିତୀୟା ର ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ, ବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। […]